ଷ୍ଟାର୍ଟ ଅପ୍‌ ର଼୍ୟାଙ୍କିଙ୍ଗ୍‌-୨୦୧୯: ଲିଡର୍ସ ରାଜ୍ୟ ବର୍ଗରେ ଓଡ଼ିଶା

ନୂଆଦିଲ୍ଲୀ,୧୨।୯ : ଷ୍ଟାର୍ଟ ଅପ୍‌ ର଼୍ୟାଙ୍କିଙ୍ଗ୍‌-୨୦୧୯ର ଦ୍ୱିତୀୟ ସଂସ୍କରଣକୁ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବାର ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଉନ୍ମୋଚନ କରିଛନ୍ତି। ସାରା ଦେଶରେ ଷ୍ଟାର୍ଟ ଅପ୍‌ଗୁଡ଼ିକୁ ପ୍ରୋତ୍ସାହନ ଏବଂ ଏଥିଲାଗି ଭିତ୍ତିଭୂମି ଯୋଗାଣକୁ ନେଇ ରାଜ୍ୟଗୁଡିକର ର଼୍ୟାଙ୍କିଙ୍ଗ୍‌ରେ ଓଡ଼ିଶା ଲିଡର ରାଜ୍ୟ ମଧ୍ୟରେ ରହିଛି। ବିହାର, ମହାରାଷ୍ଟ୍ର ପରେ ଓଡ଼ିଶା ଏହି ବର୍ଗରେ ସ୍ଥାନିତ ହୋଇଛି। ସେହିଭଳି ଏହି ବର୍ଗରେ ରାଜସ୍ଥାନ ମଧ୍ୟ ରହିଛି। ସଂସ୍କାର କାର୍ଯ୍ୟକ୍ରମର ଇନ୍‌ଷ୍ଟିଚ୍ୟୁଶନାଲ ଲିଡର୍ସର ପ୍ରମୁଖ ୩ ରାଜ୍ୟ ଏବଂ ରେଗୁଲେଟୋରି ଚେଞ୍ଜ୍‌ ଚାମ୍ପିୟନ୍ସ ବର୍ଗରେ ଶୀର୍ଷ ୩ ମଧ୍ୟରେ ଓଡ଼ିଶା ରହିଥିବା ଜଣାପଡିଛି।
ର଼୍ୟାଙ୍କିଙ୍ଗ୍‌ର ଏକ୍ସ ବର୍ଗ ରାଜ୍ୟ ମଧ୍ୟରେ ଗୁଜରାଟ ବେଷ୍ଟ ପରଫର୍‌ମର ହୋଇଥିବା ବେଳେ କର୍ନାଟକ ଏବଂ କେରଳ ଟପ୍‌ ପର୍‌ଫର୍‌ମର ର଼୍ୟାଙ୍କ୍‌ ପାଇଛି। ଆସ୍ପାୟାରିଂ ଲିଡର ରାଜ୍ୟ ବର୍ଗରେ ହରିୟାଣା, ଝାଡ଼ଖଣ୍ଡ, ପଞ୍ଜାବ, ତେଲଙ୍ଗାନା ଏବଂ ଉତ୍ତରାଖଣ୍ଡ ରହିଛି। ଏହାବାଦ ଏମର୍ଜିଂ ଷ୍ଟାର୍ଟ ଅପ୍‌ ଇକୋସିଷ୍ଟମ କ୍ଷେତ୍ରରେ ଆନ୍ଧ୍ର ପ୍ରଦେଶ, ଆସାମ, ଛତିଶଗଡ଼, ଦିଲ୍ଲୀ, ହିମାଞ୍ଚଳ ପ୍ରଦେଶ, ମଧ୍ୟପ୍ରଦେଶ, ତାମିଲନାଡୁ ଏବଂ ଉତ୍ତର ପ୍ରଦେଶ ରହିଛି। ଅପରପକ୍ଷରେ ଓ୍ବାଇ ବର୍ଗ ମଧ୍ୟରେ ଆଣ୍ଡାମାନ ନିକୋବର ବେଷ୍ଟ ପର୍‌ଫର୍‌ମର, ଛତିଶଗଡ଼ ଲିଡର, ନାଗାଲାଣ୍ଡ ଆସ୍ପାୟାରିଂ ଲିଡର ଏବଂ ମିଜୋରାମ ଓ ସିକିମ ଏମର୍ଜିଂ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ବର୍ଗରେ ରହିଛନ୍ତି।
ଷ୍ଟାର୍ଟ ଅପ୍‌ ବିକାଶରେ ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ପ୍ରସ୍ତୁତି ନେଇ କେନ୍ଦ୍ର ଶିଳ୍ପ ପ୍ରୋତ୍ସାହନ ଏବଂ ଆନ୍ତଃବାଣିଜ୍ୟ ବିଭାଗ(ଡିପିଆଇଆଇଟି) ପକ୍ଷରୁ ଏଭଳି ର଼୍ୟାଙ୍କିଙ୍ଗ୍‌ ପ୍ରକାଶ କରାଯାଉଛି। ଚଳିତ ବର୍ଷ ୭ଟି ପ୍ରମୁଖ ସଂସ୍କାର ଉପରେ ଧ୍ୟାନ ରଖାଯାଇଛି। ଏହା ମଧ୍ୟରେ ୩୦ ଆକ୍ସନ ପଏଣ୍ଟ ସ୍ଥାନିତ ରହିଛି। ସାଙ୍ଗଠନିକ ସହାୟତା, ଅନୁପାଳନ ସହଜ କରିବା, ପବ୍ଲିକ ପ୍ରୋକ୍ୟୋରମେଣ୍ଟ ନିୟମ କୋହଳ, ସିଡ୍‌ ଫଣ୍ଡିଂ ସପୋର୍ଟ, ଭେଞ୍ଚର ଫଣ୍ଡିଂ ସହାୟତା, ସଚେତନତା, ଆଉଟରିଚ୍‌ ଭଳି ପ୍ରସଙ୍ଗକୁ ବିଚାର କରାଯାଇଛି। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ୨ଟି ଗ୍ରୁପ୍‌ରେ ସାମିଲ କରାଯାଇଛି। ଏଥିରେ ୨୨ଟି ରାଜ୍ୟ ଏବଂ ୩ କେନ୍ଦ୍ର ଶାସିତ ଅଞ୍ଚଳକୁ ନିଆଯାଇଛି। ମୋଟ୍‌ ୫ଟି ବର୍ଗରେ ର଼୍ୟାଙ୍କ ପ୍ରଦାନ କରାଯାଇଛି। ବେଷ୍ଟ ପର୍‌ଫର୍‌ମର, ଟପ୍‌ ପର୍‌ଫର୍‌ମର, ଲିଡର୍ସ, ଆସ୍ପାୟାରିଂ ଲିଡର୍ସ, ଏମର୍ଜିଂ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ଭଳି ବର୍ଗ ଏଥିରେ ରହିଛି।
ଏହି ଅବସରରେ ଗୋୟଲ କହିଛନ୍ତି ଯେ, ଷ୍ଟାର୍ଟ ଅପ୍‌ଗୁଡିକ ଚିରାଚରିତ ଧାରାଠାରୁ ବାହାରକୁ ଆସି ସଲ୍ୟୁଶନ ଯୋଗାଣ ଏବଂ ନୂଆ ଚିନ୍ତାଧାରା ଉପରେ କାମ କରିବାର ସମୟ ଆସିଛି। କେନ୍ଦ୍ର ସରକାର ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମକୁ ଉତ୍ସାହିତ କରୁଛନ୍ତି। ଉଦ୍ୟୋଗୀମାନେ ନିଯୁକ୍ତି ସୃଷ୍ଟି, ଅର୍ଥ ବ୍ୟବସ୍ଥାକୁ ବୃଦ୍ଧି ଏବଂ ଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟକରୁଥିବା ଗୋୟଲ ମତପ୍ରକାଶ କରିଛନ୍ତି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଦେଶକୁ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥାରେ ରୂପାନ୍ତରିତ କରିବା ଲାଗି ଏକ ଦୃଢ ଷ୍ଟାର୍ଟ ଅପ୍‌ ଇକୋସିଷ୍ଟମର ଆବଶ୍ୟକତା ରହିଛି। ବର୍ତ୍ତମାନ ଲୋକମାନେ ନିଯୁକ୍ତି ସୃଷ୍ଟି ଦିଗରେ ଯୋଗଦାନ ରଖୁ ଥିବାରୁ ଏହାକୁ ସେ ପ୍ରଶଂସା କରିଛନ୍ତି। କେନ୍ଦ୍ର ବାଣିଜ୍ୟ ଏବଂ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଓମ ପ୍ରକାଶ କହଛନ୍ତି, ଏଭଳି ର଼୍ୟାଙ୍କିଙ୍ଗ୍‌ ଦ୍ୱାରା ଯୁବ ଉଦ୍ୟୋଗୀଙ୍କୁ ଉତ୍ସାହ ମିଳିବ। ଭାରତ ବର୍ତ୍ତମାନ ବିଶ୍ୱର ତୃତୀୟ ବୃହତ୍‌ ଷ୍ଟାର୍ଟ ଅପ୍‌ ହବ୍‌ ହୋଇପାରିଛି। ଡିପିଆଇଆଇଟି ସଚିବ ଡ. ଗୁରୁପ୍ରସାଦ ମହାପାତ୍ର କହିଛନ୍ତି ଯେ, ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ଦେଶ ମଧ୍ୟରେ ୪ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ସକ୍ଷମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri