ଶିକ୍ଷାନୁଷ୍ଠାନର ମାନ ଓ ଦୁର୍ନୀତି

ବିଶ୍ୱର ସୁନାମଧନ୍ୟ ଓ ପ୍ରତିଷ୍ଠିତ ଅନୁଷ୍ଠାନ ଭୁବନେଶ୍ୱରସ୍ଥିତ ନାଇଜର(ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ)ର ବିଶ୍ୱପ୍ରସିଦ୍ଧ ଗବେଷକ ଓ ଜନପ୍ରିୟ ଶିକ୍ଷକ ପ୍ରଫେସର ବେଦାଙ୍ଗ ମହାନ୍ତି ଥରେ କଥା ପ୍ରସଙ୍ଗରେ କହିଥିଲେ, ଯଦି ରେଭେନ୍‌ଶାରେ ସେ ମୋଚିରାମ ସାର୍‌ ଓ ଜ୍ୟୋତିଷ ସାର୍‌ଙ୍କ କ୍ଲାସ୍‌ର ମାଧୁର୍ଯ୍ୟରେ ବିମୋହିତ ହୋଇନଥାନ୍ତେ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ଲମ୍ବୋଦର ସାର୍‌ ଓ ବାରିକ୍‌ ସାର୍‌ଙ୍କ ଶିକ୍ଷାଦାନ ଓ ସାନ୍ନିଧ୍ୟ ଲାଭ କରିନଥାନ୍ତେ ତେବେ ହୁଏତ ଆମ ସମାଜରେ ଶ୍ରେଷ୍ଠ ବୃତ୍ତି ଭାବେ ଆଦୃତ ପ୍ରଶାସକ ବୃତ୍ତି ବା ବୈଜ୍ଞାନିକଟିଏ ହୋଇଥାନ୍ତେ। ହାତଗଣତି ଅଧ୍ୟାପକଙ୍କ ସାଧନା ଓଡ଼ିଶାର ପ୍ରତିଷ୍ଠିତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନକୁ ଉଚ୍ଚକୋଟୀର କରି ଗଢ଼ି ତୋଳିଥିଲା ଓ ରାଜ୍ୟ ତଥା ରାଜ୍ୟ ବାହାରର ଛାତ୍ରୀଛାତ୍ରମାନଙ୍କ ବାଲ୍ୟକାଳର ସ୍ବପ୍ନ ରହି ଆସିଥିଲା ରେଭେନ୍‌ଶା, ଉତ୍କଳ, ଭଞ୍ଜବିହାର, ଜ୍ୟୋତିବିହାର, ଅମୃତବିହାର, ବ୍ୟାସବିହାର ଓ ଅନ୍ୟାନ୍ୟ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପଢ଼ିବା।
ହେଲେ କ୍ୟୁ.ଏସ୍‌. ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ ଆସିଲେ ବିଶ୍ୱରେ ଯେମିତି ଚହଳ ପଡ଼େ, ଏନ୍‌.ଆଇ.ଆର୍‌.ଏଫ୍‌. ର଼୍ୟାଙ୍କିଙ୍ଗ ଆସିଲେ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଆଲୋଚନା – ପର୍ଯ୍ୟାଲୋଚନା ଚାଲେ। ପ୍ରମୁଖ ପ୍ରସଙ୍ଗ କିପରି ବେସରକାରୀ ଶିକ୍ଷାନୁଷ୍ଠାନ ଭଲ ର଼୍ୟାଙ୍କ ପାଇଥିବାବେଳେ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ନାଁ ଗନ୍ଧ ନାହିଁ ଏଇ ତାଲିକାରେ। ନାମଲେଖା ଋତୁ ଆସିଲେ ଖବରକାଗଜରେ ବଡ଼ ବଡ଼ ବିଜ୍ଞାପନ ଛପାହୁଏ- ବେସରକାରୀ ଶିକ୍ଷାନୁଷ୍ଠାନ କିପରି ନ୍ୟାଶନାଲ୍‌ ଆସେସ୍‌ମେଣ୍ଟ ଓ ଆକ୍ରେଡେସନ କାଉନସିଲ୍‌(ନାକ) ଦ୍ୱାରା ଉତ୍ତମ ଗ୍ରେଡିଂ ପାଇଛନ୍ତି। ନାକ୍‌ ଦ୍ୱାରା ଭିତ୍ତିଭୂମି, ଛାତ୍ରୀଛାତ୍ରଙ୍କ ଶୈକ୍ଷିକ ପ୍ରଗତିର ହାର, ପ୍ରଶାସନିକ ଦକ୍ଷତା ଓ ନେତୃତ୍ୱ, ଶ୍ରେଷ୍ଠ ଉପଲବ୍ଧି ପ୍ରଭୃତି ମାନଦଣ୍ଡକୁ ସଂଖ୍ୟାର ପରିସଂଖ୍ୟାନ ମପାଯାଏ ଓ ଗ୍ରେଡିଂ ପ୍ରଦାନ କରାଯାଏ। ଏନ୍‌.ଆଇ.ଆର୍‌.ଏଫ୍‌.ରେ ମଧ୍ୟ ସଂଖ୍ୟା ଦ୍ୱାରା ନିର୍ଦ୍ଧାରିତ ହୁଏ ଶିକ୍ଷାର ମାନ ଓ ଶିକ୍ଷାନୁଷ୍ଠାନର ତାଲିକାରେ ସ୍ଥାନ। ୧୯୯୫ରୁ ନାକ୍‌ ଗ୍ରେଡିଂ ବ୍ୟବସ୍ଥା ଆରମ୍ଭ ହୋଇଛି।
କ୍ୟୁ.ଏସ୍‌.ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ ତ୍ରୁଟିପୂର୍ଣ୍ଣ ଦର୍ଶାଇ ଏହାକୁ ବର୍ଜନ କରିଛନ୍ତିି ବିଶ୍ୱର ଶିକ୍ଷା ଓ ଗବେଷଣା ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଥିବା ଦକ୍ଷିଣକୋରିଆ, ସୁଇଜରଲାଣ୍ଡର ପ୍ରମୁଖ ଶିକ୍ଷାନୁଷ୍ଠାନ। ଆମର ଏଠି ସରକାରଙ୍କ ଦ୍ୱାରା ପ୍ରଦତ୍ତ ଅନୁଦାନ ସହ ନାକ୍‌ ଓ ଏନ୍‌.ଆଇ.ଆର୍‌.ଏଫ୍‌. ର଼୍ୟାଙ୍କିଙ୍ଗକୁ ଯୋଡ଼ାଗଲାଣି। ଗଣମାଧ୍ୟମ ଓ ସରକାରୀ ନିୟାମକ ସମ୍ଭବତଃ ସରକାରୀ ଶିକ୍ଷାନୁଷ୍ଠାନର ପଦାଧିକାରୀମାନଙ୍କୁ କଳେବଳେ କୌଶଳେ ଏଇସବୁ ର଼୍ୟାଙ୍କିଙ୍ଗରେ ଭଲ ପ୍ରଦର୍ଶନ ପାଇଁ ପ୍ରେରିତ କରୁଛି। ବେସରକାରୀ ଶିକ୍ଷାନୁଷ୍ଠାନ ଅନୈତିକ ମାର୍ଗ ଆପଣାଇଲେ ଯେତିକି ବିପଦରେ ପଡ଼ନ୍ତିି ନାହିଁ ସରକାରୀ ଶିକ୍ଷାନୁଷ୍ଠାନ ସେତିକି ବିପତ୍ତି ଡାକିଆଣନ୍ତି କାଳେକାଳେ। ସମ୍ପ୍ରତି ସରସ୍ବତୀ ପୂଜା(ବସନ୍ତ ପଞ୍ଚମୀ) ପୂର୍ବଦିନ ସିବିଆଇ(କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ଦ୍ୱାରା ଦେଶର ବିଭିନ୍ନ ସ୍ଥାନରେ ନାକ୍‌ ସଦସ୍ୟମାନଙ୍କ ଘରେ ଚଢ଼ାଉରୁ ଯେଉଁ ଫଳାଫଳ ମିଳିଛି ତାହା ଚିନ୍ତାଜନକ ନିଶ୍ଚୟ।
ଗତ ୧ ଫେବୃଆରୀ ଦିନ ସିବିଆଇ ଟିମ୍‌ ଚେନ୍ନାଇ, ବେଙ୍ଗାଲୁରୁ, ବିଜୟୱାଡ଼ା, ପଲାମୁ, ଭୋପାଳ, ବିଳାସପୁର, ଗୌତମବୁଦ୍ଧ ନଗର, ଦିଲ୍ଲୀ, ସମ୍ବଲପୁର ପ୍ରଭୃତି ସହରରେ ଅଧ୍ୟାପକମାନଙ୍କ ଘରେ ଚଢ଼ାଉ କରି ନଗଦ ୩୭ ଲକ୍ଷ ଟଙ୍କା, ୬ଟି ଲାପ୍‌ଟପ୍‌, ସ୍ବର୍ଣ୍ଣମୁଦ୍ରା ଓ ଆୟବହିର୍ଭୂତ ଅଚଳାଚଳ ସମ୍ପତ୍ତି ଠାବ କରିଛି। ଅନେକ ଆପତ୍ତିଜନକ ସାମଗ୍ରୀ ରଖିଥିବା ପ୍ରମାଣ ଯୋଗୁ ନାକ୍‌ର ସଦସ୍ୟ ଓ ବିଶେଷଜ୍ଞ ଥିବା ୧୦ଜଣଙ୍କୁ ଗିରଫ କରିଛି। ରେଟିଂ ଘୋଟାଲା ଆଜି ଦେଶରେ ଚର୍ଚ୍ଚାର ପ୍ରମୁଖ ବିଷୟ ପାଲଟିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର, ସରକାରୀ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭକରି ବେସରକାରୀ ଶିକ୍ଷାନୁଷ୍ଠାନର କୁଳପତି ମଧ୍ୟ ଏହି ଗିରଫ ଲୋକମାନଙ୍କ ଭିତରେ ତାଲିକାଭୁକ୍ତ! ସିବିଆଇର କହିବା ମୁତାବକ କ ପ୍ଲସ୍‌(ଇ+), କ ପ୍ଲସ୍‌ ପ୍ଲସ୍‌(ଇ++) ରେଟିଙ୍ଗ ଦେବାପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଲାଞ୍ଚ ମଗାଯାଇଛି ଆରୋପି ପ୍ରଫେସରମାନଙ୍କ ଦ୍ୱାରା। ଏମାନେ ନାକ୍‌ ନିରୀକ୍ଷଣ ଟିମ୍‌ର ସଦସ୍ୟ ଥିଲେ। ଏଇ ଧରପଗଡ଼ ପରେ ଯେଉଁ ଶିକ୍ଷାନୁଷ୍ଠାନଗୁଡ଼ିକ ନାକ୍‌ ଦ୍ୱାରା ଇ+ ଓ ଇ++ ଗ୍ରେଡିଂ ପାଇଥିଲେ ଓ ଏଇ ଉପଲବ୍ଧିକୁ ସ୍ବକୀୟ ନଥି ଓ ବିଜ୍ଞାପନ ମାଧ୍ୟମରେ ବିଜ୍ଞାପିତ କରି କ୍ରେଡିଟ୍‌ ନେବାକୁ ଚେଷ୍ଟା କରୁଥିଲେ ପଛଘୁଞ୍ଚା ଦେବେ ନିଶ୍ଚୟ। କିନ୍ତୁ ଏଇ ପୃଷ୍ଠଭୂମିରେ ନାକ୍‌ ଗ୍ରେଡିଂ ସହ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଓ ଅନ୍ୟାନ୍ୟ ସରକାରୀ ଅନୁଦାନ ପ୍ରଦାନ ସଂସ୍ଥା ଦ୍ୱାରା ପ୍ରଦତ୍ତ ଅନୁଦାନର ପରିମାଣକୁ ଯୋଡ଼ିବାର ନିୟମକୁ ବଦଳାଇବା ପାଇଁ ପୁନର୍ବିଚାରର ଆବଶ୍ୟକତା ନାହିଁ କି? ଏଇ ଦୁର୍ନୀତି ପ୍ରକରଣ ଉଜାଗର ହେବା ପରେ ସରକାର ବାହାଦୁର ଏନ୍‌.ଆଇ.ଆର୍‌.ଏଫ୍‌. ର଼୍ୟାଙ୍କିଙ୍ଗରେ ଅପ୍ରତ୍ୟାଶିତ ଓ ଅବିଶ୍ୱନୀୟ ର଼୍ୟାଙ୍କ ଆଣୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକର କାର୍ଯ୍ୟକଳାପକୁ ତଦନ୍ତର ପରିଧି ଭିତରେ ଆଣିବାର ଆବଶ୍ୟକତା ନାହିଁ କି? ଏନ୍‌.ଆଇ.ଆର୍‌.ଏଫ୍‌. ର଼୍ୟାଙ୍କିଙ୍ଗରେ ଅସଦ୍‌ମାର୍ଗ ଆପଣାଯାଉଛି କି ନାହିଁ ଏହାର ତଦନ୍ତ ହେବାର ଆବଶ୍ୟକତା ଅନୁଭବ ହେଉନାହିଁ କି?
ବିଭିନ୍ନ ର଼୍ୟାଙ୍କିଙ୍ଗ ଓ ଗ୍ରେଡିଂ ଦ୍ୱାରା ଅନୁଷ୍ଠାନଗୁଡ଼ିକୁ ଭଲ ପ୍ରଦର୍ଶନ ପାଇଁ ପ୍ରୋତ୍ସାହିତ କଲେ କ୍ଷତି ନାହିଁ। କିନ୍ତୁ ର଼୍ୟାଙ୍କିଙ୍ଗ ଓ ଗ୍ରେଡିଂ ସହ ସରକାରୀ ଅନୁଦାନକୁ ଯୋଡ଼ିଲେ ଏହା ପରୋକ୍ଷରେ ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣକୁ କିପରି ପ୍ରୋତ୍ସାହିତ କରେ ସଦ୍ୟ ଉଜାଗର ହୋଇଥିବା ଗ୍ରେଡିଂ ଦୁର୍ନୀତି ଏହାର ପ୍ରମାଣ। ସରକାର ବାହାଦୁର ବେଳହୁଁ ସାବଧାନ ନ ହେଲେ ଆଗକୁ ବିପଦ।

ଡ. ଗୌରୀଶଙ୍କର ସାହୁ
ଅଧ୍ୟାପକ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ
ହିମାଚଳ ପ୍ରଦେଶ, ଧର୍ମଶାଳା
ମୋ: ୭୯୭୮୪୨୧୮୩୫


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri