Categories: ଜାତୀୟ

ମହାକାଳେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳାଚକଟା…

ଉଜ୍ଜୟନୀ,୨୭।୭: ମଧ୍ୟପ୍ରଦେଶ ଉଜ୍ଜୟନୀଠାରେ ପ୍ରଭୁ ଶ୍ରୀ ମହାକାଳେଶ୍ୱରଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ହୋଇଥିବା ଦଳା ଚକଟାରେ ବହୁ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କ ସମତେ ବହୁ ଭିଆଇପି ଏବଂ ସାଧାରଣ ଲୋକ ମନ୍ଦିରରେ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ। ତେବେ ବହୁ ସଂଖ୍ୟକ ଲୋକଙ୍କୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଥିଲା। ଫଳରେ ଭିଡ଼ ମଧ୍ୟରେ ଦଳାଚକଟା ହୋଇଥିବା କୁହାଯାଉଛି। ଆହତଙ୍କ ମଧ୍ୟରେ ମହିଳା ଏବଂ ଛୋଟ ପିଲା ରହିଛନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ସକାଳ ୬ରୁ ରାତ୍ର ୮ ମଧ୍ୟରେ ୩୫୦୦ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଯୋଜନା କରାଯାଇଥିଲା। ପ୍ରତି ୨ ଘଣ୍ଟାରେ ୫୦୦ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ପ୍ରଦାନ କରାଯାଇଥିଲା। ତେବେ ଭିଡ଼ ନିୟନ୍ତ୍ରଣ ନ ହୋଇ ପାରିବାରୁ ଏଭଳି ହୋଇଥିବା ଜିଲାପାଳ ଆଶିଷ ସିଂ ସୂଚନା ଦେଇଛନ୍ତି। ଅସନ୍ତା ସୋମବାର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ସେ କହିଛନ୍ତି।

Share