Posted inଖେଳ

ସନ୍ନ୍ୟାସ ନେଇ ଘୋଷଣା କଲେ ସାନିଆ

ନୂଆଦିଲ୍ଲୀ,୧୩।୧: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଆନୁଷ୍ଠାନିକ ଭାବେ ବୃତ୍ତିଗତ ଟେନିସରୁ ବିଦାୟ ନେଉଥିବା ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରି ସେ ଏହା ଘୋଷଣା କରିଛନ୍ତି।

ସାନିଆ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି, ଅଷ୍ଟ୍ରେଲୀୟ ଓପନ ପରେ ପୁଅ ସହିତ ଅଧିକ ସମୟ ବିତାଇବାକୁ ଚାହୁଁଛି। ୩୦ ବର୍ଷ ପୂର୍ବେ ହାଇଦ୍ରାବାଦର ଜଣେ ୬ ବର୍ଷର ବାଳିକା ପ୍ରଥମ ଥର ପାଇଁ ଟେନିସ୍‌ କୋର୍ଟକୁ ଯାଇଥିଲା। ତା ମା’ଙ୍କ ସହ ଯାଇଥିଲା। ସେଠାରେ କୋଚ୍‌ ଟେନିସ ଖେଳିବା ବିଷୟରେ ତାଙ୍କୁ ବୁଝାଇଥିଲେ। ଟେନିସ ଖେଳିବାକୁ ବହୁତ ଛୋଟ ବୋଲି ଭାବିଥିଲି। ହେଲେ ମୋର ସ୍ବପ୍ନର ଯୁଦ୍ଧ ୬ ବର୍ଷ ବୟସରୁ ଆରମ୍ଭ ହୋଇଥିଲା ବୋଲି ସେ କହିଛନ୍ତି।

ସାନିଆ ୩ ଥର ଡବଲ୍ସରେ ଚାମ୍ପିଅନ ହୋଇଛନ୍ତି। ଏହି ଭାରତୀୟ ଭେଟେରାନ ମହିଳା ଡବଲ୍‌ରେ ୨୦୧୬ରେ ଅଷ୍ଟ୍ରେଲିୟ ଓପନ ଟାଇଟଲ ଜିତିଥିଲେ। ଏହା ବ୍ୟତୀତ ସାନିଆ ମହିଳା ଡବଲ୍ସରେ ୨୦୧୫ରେ ୱିମ୍ବଲଡନ ଏବଂ ୟୁଏସ୍‌ ଓପନ ଟାଇଟଲ ଜିତିଥିଲେ। ଯଦିଓ ସାନିଆ ତାଙ୍କ ଟେନିସ କ୍ୟାରିୟରରେ ଗ୍ରାଣ୍ଡସ୍ଲାମ ସିଙ୍ଗଲ୍ସରେ କୌଣସି ଟାଇଟଲ ଜିତି ପାର ନାହାନ୍ତି, କିନ୍ତୁ ସିଙ୍ଗଲ୍ସ ବ୍ୟତୀତ ସେ ଡବଲ୍ସ ଏବଂ ମିକ୍ସ ଡବଲ୍ସରେ ଅଷ୍ଟ୍ରେଲିୟ ଓପନ, ଫ୍ରେଞ୍ଚ ଓପନ ଏବଂ ୟୁଏସ୍‌ ଓପନ ଟାଇଟଲ ଜିତିଛନ୍ତି।

୨୦୦୯ ମସିହାରେ ସାନିଆ ଅଷ୍ଟ୍ରେଲିୟ ଓପନର ମିଶ୍ରିତ ଡବଲ୍ସ ଜିତିଥିଲେ। ଏହା ପରେ ୨୦୧୨ ମସିହାରେ ସେ ଫ୍ରେଞ୍ଚ ଓପନର ମିକ୍ସ ଡବଲ ଜିତିଥିଲେ। ୨୦୧୪ ମସିହାରେ, ସେ ୟୁଏସ୍‌ ଓପନ ଟାଇଟଲ ଜିତିବାରେ ସଫଳ ହୋଇଥିଲେ। କିଛିଦିନ ପୂର୍ବେ ସେ ସ୍ପଷ୍ଟ କରିଥିଲେ ଯେ ଅଷ୍ଟ୍ରେଲିଆ ଓପନ ୨୦୨୩ ତାଙ୍କର ଶେଷ ଗ୍ରାଣ୍ଡ ସ୍ଲାମ ହେବ। ଏଥିସହ ଅଷ୍ଟ୍ରେଲୀୟ ଓପନ ପରେ ସେ ଦୁବାଇରେ ଆୟୋଜିତ ହେବାକୁ ଥିବା ଟେନିସ ଚାମ୍ପିଅନଶିପରେ ଅଂଶଗ୍ରହଣ କରିବେ। ଏହା ତାଙ୍କର ଶେଷ ଟେନିସ ଟୁର୍ନାମେଣ୍ଟ ହେବ। ଏହା ପରେ ସେ ଟେନିସରୁ ସନ୍ନ୍ୟାସ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri