ଭୋକିଲା ଶିଶୁଙ୍କୁ ଡ୍ରଗ୍ସ ଦେଇ ଶୁଆଉଛନ୍ତି

କାବୁଲ,୨୮।୧୧ : ଆଫଗାନିସ୍ତାନରେ ତାଲିବାନ୍‌ ଶାସନର ଦ୍ୱିତୀୟ ବର୍ଷ ଚାଲିଥିବାବେଳେ ଲୋକଙ୍କ କରୁଣ ସ୍ଥିତି ସାମ୍‌ନାକୁ ଆସିଛି। ଲୋକେ ଖାଇବାକୁ ନ ପାଇ ଉପବାସ ରହୁଥିବାବେଳେ ଭୋକିଲା ଶିଶୁଙ୍କୁ ଶୁଆଇଦେବା ଲାଗି ନିଶା ଔଷଧ ବ୍ୟବହାର କରୁଛନ୍ତି। ବଞ୍ଚତ୍ବା ପାଇଁ ନିଜ ଶରୀରର ଅଙ୍ଗ ଏବଂ କନ୍ୟାସନ୍ତାନଙ୍କୁ ବିକ୍ରି କରିଦେଇଥିବାର ରିପୋର୍ଟ ପ୍ରକାଶ ପାଇଛି। ଦେଶର ଲକ୍ଷ ଲକ୍ଷ ଲୋକ ଦୁର୍ଭିକ୍ଷର ଦ୍ୱାରଦେଶରେ।
ଆଫଗାନିସ୍ତାନର ହେରାତ୍‌ ସହରର ବସ୍ତିରେ ରହୁଥିବା ଅବଦୁଲ ଓ୍ବାହବଙ୍କ କହିବା ଅନୁଯାୟୀ ସେମାନଙ୍କ ପାଖରେ ଖାଇବାକୁ କିଛି ନାହିଁ। ପିଲାଏ ଭୋକ ବିକଳରେ ନ ଶୋଇ କାନ୍ଦିବାରୁ ସେ ଔଷଧ ଦୋକାନକୁ ଯାଇ ନିଦ ବଟିକା କିଣିଆଣିଥିଲେ।

ପିଲାଙ୍କୁ ଶୁଆଇବା ପାଇଁ ସେ ଏହି ଔଷଧ ବ୍ୟବହାର କରିଥିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି। କେବଳ ଅବଦୁଲ ନୁହନ୍ତି, ଉକ୍ତ ବସ୍ତିର ଅନେକ ପରିବାର ଭୋକିଲା ପିଲାଙ୍କୁ ଶୁଆଇବା ଲାଗି ବହୁ ଦିନ ହେଲା ଏହି ତରିକା ଆପଣାଇଥିବା ସ୍ବୀକାର କରିଛନ୍ତି। ଗୁଲାମ ହଜରତ୍‌ ନାମକ ବ୍ୟକ୍ତି ତାଙ୍କ ପକେଟରୁ ଆଲପ୍ରାଜୋଲମ୍‌ ଟାବ୍‌ଲେଟ୍‌ର ଗୋଟିଏ ଷ୍ଟ୍ରିପ୍‌ କାଢ଼ି ଦେଖାଇଥିଲେ। ଗୋଟିଏ ରୁଟି ଦାମ୍‌ରେ ୫ଟି ଆଲପ୍ରାଜୋଲମ୍‌ ମିଳିଯାଉଛି। ଗୁଲାମଙ୍କର ୬ ପିଲା ଥିବାବେଳେ ସେମାନଙ୍କୁ ଶୁଆଇବା ପାଇଁ ସେ ଏହି ଔଷଧ ଦେଉଥିବା କହିଛନ୍ତି।

ଗତବର୍ଷ ଅଗଷ୍ଟରେ ତାଲିବାନ ବିଦ୍ରୋହ ବଳରେ ଆଫଗାନିସ୍ତାନ ଶାସନ କ୍ଷମତା ଅକ୍ତିଆର କରିଥିଲା। ତେବେ ଏହି ନୂଆ ସରକାରଙ୍କୁ ଅନ୍ତର୍ଜାତୀୟ ସ୍ବୀକୃତି ମିଳି ନ ଥିବାରୁ ବିଦେଶୀ ପାଣ୍ଠି ସହାୟତା ବନ୍ଦ ହୋଇଯାଇଛି। ଫଳରେ ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିବା ସହ ଲୋକଙ୍କ ପାଖରେ କାମ ନାହିଁ। କେବେ କେମିତି କାମ ମିଳିଲେ ଦିନକୁ ୧୦ ଆଫଗାନି (ପ୍ରାୟ ୮୦ ଟଙ୍କା) ମଜୁରି ମିଳିଥାଏ। ସେମାନେ ଖାଦ୍ୟ ଯୋଗାଡ଼ ପାଇଁ କରିଥିବା ଋଣ ପରିଶୋଧ ଲାଗି କିଡ୍‌ନୀ ବିକ୍ରି କରିଦେଉଛନ୍ତି। ଜଣେ ବ୍ୟକ୍ତି ୨,୭୦,୦୦୦ ଆଫଗାନି (୩,୧୦୦ଡଲାର)ରେ କିଡ୍‌ନୀ ବିକିଥିବା କହିଛନ୍ତି। ସେ ଏହି ଅର୍ଥର ଅଧିକାଂଶ ଭାଗ ଋଣ ପରିଶୋଧରେ ବିିନିଯୋଗ କରିଛନ୍ତି। ଗୋଟିଏ ରାତିରେ ଖାଇଲେ, ତା’ ପରଦିନକୁ ଖାଦ୍ୟ ନାହିଁ। ଗୋଟିଏ କିଡ୍‌ନୀ ବିକି ସେ ନିଜକୁ ଅଧାମଣିଷ ଭଳି ଅନୁଭବ କରୁଥିବା କହିଛନ୍ତି।

ଗରିବ ଆଫଗାନ୍‌ମାନେ କେବଳ ନିଜ ଅଙ୍ଗ ବିକୁନାହାନ୍ତି, ସେମାନେ ଖାଦ୍ୟ ଯୋଗାଡ଼ ପାଇଁ ଶିଶୁକନ୍ୟାଙ୍କୁ ମଧ୍ୟ ବିକ୍ରି କରିଦେଉଛନ୍ତି। ନିଜାମୁଦ୍ଦିନ୍‌ ନାମକ ବ୍ୟକ୍ତି ତାଙ୍କର ୫ ବର୍ଷର କନ୍ୟାକୁ ଲକ୍ଷେ ଆଫଗାନିରେ ବିକ୍ରି କରିଥିବା କହିଛନ୍ତି। ଶିଶୁକନ୍ୟାର ମୂଲ୍ୟ କିଡ୍‌ନୀ ମୂଲ୍ୟର ଅଧାରୁ କମ୍‌। ହଜ୍‌ରାତୁଲ୍ଲା ତାଙ୍କ ଶିଶୁକନ୍ୟା ନାଜିଆଙ୍କୁ କାନ୍ଦାହାରର ଜଣେ ପୁଅ ସହ ବିବାହ ପାଇଁ ବିକିଛନ୍ତି। ୧୪ ବର୍ଷ ହେଲେ ପୁଅ ପରିବାର ଝିଅକୁ ନେଇଯିବେ। ଏଥିପାଇଁ ହଜ୍‌ରାତୁଲ୍ଲାଙ୍କୁ ଦୁଇ କିସ୍ତିରେ ଅର୍ଥ ପୈଠ କରାଯାଇଛି। ଏହି ଅର୍ଥକୁ ସେ ଖାଦ୍ୟ ଓ ଔଷଧ କିଣାରେ ବିନିଯୋଗ କରିଥିବା କହିଛନ୍ତି। ଦେଶରେ ୫ ବର୍ଷରୁ କମ୍‌ ବୟସର ଶିଶୁମାନେ ରୋଗଣା ଓ ଅପପୁଷ୍ଟିର ଶିକାର ହୋଇଥିବା ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ କଟକଣା ଯୋଗୁ ଆଫଗାନିସ୍ତାନ ସ୍ଥିତି ଶୋଚନୀୟ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri