ରାଜ୍ୟ ସରକାରଙ୍କ ଡିସେମ୍ବର ଗାଇଡଲାଇନ: ଜାଣନ୍ତୁ କଣ ରହିବ ଖୋଲା, କଣ ପଡିବ ତାଲା

ଭୁବନେଶ୍ୱର,୩୦।୧୧(ବ୍ୟୁରୋ)-ମହାମାରୀ କରୋନାକୁ ନେଇ ଡିସେମ୍ବର ମାସ ପାଇଁ ରାଜ୍ୟ ସରକାର ସୋମବାର ଗାଇଡଲାଇନ ଜାରି କରିଛନ୍ତି। ଡିସେମ୍ବର ୩୧ ଯାଏ ଏହି ଗାଇଡଲାଇନ ବଳବତ୍ତର ରହିବ। କଣ୍ଟେନମେଣ୍ଟ ଜୋନରେ ଲକ ଡାଉନ ଜାରି କରାଯାଇପାରିବ। ସ୍ଥାନୀୟ ପ୍ରଶାସନ ସତର୍କତାର ସହ କଣ୍ଟେନମେଣ୍ଟ ଜୋନ ନିର୍ଦ୍ଧାରଣ କରିବେ। ସାମାଜିକ, ଧାର୍ମିକ, ରାଜନୈତିକ ଆଦି ସମାବେଶରେ ଅଧିକ ଗହଳି ମନା କରାଯାଇଛି। ସେହିପରି ଡିସେମ୍ବର ୩୧ ଯାଏ ଦେଶ ବାହାରକୁ ବିମାନରେ ଯାତ୍ରା ଉପରେ ରୋକ ଲଗାଯାଇଛି। ବାହାଘର ଉତ୍ସବରେ ସର୍ବାଧିକ ୨୦୦ ବ୍ୟକ୍ତିଙ୍କୁ ଅନୁମତି
ଦିଆଯାଇଛି। ବିବାହ, ଅନ୍ତ୍ୟେଷ୍ଟି କାର୍ଯ୍ୟରେ ମାସ୍କ, ସାମାଜିକ ଦୂରତ୍ୱ ବଜାୟ ବାଞ୍ଛନୀୟ। ଚଳିତବର୍ଷ ତୋଷାଳୀ, ଶିଶିର ସରସ ଆଦି ମେଳା କରାଯିବ ନାହିଁ। ଗଣଶିକ୍ଷା ବିଭାଗ ସ୍କୁଲ ଖୋଲିବା ଉପରେ ନିଷ୍ପତ୍ତି ନେଇପାରିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି।