କିଏ ସୁନାମୀରୁ ତ କିଏ ବିମାନ ଦୁର୍ଘଟଣାରୁ; ମୃତ୍ୟୁକୁ ଅତି ନିକଟରୁ ଦେଖିଛନ୍ତି ଏସବୁ କଳାକାର; ଆଜିବି…

ବମ୍ବେ: କଥାରେ ଅଛି ରଖେ ହରି ତ ମାରେ କିଏ। ମୃତ୍ୟୁ ଯେତେ ନିକଟତର ହେଉ ନା କାହିଁକି ଭଗବାନଙ୍କ ଇଚ୍ଛା ଏବଂ ଭାଗ୍ୟ ସାଥ୍‌ ଦେଲେ ବିପଦ ଟଳିଯାଏ। ମଣିଷ ନୁଆ ଜୀବନ ପାଏ। ବଲିଉଡର କିଛି କଳାକାରଙ୍କ କ୍ଷେତ୍ରରେ ଠିକ୍‌ ଏପରି ହୋଇଛି। ମୃତ୍ୟୁମୁଖରୁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆସନ୍ତୁ ଜାଣିବା:

ପ୍ରିତି ଜିଣ୍ଟା:
ପ୍ରିତି ଦୁଇଟି ଘଟଣାରେ ମୃତ୍ୟୁକୁ ଅତି ନିକଟରୁ ଦେଖିଥିଲେ। କଲମ୍ବୋରେ ଏକ ଶୋ’ରେ ଭାଗ ନେବାକୁ ଅଭିନେତ୍ରୀ ଯାଇଥିବା ବେଳେ ହଠାତ ବୋମା ବିସ୍ଫୋରଣ ହୋଇଥିଲା। ଅନ୍ୟଟି ଥାଇଲାଣ୍ଡରେ ଛୁଟି କଟାଇବାକୁ ଯାଇଥିବା ବେଳେ ସେଠାରେ ସୁନାମୀ ଆସିଯାଇଥିଲା। ପ୍ରିତି ଭାଗ୍ୟବାନ ଥିବାରୁ ଏଥିରୁ ବର୍ତ୍ତି ଯାଇଥିଲେ।

ହେମା ମାଳିନୀ: ମଥୁରାରେ ହାଇଓ୍ବେ ଥାନା ଅଞ୍ଚଳରେ ହେମାଙ୍କ ଗାଡ଼ି ଅନ୍ୟ ଏକ ଗାଡ଼ି ସହ ଦୁର୍ଘଟଣା ଘଟିଥିଲା। ଏଥିରୁ ହେମା ଅଳ୍ପକେ ବର୍ତ୍ତି ଯାଇଥିଲେ। ହେଲେ ଅନ୍ୟଗାଡ଼ିରେ ଥିବାରୁ ୨ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିଲା।

ସୈଫ ଅଲ୍ଲି ଖାନ: ଏକ ଷ୍ଟଣ୍ଟର ଶୁଟିଂ ସମୟରେ ସୈଫ ଗୁରୁତର ଆହତ ହୋଇଥିଲେ। ମୁଣ୍ଡପଟଦେଇ ପଡ଼ିଯିବା କାରଣରୁ ତାଙ୍କର ଅବସ୍ଥା ଗୁରୁତର ହୋଇଯାଇଥିଲା। ତାଙ୍କଠାରେ ୧୦୦ଟି ଷ୍ଟିଜ୍‌ ପଡ଼ିଥିଲା। ଏହା ସୈଫଙ୍କ ଜୀବନର ସବୁଠାରୁ ବଡ଼ ଦୁର୍ଘଟଣା ବୋଲି କୁହାଯାଏ।

ସନି ଲିଓନି:
୨୦୧୭ରେ ସନି ଏକ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ହ୍ରିତିକ ରୋଶନ:
ନିଜର ଏକ ଫିଲ୍ମ ଶୁଟିଂ ସମୟରେ ହ୍ରିତିକ ଉଚ୍ଚ କୋଠାର ଏକ କୋବୁଲରେ ଝୁଲି ରହିଥିଲେ। ଏହି ସମୟରେ ତାହା ଛିଣ୍ଡି ଯାଇଥିଲା। ୫୦ ଫୁଟ ତଳକୁ ଖସିବା ପରେ ମଧ୍ୟ ସେ ସୌଭାଗ୍ୟକୁ ବର୍ତ୍ତି ଯାଇଥିଲେ।

ଅମିତାଭ ବଚ୍ଚନ:
୧୯୮୨ରେ ବାଙ୍ଗାଲୋରରେ ଫିଲ୍ମ ‘କୁଲି’ର ଶୁଟିଂସେଟରେ ମୃତ୍ୟୁକୁ ଅତି ନିକଟରୁ ଦେଖିଥିଲେ ଅମିତାଭ। ଏକ ଆକ୍ସନ ଦୃଶ୍ୟ ସମୟରେ ସେ ଗମ୍ଭୀର ଭାବେ ଆହତ ହୋଇଥିଲେ। ତାଙ୍କୁ ୫୯ ଦିନ ଆଇସିୟୁରେ ରହିବାକୁ ପଡ଼ିଥିଲା। ଏହି ଘଟଣା ପରେ ବଞ୍ଚିବା ପୁର୍ନଜନ୍ମ ପାଇବା ଭଳି ବୋଲି ଅମିତାଭ ଭାବନ୍ତି।

Share