ସ୍କୁଲ ଖୋଲିବାକୁ ଭୟ କରୁଛନ୍ତି ରାଜ୍ୟ ସରକାର, ତାରିଖ ଘୋଷଣା ପରେ ପୁଣି ପଛଉଛନ୍ତି…

ନୂଆଦିଲ୍ଲୀ,୨୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଅପରପକ୍ଷରେ ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଲକ୍‌ଡାଉନ୍‌ ଯୋଗୁ ସ୍କୁଲ କଲେଜ ବନ୍ଦ ରହିଥିଲା। କେତେକ ରାଜ୍ୟ ସରକାର ସ୍କୁଲ ଖୋଲିବା ପାଇଁ ତାରିଖ ଘୋଷଣା କରିଥିଲେ ମଧ୍ୟ ତୃତୀୟ ଲହର ଭୟରେ କରୁଛନ୍ତି। ରାଜସ୍ଥାନ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨ରେ ସ୍କୁଲ ଖୋଲଯିବା ଲାଗି ଘୋଷଣା କରାଯାଇଥିଲା। ତେବେ ଏବେ ଏହାକୁ ସରକାରଙ୍କ ପକ୍ଷରୁ ପୁଣି ଫେରାଇ ନିଆଯାଇଛି। ବିଶେଷଜ୍ଞ କମିଟି ଗଠନ କରାଯିବା ପରେ ସ୍କୁଲ ଖୋଲିବ କି ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର କହିଛନ୍ତି। କମିଟିରେ ରାଜ୍ୟ ସରକାରଙ୍କ ୫ ଜଣ ମନ୍ତ୍ରୀ ସାମିଲ ହେବେ। ସେମାନଙ୍କ ମଧ୍ୟରେ ଶିକ୍ଷାମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, କୃଷି ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ଆଇଟି ମନ୍ତ୍ରୀ ପ୍ରମୁଖ ରହିଛନ୍ତିି। ସେହିପରି ପୁଡୁଚେରୀରେ ଜୁଲାଇ ୧୬ରୁ ସ୍କୁଲ ଖୋଲାଯିବା ଲାଗି ଘୋଷଣା କରାଯାଇଥିଲା। ତେବେ ପରେ ଏହାକୁ ରଦ୍ଦ କରାଯାଇଥିଲା। କର୍ନାଟକ ସରକାରଙ୍କ ପ୍ରାଇମେରୀ ଏବଂ ସେକେଣ୍ଡାରୀ ଶିକ୍ଷା ବିଭାଗ ପକ୍ଷରୁ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାକୁ ପରାମର୍ଶ ଦେଇଛନ୍ତି। ମଧ୍ୟପ୍ରଦେଶ, ଓଡ଼ିଶା, ପଞ୍ଜାବ, ଗୁଜରାଟ ଆଦି ରାଜ୍ୟରେ ଜୁଲାଇ ୨୬ରୁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କପକ୍ଷରୁ ଘୋଷଣା କରାଯାଇଛି। ବିହାରରେ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ସ୍କୁଲ୍‌ ଖୋଲିଯିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଆମେରିକା-ଇରାନ ଯୁଦ୍ଧକୁ ନେଇ ବଡ଼ ଦାବି କଲାଣି ପାକିସ୍ତାନ, କହିଲା ‘ସବୁ କିଛି ଟ୍ରାକରେ…’

ଇସଲାମାବାଦ,୪।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବା ପାଇଁ ଏହାର ପ୍ରୟାସ ବନ୍ଦ ହୋଇଯାଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି। ପାକିସ୍ତାନର ବୈଦେଶିକ…

ଟ୍ରମ୍ପଙ୍କ ସାପ୍ତାହିକ ଛୁଟି ବାତିଲ, ଜାଣନ୍ତୁ ପୂରା ମାମଲା…

ଓ୍ବାଶିଂଟନ,୪ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଓ୍ବିକ୍‌ଲି ଅଫ୍‌ ବା ସାପ୍ତାହିକ ଛୁଟି ବାତିଲ କରିଛନ୍ତି। ହ୍ବାଇଟ୍‌ ହାଉସରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରମ୍ପ ଏହି…

ହର୍ମୁଜରେ ଖୋଲିଲା ନୂଆ ରାସ୍ତା, ଯୁଦ୍ଧ ମଧ୍ୟରେ ଜାହାଜଗୁଡ଼ିକୁ ମିଳିଲା ନିରାପଦ ପଥ, ଇରାନକୁ ଘାରିଲାଣି ଚିନ୍ତା

ତେହରାନ,୪ା୪: ବିଶ୍ୱ ସାମୁଦ୍ରିକ ବାଣିଜ୍ୟ ପାଇଁ ଆଶ୍ୱସ୍ତିକର ଖବର ଆସିଛି। ହର୍ମୁଜ ପ୍ରଣାଳୀରେ ଏକ ନୂତନ ସାମୁଦ୍ରିକ ପଥ ଖୋଲିଥିବା ପରି ମନେ ହେଉଛି, ଯାହା ବାଣିଜି୍ୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri