ତୈମୁରଙ୍କଠାରୁ ବି ଦାମିକିଆ ଡ୍ରେସ୍‌ ପିନ୍ଧନ୍ତି ଏହି ଷ୍ଟାର କିଡ୍ସ

ମୁମ୍ବାଇ: ସବୁ ମାତାପିତା ନିଜ ପିଲାଙ୍କୁ ସବୁଠାରୁ ଭଲ ଜିନିଷ ଦେବାକୁ ଚେଷ୍ଟା କରିଥାନ୍ତି। ଯେପରିକି ଭଲ ଖାଇବା, ପିନ୍ଧିବା, ଖେଳନା ଓ ପାଠପଢ଼ା। ଏହାରି ଭିତରେ କିନ୍ତୁ ଚର୍ଚ୍ଚାକୁ ଆସିଥାଏ ଷ୍ଟାର କିଡ୍ସଙ୍କ ଲାଇଫ୍‌ ଷ୍ଟାଇଲ୍। ଆଉ ସେମାନେ ବ୍ୟବହାର କରୁଥିବା ପ୍ରତିଟି ଜିନିଷ ବିଷୟରେ ଜାଣିବାକୁ ଥାଏ ଅନେକଙ୍କର ଆଗ୍ରହ। ଏବେ ଏହି ରେସ୍‌ରେ ଟିଭି କଳାକାର ଜୟ ଭାନୁଶାଲୀ ଓ ମାହି ବିଜ ମଧ୍ୟ ପଛରେ ନାହାନ୍ତି। ସେମାନଙ୍କ ଏକ ମାତ୍ର କନ୍ୟା ସନ୍ତାନର ନାଁ  ତାରା ଭାନୁଶାଲୀ। ସେ ଦେଖିବାକୁ ବେଶ୍‌ ସୁନ୍ଦର। ଜୟ ଓ ମାହି ତାରାଙ୍କୁ ଦୁନିଆର ସବୁଠାରୁ ଭଲ ଜିନିଷ ଦେବାକୁ ଯାଇ ଟଙ୍କା ବିଷୟରେ ମଧ୍ୟ ଚିନ୍ତା କରନ୍ତି ନାହିଁ। ଆଉ ଏହାର ଉଦାହରଣ ସେତେବେଳେ ଦେଖିବାକୁ ମିଳିଥିଲା ଯେତେବେଳେ ୧୦ ମାସର ତାରା ଓ୍ବାର୍ଲ୍‌ଡ ଫେମସ୍‌ ଲଗ୍‌ଜରୀ ବ୍ରାଣ୍ଡ ଗୁସିର ଡ୍ରେସ୍‌ରେ ନଜର ଆସିଥିଲେ। କିଛି ସମୟ ପୂର୍ବରୁ ଇନ୍‌ଷ୍ଟାଗ୍ରାମରେ ତାରାଙ୍କ ଏକ ଫଟୋ ଶେୟାର କରାଯାଇଛି। ଯେଉଁଥିରେ ସେ ବେବି ଫିଙ୍କ୍‌ ସ୍ଲିପ୍‌ସୁଟରେ ନଜର ଆସୁଛନ୍ତି। ୧୦୦ ପ୍ରତିଶତ ସୂତା କପଡାରେ ତିଆରି ହୋଇଥିବା ଏହି ଡ୍ରେସ୍‌ରେ ଭିଟାଞ୍ଜ ଗୁସି ଲୋଗୋ ଲାଗିଛି। ଯେଉଁଥିରୁ ଡ୍ରେସର ଦାମ୍‌ ଉପରେ ସହଜରେ ଅନୁମେୟ କରିହେବ। ଏହି ବେବି ସ୍ଲିପ୍‌ଶୁଟର ଦାମ୍‌ ଆମେରିକା ଡଲାରରେ ୨୪୦ ହୋଇଥିବା ବେଳେ ଭାରତୀୟ ମୂଲ୍ୟ ହିସାବରେ ୧୯ହଜାର ଟଙ୍କା ସହିତ ସମାନ। ଯାହା କରୀନା କପୁର ଓ ସୈଫ ଅଲ୍ଲୀ ଖାଁଙ୍କ ପୁଅ ତୈମୁର ଅଲ୍ଲୀ ଖାଁ ମଧ୍ୟ ପିନ୍ଧୁ ନ ଥିବା ଜଣାପଡ଼ିଛି। ନିକଟରେ ଏନେଇ କରୀନା ମଧ୍ୟ ସ୍ବୀକାର କରିଥିଲେ ଯେ , ସେ ନିଜ ପୁଅଙ୍କ ପାଇଁ ଗୁସି ଓ ପ୍ରାଡାରୁ ଡ୍ରେସ୍‌ କିଣନ୍ତି ନାହିଁ।

Share