Posted inଜାତୀୟ

ମଣିପୁରରୁ ଷ୍ଟାରଲିଙ୍କ ଉପଗ୍ରହ ଇଣ୍ଟରନେଟ ଉପକରଣ ଜବତ

ଇମ୍ଫାଲ,୧୮।୧୨: ମଣିପୁରର କେରୋ ଖୁନାଓରେ ଉଗ୍ରବାଦୀ ଗୋଷ୍ଠୀ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଦ୍ୱାରା ବ୍ୟବହୃତ ହୋଇଥିବା ଅଭିଯୋଗରେ ଭାରତୀୟ ସୁରକ୍ଷା ବାହିନୀ ଷ୍ଟାରଲିଙ୍କ ଉପଗ୍ରହ ଇଣ୍ଟରନେଟ ଉପକରଣ ଜବତ କରିଛି। ଦୁଇ ମାସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା। ମଣିପୁରରେ ଭାରତୀୟ ସେନା ଅନେକ ସର୍ଚ୍ଚ ଅପରେସନ କରିଥିଲା। ସଫଳ ମିଳିତ ଅପରେସନରେ, ମଣିପୁର ପୋଲିସ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ସହିତ ଭାରତୀୟ ସେନା ଏବଂ ଆସାମ ରାଇଫଲ୍ସ ମଣିପୁରର ଚୁରାଚାନ୍ଦପୁର, ଚାନ୍ଦେଲ, କାଙ୍ଗପୋକପି ଏବଂ ଇମ୍ଫାଲ ପୂର୍ବରେ ୨୯ଟି ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରିଛି।
ସୁରକ୍ଷା କର୍ମୀମାନେ ଏକ ଉପଗ୍ରହ ଇଣ୍ଟରନେଟ ଆଣ୍ଟେନା, ଉପଗ୍ରହ ରଏଟର ଏବଂ ୨୦ ମିଟର ଲମ୍ବର ଏଫ୍‌ଟିପି କେବୁଲ ଉଦ୍ଧାର କରିଛନ୍ତି। ସିଗନାଲ ଇଣ୍ଟେଲିଜେନ୍ସରୁ ଜଣାପଡିଛି ଯେ, ଷ୍ଟାରଲିଙ୍କ ଉପଗ୍ରହ ପ୍ରଣାଳୀ ବ୍ୟବହାର କରି ଅନ୍ତର୍ଜାତୀୟ ଅପରାଧକୁ ସୁଗମ କରୁଛନ୍ତି।

ମିଆଁମାରରେ ବିଦ୍ରୋହୀ କମାଣ୍ଡର, ସହାୟତା କର୍ମଚାରୀ ଏବଂ ସାଇବର ଅପରାଧୀମାନେ ଅଧିକ ଇଣ୍ଟରନେଟ ପ୍ରତିବନ୍ଧକ ମଧ୍ୟରେ ଯୋଗାଯୋଗ ବଜାୟ ରଖିବା ପାଇଁ ଉପଗ୍ରହ ଇଣ୍ଟରନେଟ ଉପରେ ଅଧିକ ନିର୍ଭର କରୁଛନ୍ତି।

ନଭେମ୍ବରରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଷ୍ଟାରଲିଙ୍କ ଉପକରଣ ଜବତ ହୋଇଥିଲା,ଯାହାର ମୂଲ୍ୟ ୪.୨ ବିଲିୟନ ଥିଲା।
ଷ୍ଟାରଲିଙ୍କ କ’ଣ?

ଷ୍ଟାରଲିଙ୍କ ଏଲନ ମସ୍କଙ୍କ ସ୍ପେସ ଏକ୍ସ ମାଲିକାନାରେ ଚାଳିଛି। ଏହା ହେଉଛି ଏକ ଉପଗ୍ରହ ଇଣ୍ଟରନେଟ ସେବା, ଯାହା ବିଶ୍ୱର ୧୦୦ରୁ ଅଧିକ ଦେଶ ଏବଂ ଅଞ୍ଚଳକୁ ହାଇ ସ୍ପିଡ ଇଣ୍ଟରନେଟ ଯୋଗାଇବାକୁ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri