ଷ୍ଟାର୍ଟ ଅପ୍‌ ର଼୍ୟାଙ୍କିଙ୍ଗ୍‌-୨୦୧୯: ଲିଡର୍ସ ରାଜ୍ୟ ବର୍ଗରେ ଓଡ଼ିଶା

ନୂଆଦିଲ୍ଲୀ,୧୨।୯ : ଷ୍ଟାର୍ଟ ଅପ୍‌ ର଼୍ୟାଙ୍କିଙ୍ଗ୍‌-୨୦୧୯ର ଦ୍ୱିତୀୟ ସଂସ୍କରଣକୁ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବାର ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଉନ୍ମୋଚନ କରିଛନ୍ତି। ସାରା ଦେଶରେ ଷ୍ଟାର୍ଟ ଅପ୍‌ଗୁଡ଼ିକୁ ପ୍ରୋତ୍ସାହନ ଏବଂ ଏଥିଲାଗି ଭିତ୍ତିଭୂମି ଯୋଗାଣକୁ ନେଇ ରାଜ୍ୟଗୁଡିକର ର଼୍ୟାଙ୍କିଙ୍ଗ୍‌ରେ ଓଡ଼ିଶା ଲିଡର ରାଜ୍ୟ ମଧ୍ୟରେ ରହିଛି। ବିହାର, ମହାରାଷ୍ଟ୍ର ପରେ ଓଡ଼ିଶା ଏହି ବର୍ଗରେ ସ୍ଥାନିତ ହୋଇଛି। ସେହିଭଳି ଏହି ବର୍ଗରେ ରାଜସ୍ଥାନ ମଧ୍ୟ ରହିଛି। ସଂସ୍କାର କାର୍ଯ୍ୟକ୍ରମର ଇନ୍‌ଷ୍ଟିଚ୍ୟୁଶନାଲ ଲିଡର୍ସର ପ୍ରମୁଖ ୩ ରାଜ୍ୟ ଏବଂ ରେଗୁଲେଟୋରି ଚେଞ୍ଜ୍‌ ଚାମ୍ପିୟନ୍ସ ବର୍ଗରେ ଶୀର୍ଷ ୩ ମଧ୍ୟରେ ଓଡ଼ିଶା ରହିଥିବା ଜଣାପଡିଛି।
ର଼୍ୟାଙ୍କିଙ୍ଗ୍‌ର ଏକ୍ସ ବର୍ଗ ରାଜ୍ୟ ମଧ୍ୟରେ ଗୁଜରାଟ ବେଷ୍ଟ ପରଫର୍‌ମର ହୋଇଥିବା ବେଳେ କର୍ନାଟକ ଏବଂ କେରଳ ଟପ୍‌ ପର୍‌ଫର୍‌ମର ର଼୍ୟାଙ୍କ୍‌ ପାଇଛି। ଆସ୍ପାୟାରିଂ ଲିଡର ରାଜ୍ୟ ବର୍ଗରେ ହରିୟାଣା, ଝାଡ଼ଖଣ୍ଡ, ପଞ୍ଜାବ, ତେଲଙ୍ଗାନା ଏବଂ ଉତ୍ତରାଖଣ୍ଡ ରହିଛି। ଏହାବାଦ ଏମର୍ଜିଂ ଷ୍ଟାର୍ଟ ଅପ୍‌ ଇକୋସିଷ୍ଟମ କ୍ଷେତ୍ରରେ ଆନ୍ଧ୍ର ପ୍ରଦେଶ, ଆସାମ, ଛତିଶଗଡ଼, ଦିଲ୍ଲୀ, ହିମାଞ୍ଚଳ ପ୍ରଦେଶ, ମଧ୍ୟପ୍ରଦେଶ, ତାମିଲନାଡୁ ଏବଂ ଉତ୍ତର ପ୍ରଦେଶ ରହିଛି। ଅପରପକ୍ଷରେ ଓ୍ବାଇ ବର୍ଗ ମଧ୍ୟରେ ଆଣ୍ଡାମାନ ନିକୋବର ବେଷ୍ଟ ପର୍‌ଫର୍‌ମର, ଛତିଶଗଡ଼ ଲିଡର, ନାଗାଲାଣ୍ଡ ଆସ୍ପାୟାରିଂ ଲିଡର ଏବଂ ମିଜୋରାମ ଓ ସିକିମ ଏମର୍ଜିଂ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ବର୍ଗରେ ରହିଛନ୍ତି।
ଷ୍ଟାର୍ଟ ଅପ୍‌ ବିକାଶରେ ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ପ୍ରସ୍ତୁତି ନେଇ କେନ୍ଦ୍ର ଶିଳ୍ପ ପ୍ରୋତ୍ସାହନ ଏବଂ ଆନ୍ତଃବାଣିଜ୍ୟ ବିଭାଗ(ଡିପିଆଇଆଇଟି) ପକ୍ଷରୁ ଏଭଳି ର଼୍ୟାଙ୍କିଙ୍ଗ୍‌ ପ୍ରକାଶ କରାଯାଉଛି। ଚଳିତ ବର୍ଷ ୭ଟି ପ୍ରମୁଖ ସଂସ୍କାର ଉପରେ ଧ୍ୟାନ ରଖାଯାଇଛି। ଏହା ମଧ୍ୟରେ ୩୦ ଆକ୍ସନ ପଏଣ୍ଟ ସ୍ଥାନିତ ରହିଛି। ସାଙ୍ଗଠନିକ ସହାୟତା, ଅନୁପାଳନ ସହଜ କରିବା, ପବ୍ଲିକ ପ୍ରୋକ୍ୟୋରମେଣ୍ଟ ନିୟମ କୋହଳ, ସିଡ୍‌ ଫଣ୍ଡିଂ ସପୋର୍ଟ, ଭେଞ୍ଚର ଫଣ୍ଡିଂ ସହାୟତା, ସଚେତନତା, ଆଉଟରିଚ୍‌ ଭଳି ପ୍ରସଙ୍ଗକୁ ବିଚାର କରାଯାଇଛି। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ୨ଟି ଗ୍ରୁପ୍‌ରେ ସାମିଲ କରାଯାଇଛି। ଏଥିରେ ୨୨ଟି ରାଜ୍ୟ ଏବଂ ୩ କେନ୍ଦ୍ର ଶାସିତ ଅଞ୍ଚଳକୁ ନିଆଯାଇଛି। ମୋଟ୍‌ ୫ଟି ବର୍ଗରେ ର଼୍ୟାଙ୍କ ପ୍ରଦାନ କରାଯାଇଛି। ବେଷ୍ଟ ପର୍‌ଫର୍‌ମର, ଟପ୍‌ ପର୍‌ଫର୍‌ମର, ଲିଡର୍ସ, ଆସ୍ପାୟାରିଂ ଲିଡର୍ସ, ଏମର୍ଜିଂ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ଭଳି ବର୍ଗ ଏଥିରେ ରହିଛି।
ଏହି ଅବସରରେ ଗୋୟଲ କହିଛନ୍ତି ଯେ, ଷ୍ଟାର୍ଟ ଅପ୍‌ଗୁଡିକ ଚିରାଚରିତ ଧାରାଠାରୁ ବାହାରକୁ ଆସି ସଲ୍ୟୁଶନ ଯୋଗାଣ ଏବଂ ନୂଆ ଚିନ୍ତାଧାରା ଉପରେ କାମ କରିବାର ସମୟ ଆସିଛି। କେନ୍ଦ୍ର ସରକାର ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମକୁ ଉତ୍ସାହିତ କରୁଛନ୍ତି। ଉଦ୍ୟୋଗୀମାନେ ନିଯୁକ୍ତି ସୃଷ୍ଟି, ଅର୍ଥ ବ୍ୟବସ୍ଥାକୁ ବୃଦ୍ଧି ଏବଂ ଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟକରୁଥିବା ଗୋୟଲ ମତପ୍ରକାଶ କରିଛନ୍ତି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଦେଶକୁ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥାରେ ରୂପାନ୍ତରିତ କରିବା ଲାଗି ଏକ ଦୃଢ ଷ୍ଟାର୍ଟ ଅପ୍‌ ଇକୋସିଷ୍ଟମର ଆବଶ୍ୟକତା ରହିଛି। ବର୍ତ୍ତମାନ ଲୋକମାନେ ନିଯୁକ୍ତି ସୃଷ୍ଟି ଦିଗରେ ଯୋଗଦାନ ରଖୁ ଥିବାରୁ ଏହାକୁ ସେ ପ୍ରଶଂସା କରିଛନ୍ତି। କେନ୍ଦ୍ର ବାଣିଜ୍ୟ ଏବଂ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଓମ ପ୍ରକାଶ କହଛନ୍ତି, ଏଭଳି ର଼୍ୟାଙ୍କିଙ୍ଗ୍‌ ଦ୍ୱାରା ଯୁବ ଉଦ୍ୟୋଗୀଙ୍କୁ ଉତ୍ସାହ ମିଳିବ। ଭାରତ ବର୍ତ୍ତମାନ ବିଶ୍ୱର ତୃତୀୟ ବୃହତ୍‌ ଷ୍ଟାର୍ଟ ଅପ୍‌ ହବ୍‌ ହୋଇପାରିଛି। ଡିପିଆଇଆଇଟି ସଚିବ ଡ. ଗୁରୁପ୍ରସାଦ ମହାପାତ୍ର କହିଛନ୍ତି ଯେ, ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ଦେଶ ମଧ୍ୟରେ ୪ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ସକ୍ଷମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri