ଅସହାୟ ପ୍ରାଣୀଙ୍କ ପାଇଁ ଷ୍ଟେଟ ଆନିମଲ ହେଲ୍ପଲାଇନ ନମ୍ବର ଜାରି

ଭୁବନେଶ୍ୱର,୮।୬(ବ୍ୟୁରୋ): ବୁଲା, ଅସହାୟ ଓ ପରିତ୍ୟକ୍ତ ଅବସ୍ଥାରେ ଥିବା ପ୍ରାଣୀମାନଙ୍କୁ ସହାୟତା ଲାଗି ଷ୍ଟେଟ ଆନିମଲ ହେଲ୍ପଲାଇନ ଟୋଲ ଫ୍ରି ନମ୍ବର ଜାରି ହୋଇଛି। ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀସେବା ହେଲପ୍ଲାଇନ ସହ ଅନେକ ନୂଆ ଯୋଜନାର ଶୁଭାରମ୍ଭ ହୋଇଛି । ଅନଲାଇନ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ଟୋଲଫ୍ରି ସେବାର ଶୁଭାରମ୍ଭ କରିଛନ୍ତି । ଅସହାୟ ପ୍ରାଣୀମାନଙ୍କୁ ସେବା ଯୋଗାଇ ଦେବାକୁ ଟୋଲ ଫ୍ରି ନମ୍ବର ୧୯୬୨ ଜାରି କରାଯାଇଛି । ବୁଲା, ଅସହାୟ ଓ ପରିତ୍ୟକ୍ତ ପ୍ରାଣୀମାନଙ୍କୁ ସହାୟତା ଲାଗି ଲୋକେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ବୁଲା ପ୍ରାଣୀମାନଙ୍କ ଚିକିତ୍ସା ଓ ସେବା ପାଇଁ ଜାରୀ ହୋଇଥିବା ରାଜ୍ୟସ୍ତରୀୟ ପ୍ରାଣୀ ହେଲ୍ପ ଲାଇନ ନମ୍ବର ’୧୯୬୨’ ୨୪ ଘଣ୍ଟା କାର୍ଯ୍ୟକାରୀ ହେବ ।