ନୂଆଦିଲ୍ଲୀ,୧୮ା୪: ଆଫଗାନିସ୍ତାନ ଓ ଗୁଜରାଟ ଟାଇଟନ୍ସ (ଜିଟି) ଷ୍ଟାର ଅଲରାଉଣ୍ଡର ରଶିଦ ଖାନ ଶନିବାର ଏକ ପୁତ୍ର ସନ୍ତାନର ପିତା ହୋଇଛନ୍ତି।
ରଶିଦ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ଏ ନେଇ ସୂଚନା ଦେବା ସହ ପୁଅର ନାମ ଘୋଷଣା କରିଛନ୍ତି। ‘ଅଲହାମଦୁଲିଲା, ମୋ ରାଜକୁମାରଙ୍କୁ ବିଶ୍ୱକୁ ସ୍ବାଗତ’ ବୋଲି ରଶିଦ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ସହିତ ପୋଷ୍ଟ କରିଛନ୍ତି। ଉକ୍ତ ଫଟୋରେ ତାଙ୍କ ପୁଅର ନାମ ଅଜଲାନ ଖାନ ପ୍ରକାଶ କରିଛନ୍ତି।