Categories: ଜାତୀୟ

କଂଗ୍ରେସ ରାଲିରେ ଦଳାଚକଟା

ବରେଲି,୪।୧: ଉତ୍ତର ପ୍ରଦେଶ ବରେଲିଠାରେ ମଙ୍ଗଳବାର କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ମାରାଥନ ରାଲିରେ ଦଳଚକଟା ହୋଇଛି । ଦଳାଚକଟାରେ କିଛି ଛାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମାରାଥନ ରାଲିର ଭିଡିଓ ଏବେ ସାମ୍ନାକୁ ଆସିଛି । ରାଲିରେ କରୋନା କଟକଣାକୁ ପାଳନ କରାଯାଉ ନ ଥିବା ଦେଖିବାକୁ ମଳିଛି । ମାରାଥନରେ ହଜାର ହଜାର ସଂଖ୍ୟାରେ ଛାତ୍ରୀମାନେ ଯୋଗ ଦେଇଥିଲେ। ହେଲେ ଦୌଡିବା ବେଳେ କିଛି ଛାତ୍ରୀ ତଳେ ପଡିଯାଇଥିଲେ। ଏହାପରେ ତାଙ୍କୁ ଧକ୍କା ଦେଇ ଜଣଙ୍କ ପରେ ଜଣେ ଛାତ୍ରୀ ପଡିଯାଇଥିଲେ। ଫଳରେ ଘଟଣାସ୍ଥଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପସ୍ଥିତ କଂଗ୍ରେସ କର୍ମକର୍ତ୍ତା ଆହତ ଛାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ।

ସୂଚନା ଯୋଗ୍ୟ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଉତ୍ତର ପ୍ରଦେଶ ନିର୍ବାଚନରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି କରିବା ଉପରେ ଜୋର ଦେଉଛନ୍ତି । ନିର୍ବାଚନରେ ୪୦ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବେ ବୋଲି ଘୋଷଣା କରିଛନ୍ତି । ଯୁପିରେ କଂଗ୍ରେସ ସରକାରକୁ ଆସିଲେ ଛାତ୍ରୀଙ୍କୁ ସ୍କୁଟି, ମୋବାଇଲ ଫୋନ ଦେବାକୁ ପ୍ରିୟଙ୍କା ପ୍ରତିଶ୍ରୁତି ଦେଇଛନ୍ତି। ଏପରି କି ‘ଲଡକୀ ହୁଁ ଲଡ୍‌ ଶକ୍ତି ହୁଁ’ ନାରା ମାଧ୍ୟମରେ କଂଗ୍ରେସ ଉତ୍ତର ପ୍ରଦେଶରେ ନିର୍ବାଚନୀ ମାହୋଲ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି।

Share