Categories: ଖେଳ

ଅଲ୍‌ ଓଡ଼ିଶା ସ୍ନୁକର ଆରମ୍ଭ

ଭୁବନେଶ୍ୱର,୧୪ା୯(ସରୋଜ ଜେନା): ଆଶିଷ ପଣ୍ଡା ମେମୋରିଆଲ ଅଲ ଓଡ଼ିଶା ସ୍ନୁକରର ଦ୍ୱିତୀୟ ସଂସ୍କରଣ ବୁଧବାର ଆରମ୍ଭ ହୋଇଛି। ଭୁବନେଶ୍ୱର ସ୍ଥିତ ଭିଣ୍ଟେଜ୍‌ କ୍ଲବରେ ପ୍ରଥମ ଦିନରେ ୯ ମ୍ୟାଚ୍‌ ଖେଳା ଯାଇଛି। ପ୍ଲେୟର ଅଫ୍‌ ଦ ଡେ ବିବେଚିତ ହୋଇଥିବା ଜଗଦୀଶ ମହାନ୍ତି ୩-୨ରେ ଶୁଭ୍ରାଂଶୁ ଭୂଷଣ କରଙ୍କୁ ପରାସ୍ତ କରିଥିଲେ।

ଅନ୍ୟ ମ୍ୟାଚରେ ଜ୍ଞାନ ଦାସ ୩-୦ରେ ବିରାଜ ଦାସଙ୍କୁ, ଅଜୟ ଆଚାର୍ଯ୍ୟ ୩-୨ରେ ଉସ୍‌ମାନ ଖାନଙ୍କୁ, ପ୍ରକାଶ ସାହୁ ୩-୧ରେ ଏସ୍‌ କେ ନସିମଙ୍କୁ, ଅମୀୟ ରଞ୍ଜନ ନାୟକ ୩-୧ରେ ରାକେଶ ମହାନ୍ତିଙ୍କୁ, ଅବିନାଶ ମହାପାତ୍ର ୩-୨ରେ ବରୁଣ ବାରିକଙ୍କୁ, ରଞ୍ଜିତ ପତି ୩-୧ରେ ରାକେଶ ବାରିକଙ୍କୁ, ଜିତେନ ଷଡଙ୍ଗୀ ୩-୧ରେ ଜ୍ଞାନ ଦାସଙ୍କୁ, ମିଶାଲ ସ୍ବାଇଁ ୩-୨ରେ ରାହୁଲ ହାଲିଙ୍କୁ, ଚିରଞ୍ଜିବ ସିଂ ୩-୧ରେ ନାରାୟଣ ବୋପଟଙ୍କୁ, ବରୁଣ ପୂର୍ବା ୩-୨ରେ ଶୁଭମ ପାଣିଗ୍ରାହୀଙ୍କୁ ଓ ଅସିତ ଚୌଧୁରୀ ୩-୨ରେ ନିଶ୍ଚିତ ମିଶ୍ରଙ୍କୁ ପରାସ୍ତ କରିଛନ୍ତି।

Share