‘ରାଜ୍ୟରେ ଶିକ୍ଷାର ମାନ ହ୍ରାସ ପାଉଛି’

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ)/ ଜଟଣୀ,୩୧ା୭(ରବୀନ୍ଦ୍ର ନାଥ ମହାକୁଡ଼):ରାଜ୍ୟରେ ବର୍ତ୍ତମାନ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାର ମାନ ହ୍ରାସ ପାଇବାରେ ଲାଗିଛି। ଯାହାଦ୍ୱାରା ଛାତ୍ରୀଛାତ୍ରଙ୍କ ପାଠପଢ଼ା ଉପରେ ପ୍ରଭାବ ପଡୁଛି। ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନ ଥିବା ଏବଂ ସରକାରୀ ପ୍ରୋତ୍ସାହନ ଅଭାବ ଏହାର ପ୍ରମୁଖ କାରଣ ବୋଲି ଜଟଣୀସ୍ଥିତ ଅଗ୍ରଓ୍ବାଲ ଧର୍ମଶାଳା ପରିସରରେ ଆୟୋଜିତ ୧୬ତମ ମେଧାବୀ ଅଭିନନ୍ଦନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଯୋଗଦେଇ ଏହା କହିଛନ୍ତି।
ପାଣ୍ଡବ ଜେନା ଟ୍ରଷ୍ଟ ଆନୁକୂଲ୍ୟରେ ସଂସ୍କୃତି ସୁରକ୍ଷା ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ସତପଥୀ ଶୁଭାରମ୍ଭ କରିଥିଲେ। ଦେଶ, ଜାତି, ଧର୍ମ ଓ ପରମ୍ପରାକୁ ଜାଣିବାକୁ ହେଲେ ପ୍ରଥମେ ତାର ଇତିହାସକୁ ଭଲଭାବେ ଜାଣିବା ଆବଶ୍ୟକ। ସେହିପରି ପୃଥିବୀପୃଷ୍ଠରେ ମଣିଷ ରହିବା ଦିନଠାରୁ ପ୍ରଥମେ ମାତୃଶକ୍ତିର ଉପାସନା କରାଯାଉଥିଲା। ତେଣୁ ମାତୃଶକ୍ତି ବିନା ପୃଥିବୀର କୌଣସି ସୃଷ୍ଟି ସମ୍ଭବ ନୁହେଁ ବୋଲି ସତପଥୀ କହିଥିଲେ। ପାଣ୍ଡବ ଜେନା ଫାଉଣ୍ଡେଶନର ଅଧ୍ୟକ୍ଷ ଡ. ସନ୍ତୋଷ ଜେନା କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଥିଲେ, ଗରିବ ଛାତ୍ରୀଛାତ୍ର ଶିକ୍ଷାରୁ ଯେପରି ବଞ୍ଚିତ ନ ହେବେ ସେ ଦିଗରେ ତାଙ୍କ ଅନୁଷ୍ଠାନ କାର୍ଯ୍ୟ କରୁଛି। ମୁଖ୍ୟ ବକ୍ତାଭାବେ ଭୁବନେଶ୍ୱର ନାଇଜର ଡିନ୍‌ ପ୍ରଫେସର ଡ. ପ୍ରଣୟ କୁମାର ସ୍ବାଇଁ, ସମ୍ମାନିତ ଅତିଥିଭାବେ ଏନ୍‌ଏସ୍‌ଏସ୍‌ ଆଡଭାଇଜର ତଥା ନ୍ୟାଶନାଲ ୟୁଥ୍‌ ପ୍ରୋଜେକ୍ଟ ଓଡ଼ିଶା ମୁଖ୍ୟ ମଧୁସୂଦନ ଦାସ, ପୂର୍ବତନ ଜିଲା ପରିଷଦ ସଭ୍ୟ ବିନତି ଜେନା, ସଂସ୍କୃତି ସୁରକ୍ଷା ମଞ୍ଚ ଆବାହକ କୈଳାସ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ୧୬୨ଜଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଆଉ ୨୧୨ ମେଧାବୀ ଛାତ୍ରୀଛାତ୍ରଙ୍କ ନିକଟକୁ ଯାଇ ସମ୍ମାନିତ କରାଯିବ ବୋଲି ପାଣ୍ଡବ ଜେନା ଫାଉଣ୍ଡେଶନ ଅଧ୍ୟକ୍ଷ ଜେନା କହିଛନ୍ତି। ରାମଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଶିଷ୍ଟ ଶିଶୁ ସାହିତି୍ୟକ ତ୍ରିଲୋଚନ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଂସ୍କୃତି ସୁରକ୍ଷା ମଞ୍ଚର ସଦସ୍ୟ ଚିତ୍ତରଞ୍ଜନ ପ୍ରଧାନ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୮ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ଓ ଅଭିଭାବକମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri