କିଏ ସୁନାମୀରୁ ତ କିଏ ବିମାନ ଦୁର୍ଘଟଣାରୁ; ମୃତ୍ୟୁକୁ ଅତି ନିକଟରୁ ଦେଖିଛନ୍ତି ଏସବୁ କଳାକାର; ଆଜିବି…

ବମ୍ବେ: କଥାରେ ଅଛି ରଖେ ହରି ତ ମାରେ କିଏ। ମୃତ୍ୟୁ ଯେତେ ନିକଟତର ହେଉ ନା କାହିଁକି ଭଗବାନଙ୍କ ଇଚ୍ଛା ଏବଂ ଭାଗ୍ୟ ସାଥ୍‌ ଦେଲେ ବିପଦ ଟଳିଯାଏ। ମଣିଷ ନୁଆ ଜୀବନ ପାଏ। ବଲିଉଡର କିଛି କଳାକାରଙ୍କ କ୍ଷେତ୍ରରେ ଠିକ୍‌ ଏପରି ହୋଇଛି। ମୃତ୍ୟୁମୁଖରୁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆସନ୍ତୁ ଜାଣିବା:

ପ୍ରିତି ଜିଣ୍ଟା:
ପ୍ରିତି ଦୁଇଟି ଘଟଣାରେ ମୃତ୍ୟୁକୁ ଅତି ନିକଟରୁ ଦେଖିଥିଲେ। କଲମ୍ବୋରେ ଏକ ଶୋ’ରେ ଭାଗ ନେବାକୁ ଅଭିନେତ୍ରୀ ଯାଇଥିବା ବେଳେ ହଠାତ ବୋମା ବିସ୍ଫୋରଣ ହୋଇଥିଲା। ଅନ୍ୟଟି ଥାଇଲାଣ୍ଡରେ ଛୁଟି କଟାଇବାକୁ ଯାଇଥିବା ବେଳେ ସେଠାରେ ସୁନାମୀ ଆସିଯାଇଥିଲା। ପ୍ରିତି ଭାଗ୍ୟବାନ ଥିବାରୁ ଏଥିରୁ ବର୍ତ୍ତି ଯାଇଥିଲେ।

ହେମା ମାଳିନୀ: ମଥୁରାରେ ହାଇଓ୍ବେ ଥାନା ଅଞ୍ଚଳରେ ହେମାଙ୍କ ଗାଡ଼ି ଅନ୍ୟ ଏକ ଗାଡ଼ି ସହ ଦୁର୍ଘଟଣା ଘଟିଥିଲା। ଏଥିରୁ ହେମା ଅଳ୍ପକେ ବର୍ତ୍ତି ଯାଇଥିଲେ। ହେଲେ ଅନ୍ୟଗାଡ଼ିରେ ଥିବାରୁ ୨ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିଲା।

ସୈଫ ଅଲ୍ଲି ଖାନ: ଏକ ଷ୍ଟଣ୍ଟର ଶୁଟିଂ ସମୟରେ ସୈଫ ଗୁରୁତର ଆହତ ହୋଇଥିଲେ। ମୁଣ୍ଡପଟଦେଇ ପଡ଼ିଯିବା କାରଣରୁ ତାଙ୍କର ଅବସ୍ଥା ଗୁରୁତର ହୋଇଯାଇଥିଲା। ତାଙ୍କଠାରେ ୧୦୦ଟି ଷ୍ଟିଜ୍‌ ପଡ଼ିଥିଲା। ଏହା ସୈଫଙ୍କ ଜୀବନର ସବୁଠାରୁ ବଡ଼ ଦୁର୍ଘଟଣା ବୋଲି କୁହାଯାଏ।

ସନି ଲିଓନି:
୨୦୧୭ରେ ସନି ଏକ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ହ୍ରିତିକ ରୋଶନ:
ନିଜର ଏକ ଫିଲ୍ମ ଶୁଟିଂ ସମୟରେ ହ୍ରିତିକ ଉଚ୍ଚ କୋଠାର ଏକ କୋବୁଲରେ ଝୁଲି ରହିଥିଲେ। ଏହି ସମୟରେ ତାହା ଛିଣ୍ଡି ଯାଇଥିଲା। ୫୦ ଫୁଟ ତଳକୁ ଖସିବା ପରେ ମଧ୍ୟ ସେ ସୌଭାଗ୍ୟକୁ ବର୍ତ୍ତି ଯାଇଥିଲେ।

ଅମିତାଭ ବଚ୍ଚନ:
୧୯୮୨ରେ ବାଙ୍ଗାଲୋରରେ ଫିଲ୍ମ ‘କୁଲି’ର ଶୁଟିଂସେଟରେ ମୃତ୍ୟୁକୁ ଅତି ନିକଟରୁ ଦେଖିଥିଲେ ଅମିତାଭ। ଏକ ଆକ୍ସନ ଦୃଶ୍ୟ ସମୟରେ ସେ ଗମ୍ଭୀର ଭାବେ ଆହତ ହୋଇଥିଲେ। ତାଙ୍କୁ ୫୯ ଦିନ ଆଇସିୟୁରେ ରହିବାକୁ ପଡ଼ିଥିଲା। ଏହି ଘଟଣା ପରେ ବଞ୍ଚିବା ପୁର୍ନଜନ୍ମ ପାଇବା ଭଳି ବୋଲି ଅମିତାଭ ଭାବନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିରେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ମିଳିଲା, ୩ ସାଙ୍ଗଙ୍କ ସହ ବୁଲିବାକୁ ଯାଇ…

ପାରଳାଖେମୁଣ୍ଡି,୬ା୪(ଗିରିଧାରୀ ପରିଚ୍ଛା): ମହେନ୍ଦ୍ରଗିରିରେ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ସୋମବାର ସକାଳେ ଉଦ୍ଧାର ହୋଇଛି। ଗତକାଲି କାଳବୈଶାଖୀ ପ୍ରଭାବରେ ବିନୋଦ ଚନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତି…

ଗୋଠଛଡ଼ା ଦନ୍ତାର ଉପଦ୍ରବ, ଦୁଇ ଘର ଭାଙ୍ଗି…..

କେନ୍ଦୁଝର,୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କଟୁପଶି ଗ୍ରାମରେ ଗୋଠଛଡା ଦନ୍ତାର ଉପଦ୍ରବ । ଗୋଠଛଡା ଦନ୍ତା ଆକ୍ରମଣରେ ଦୁଇ ଜଣଙ୍କ ଘର ଭାଙ୍ଗିଛି ।…

ଭାରତକୁ ସାହାଯ୍ୟ ମାଗିଲା ଇରାନ, ଏହି ବ୍ୟକ୍ତି ବଢାଇଲେ ଏମିତି ସହଯୋଗର ହାତ ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୬।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ସାରା ବିଭିନ୍ନ ରାଜ୍ୟର ଲୋକମାନେ ଯୁଦ୍ଧ ଦ୍ୱାରା ପ୍ରଭାବିତ ଇରାନୀ ନାଗରିକମାନଙ୍କୁ ସହାୟତା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

ଖାଦ୍ୟ ଯୋଗାଣ ବିଭାଗର ବଡ଼ ଘୋଷଣା, ୫ କେଜି ଗ୍ୟାସ୍ କିଣିବାକୁ ହେଲେ…

ଭୁବନେଶ୍ବର,୬।୪: ରାଜ୍ୟରେ ଗ୍ୟାସ୍ ସଙ୍କଟକୁ ନେଇ ଚିନ୍ତାରେ ରହିଛନ୍ତି ଖାଉଟି । ଏହାରି ଭିତରେ  ୫ କେଜି ଗ୍ୟାସ୍ ବିକ୍ରିକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଖାଦ୍ୟ ଯୋଗାଣ…

ଦୁଇ ପ୍ରକାର କଥା କହୁଛନ୍ତି ଟ୍ରମ୍ପ, ଗୋଟିଏ ପଟେ ଆକ୍ରମଣର ଚେତାବନୀ, ଅନ୍ୟପଟେ ଚୁକ୍ତି କଥା ବି ଉଠାଇଛନ୍ତି

ଓ୍ବାଶିଂଟନ,୬।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ପାଇଁ ସମୟ ସୀମାକୁ – ହରମୁଜ ପ୍ରଣାଳୀକୁ ପୁନଃ ଖୋଲିବା ସମ୍ପର୍କରେ – ଆହୁରି ୨୪…

ଆମେରିକା-ଇରାନ ମଧ୍ୟରେ ହେବ ୪୫ ଦିନ ଯୁଦ୍ଧ ବିରତି! ଟ୍ରମ୍ପଙ୍କ ଧମକ ପରେ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

ଓ୍ବାଶିଂଟନ,୬।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ପାଇଁ ଏକ ସମୟସୀମା ଧାର୍ଯ୍ୟ କରି ଇରାନକୁ ଏକ ଅଲଟିମେଟମ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ତେହରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri