ଆଇଏଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ; ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୨।୧(ବ୍ୟୁରୋ): ରାଜ୍ୟରେ ଆଇଏଏସ୍‌ ସ୍ତରରେ ରବିବାର ବଡ଼ ଧରଣର ଅଦଳବଦଳ ହୋଇଛି। ଆଇଏଏସ୍‌ ରାଜ କୁମାର ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ସ୍ବାସ୍ଥ୍ୟ ସଚିବ ଦାୟିତ୍ୱ ମିଳିଥିବା ବେଳେ ଆଇଏଏସ୍‌ ସଞ୍ଜୀବ ଚୋପ୍ରାଙ୍କୁ କୃଷି ଉତ୍ପାଦନ କମିଶନର ଦାୟିତ୍ୱ ମିଳିଛି। ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଦାୟିତ୍ୱ ମିଳିଥିବା ବେଳେ ଆଇଏଏସ୍‌ ସତ୍ୟବ୍ରତ ସାହୁଙ୍କୁ ରାଜସ୍ବ ବିଭାଗ ଦାୟିତ୍ୱ ମିଳିଛି। ଆଇଏଏସ୍‌ ମଧୁସୂଦନ ପାଢ଼ୀଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ହୋଇଛନ୍ତି। ଆଇଏଏସ୍‌ ରଞ୍ଜନା ଚୋପ୍ରା ଏମ୍‌ଏସ୍‌ଏମ୍‌ଇ ସଚିବ ହୋଇଛନ୍ତି। ସେହିଭଳି ଆଇଏଏସ୍‌ ସୁରେଶ କୁମାର ବଶିଷ୍ଠ ସାଧାରଣ ପ୍ରଶାସନ ବିଭାଗ ଓଏସ୍‌ଡି ହୋଇଥିବା ବେଳେ ଭାସ୍କରଜ୍ୟୋତି ଶର୍ମାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ଦାୟିତ୍ୱ ମିଳିଥିବା ସୂଚନା ମିଳିଛି।