Categories: ଖେଳ

୪୮,୩୯୦ କୋଟି ଟଙ୍କାରେ ବିକ୍ରି ହେଲା ଆଇପିଏଲ୍‌ ମିଡିଆ ରାଇଟ୍‌

ନୂଆଦିଲ୍ଲୀ,୧୪।୬: ଆଗାମୀ ୫ ବର୍ଷ ଲାଗି ଆଇପିଏଲ୍‌ର ପ୍ରସାରଣ ଅଧିକାର ନିଲାମ ପ୍ରକ୍ରିୟା ମଙ୍ଗଳବାର ଶେଷ ହୋଇଛି। ଭାରତରେ ଟିଭି ଓ ଡିଜିଟାଲ ସମେତ ପୂରା ଆଇପିଏଲ ପ୍ରସାରଣ ଅଧିକାର ମୋଟ ୪୮,୩୯୦ କୋଟି ଟଙ୍କାରେ ବିକ୍ରି ହୋଇଥିବା ନେଇ ବିସିସିଆଇ ସମ୍ପାଦକ ଜୟ ଶାହା ଘୋଷଣା କରିଛନ୍ତି।

ତେବେ ଡିଜ୍‌ନୀ ଷ୍ଟାର ୨୩,୫୭୫ କୋଟିରେ ଟିଭି ପ୍ରସାରଣ ଅଧିକାର ହାତେଇଥିବା ବେଳେ ଡିଜିଟାଲ ରାଇଟ୍‌କୁ ୨୦,୫୦୦ କୋଟିରେ ଭାଇକମ୍‌ ୧୮ ଅକ୍ତିଆର କରିଛି। ଭାଇକମ୍‌ ୧୮ ପ୍ୟାକେଜ୍‌ ସି’କୁ ମଧ୍ୟ ୩୨୫୭.୫୨ କୋଟିରେ ହାସଲ କରିନେଇଛି। ପ୍ୟାକେଜ୍‌ ଡି’କୁ ଭାଇକମ୍‌ ୧୮ ଏବଂ ଟାଇମ୍ସ ଇଣ୍ଟରନେଟ୍‌ ମିଳିତ ଭାବେ ଅକ୍ତିଆର କରିଛନ୍ତି। ସବୁଠୁ ଶେଷରେ ନିଲାମ ହୋଇଥିବା ପ୍ୟାକେଜ୍‌ ଡି’ରୁ ବିସିସିଆଇକୁ ୧,୦୫୮ କୋଟି ମିଳିବ। ଏହି ପ୍ୟାକେଜ୍‌ରେ ୪୧୦ ମ୍ୟାଚ୍‌କୁ ବିଦେଶ ଟିଭି ଏବଂ ଡିଜିଟାଲରେ ପ୍ରସାରଣ ପାଇଁ ପ୍ରତି ମ୍ୟାଚ୍‌ ପିଛା ୨.୫୮ କୋଟି ମୂଲ୍ୟ ମିଳିଛି। ଯାହାଫଳରେ ଆଇପିଏଲ ମିଡିଆ ରାଇଟ୍ସର ମୋଟ ମୂଲ୍ୟ ୪୮,୩୯୦ କୋଟି ଟଙ୍କାରେ ପହଞ୍ଚିଛି।

Share