ଲକ୍‌ଡାଉନ୍‌ ଲାଗୁ କରିବା ଅଧିକାର ରାଜ୍ୟ ସରକାରଙ୍କର: ଶାହା

ନୂଆଦିଲ୍ଲୀ,୧୯।୪: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। କରୋନାର ଦ୍ୱିତୀୟ ଲହରରେ ଅଧିକ ସଂଖ୍ୟକ ଛୋଟ ପିଲା ଏବଂ ଯୁବବର୍ଗ ଆକ୍ରାନ୍ତ ହେବା ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେତେକ ରାଜ୍ୟ ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ତେବେ ସଂକ୍ରମଣ ବୃଦ୍ଧି ପାଉଥିବା ଅନ୍ୟ ରାଜ୍ୟରେ ଲକ୍‌ଡାଉନ୍‌ ଲଗାଯିବା ନେଇ ଏକ ପ୍ରଶ୍ନର ଉତ୍ତରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଲକ୍‌ଡାଉନ୍‌ ଲାଗୁ କରିବା ଅଧିକାର ଏବେ ରାଜ୍ୟ ସରକାରଙ୍କର। ରାଜ୍ୟ ସରକାର ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପର୍କିତ ପଦକ୍ଷେପ ଗ୍ରହଣ କରିପାରିବେ। ଗତ ୩ମାସ ଧରି କେନ୍ଦ୍ର ସରକାର ଲକ୍‌ ହାଉନ୍‌ ଲାଗୁ କରିବା ସମ୍ପର୍କରେ ନିର୍ଣ୍ଣୟ ଗ୍ରହଣ କରିବାର ଅଦତ୍କାର ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ଲକ୍‌ଡାଉନ୍‌ ଲାଗୁ କରିବା ନିଷ୍ପତ୍ତି ନେଇ ଏବେ ରାଜ୍ୟ ସରକାର ସ୍ବାଧୀନ ଭାବେ ସ୍ଥିତି ଅନୁସାରେ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ସେ କହିଛନ୍ତି।

Share