Posted inଜାତୀୟ

ମଇଦାନରେ ଷ୍ଟାର୍‌ ଓ୍ବାର୍‌

ନୂଆଦିଲ୍ଲୀ, ୧୮ା୩: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଦଳଡ଼ିଆଁ ପର୍ବ ପରେ ଜୋର୍‌ଦାର ହୋଇଛି ଆକ୍ଷେପ ପ୍ରତିଆକ୍ଷେପର ରାଜନୀତି। କେଉଁ ଦଳର ହାଓ୍ବା କେତେ ଜୋର୍‌ରେ ବହୁଛି ତାହା ମତଦାତାଙ୍କୁ ଜଣାଇବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଅନେକ ସିନେ କଳାକାର ତଥା ସେଲିବ୍ରିଟି। ସବୁ ଦଳ ପାଖରେ ପୁଞ୍ଜା ପୁଞ୍ଜା ତାରକା। ସେମାନଙ୍କ ଲୋକପ୍ରିୟତାକୁ ପୁଞ୍ଜି କରି ନିର୍ବାଚନ ଜିତିବାକୁ ଚାଲିଛି କସରତ। ଅନେକ ଗୁରୁତ୍ୱପୂର୍ଣ୍ଣ ଆସନରେ ମଧ୍ୟ ସେମାନଙ୍କୁ ଟିକେଟ ଦିଆଯାଇଛି। କେଉଁ ଦଳ ସେଲିବ୍ରିଟିଙ୍କୁ ନେଇ କେତେ ଫାଇଦା ପାଇବ ତାହା ମେ ୨ରେ ଜଣାପଡ଼ିବ। ତେବେ ପଲିଟିକାଲ ପ୍ଲାଟ୍‌ଫର୍ମରେ ଏମାନଙ୍କ ଉପସ୍ଥିତି ଚଳିତ ନିର୍ବାଚନ ପ୍ରଚାରକୁ ରୋଚକ ମୋଡ଼କୁ ନେଇଆସିଛି। ବିଶେଷକରି ପଶ୍ଚିମବଙ୍ଗ ଓ ତାମିଲନାଡ଼ୁରେ ତୀବ୍ର ହେବାରେ ଲାଗିଛି ଷ୍ଟାର ଓ୍ବାର।
ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଟିକେଟ ପାଇଥିବା ଅଭିନେତ୍ରୀଙ୍କ ମଧ୍ୟରେ ଅଛନ୍ତି ସାୟୋନି ଘୋଷ, ଜୁନ ମାଲିଆ, ସାୟନ୍ତିକା ବାନାର୍ଜୀ। ସେମାନେ ଯଥାକ୍ରମେ ଆସାନସୋଲ ଦକ୍ଷିଣ, ମେଦିନିପୁର ଏବଂ ବାଙ୍କୁରା ନିର୍ବାଚନମଣ୍ଡଳୀରେ ନିର୍ବାଚନ ଲଢ଼ିବେ। ଫିଲ୍ମ ନିର୍ଦ୍ଦେଶକ ରାଜ ଚକ୍ରବର୍ତ୍ତୀଙ୍କୁ ବାରାକପୁର ଟିକେଟ ଦେଇଛି ଟିଏମ୍‌ସି। ହୁଗୁଳିର ଉତ୍ତରପରା ଆସନରୁ ଲଢ଼ିବେ ଅଭିନେତା କାଞ୍ଚନ ମଲ୍ଲିକ। ନଦିଆ ଜିଲା କ୍ରିଷ୍ଣନଗର ଉତ୍ତର ପାଇଁ ଟିଏମ୍‌ସି ଟିକେଟ ପାଇଛନ୍ତି ଅଭିନେତା କୌଶନି ମୁଖାର୍ଜୀ। କ୍ରିକେଟର ମନୋଜ ତିଓ୍ବାରୀଙ୍କୁ ହାଓଡାର ଶିବପୁର ଆସନରୁ ଟିଏମ୍‌ସି ପ୍ରାର୍ଥୀ କରିଛି। ଗାୟିକା ଅଦିତି ମୁନ୍‌ସୀଙ୍କୁ ମମତା ରାଜରହାଟ-ଗୋପାଳପୁର ଟିକେଟ ଦେଇଛନ୍ତି। ଆଦିବାସୀ ଗାୟିକା ବୀରବାହା ହାଁସଦା ଝାରଗ୍ରାମ ସିଟ୍‌ରୁ ଟିଏମ୍‌ସି ପାଇଁ ଲଢ଼ିବେ। ସେହିପରି ସୋନାରପୁର ଦକ୍ଷିଣରୁ ଅଭିନେତ୍ରୀ ଲଭ୍‌ଲି ମୋଇନା, ଅଲୁବେରିୟାରୁ ପୂର୍ବତନ ଫୁଟ୍‌ବଲ ଖେଳାଳି ବିଦେଶ ବୋଷ, ଚଣ୍ଡିପୁରରୁ ଅଭିନେତା ସୋହମ ମମତାଙ୍କ ଦଳର ପ୍ରାର୍ଥୀ ହୋଇଛନ୍ତି। ୨୦୧୯ରେ ଦଳ ଟଲିଉଡ୍‌ ଷ୍ଟାର ନୁସ୍‌ରତ ଜହାଁ ଓ ମିମି ଚକ୍ରବର୍ତ୍ତୀଙ୍କ ପରି କଳାକାରଙ୍କୁ ପ୍ରାର୍ଥୀ କରାଇଥିବାବେଳେ ସେମାନେ ବିଜୟୀ ହୋଇଥିଲେ।
ନିକଟରେ ଭାଜପାରେ ସାମିଲ ହୋଇଛନ୍ତି ବଲିଉଡ୍‌ କଳାକାର ତଥା ପୂର୍ବତନ ଟିଏମ୍‌ସି ନେତା ମିଥୁନ ଚକ୍ରବର୍ତ୍ତୀ। ବିପୁଳ ପ୍ରଶଂସକ ଥିବା ଏହି ଷ୍ଟାରଙ୍କୁ କୌଣସି ଆସନରୁ ଭାଜପା ପ୍ରାର୍ଥୀ କରି ନ ଥିଲେ ହେଁ ନିର୍ବାଚନୀ ପ୍ରଚାରରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଏପରିକି ଭାଜପା ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନ ପାଇଁ ବାଛିଥିବା ଅନେକେ ଆଲୋଚନା କରୁଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ଅଶୋକ ଡିଣ୍ଡା, ଏମ୍‌ପି ତଥା ବଲିଉଡ୍‌ ଗାୟକ ବାବୁଲ ସୁପ୍ରିଓ ଟଲିଗଞ୍ଜରୁ, ଶ୍ୟାମପୁରରୁ ତନୁଶ୍ରୀ ଚକ୍ରବର୍ତ୍ତୀ, ଚଣ୍ଡିତଳରୁ ୟଶ ଦାସଗୁପ୍ତା, ଚୁନ୍‌ଚୁରାରୁ ଲକେଟ ଚାଟାର୍ଜୀ ପ୍ରମୁଖଙ୍କୁ ଭାଜପା ପ୍ରାର୍ଥୀ କରିଛି। ତାମିଲନାଡ଼ୁରେ ମଧ୍ୟ ଷ୍ଟାର ଓ୍ବାର ଦେଖିବାକୁ ମିଳିଛି। ଲୋକପ୍ରିୟ ଅଭିନେତ୍ରୀ ଖୁସ୍‌ବୁ ସୁନ୍ଦରଙ୍କୁ ଭାଜପା ଚେନ୍ନାଇ ଟିକେଟ ଦେଇଛି। ମକ୍କଲ ନିଧି ମୟମ (ଏମ୍‌ଏନ୍‌ଏମ୍‌) ମୁଖ୍ୟ ତଥା ପ୍ରସିଦ୍ଧ ଅଭିନେତା କମଲ ହାସନ କୋଏମ୍ବାଟୁର ଆସନରୁ ନିର୍ବାଚନ ଲଢ଼ିବେ। ଡିଏମ୍‌କେ ମୁଖ୍ୟ ଏମ୍‌. କେ. ଷ୍ଟାଲିନଙ୍କ ପୁଅ ତଥା ଅଭିନେତା ଉଦୟନିଧି ଚେପକ-ଟ୍ରିପ୍ଲିକେନରୁ ପ୍ରାର୍ଥୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri