Categories: ଜାତୀୟ

ମନ୍ତ୍ରୀ ହେବେ ଷ୍ଟାଲିନ୍‌ଙ୍କ ପୁଅ

ଚେନ୍ନାଇ,୩୦।୪: ଡିଏମ୍‌କେ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନ ତାମିଲନାଡୁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଯାଉଛନ୍ତି। ଜୁନ୍‌ ସୁଦ୍ଧା ତାଙ୍କୁ ରାଜ୍ୟ କ୍ୟାବିନେଟରେ ନିଆଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଷ୍ଟାଲିନ୍‌ଙ୍କ କ୍ଷେତ୍ରରେ ଯେଉଁ ଭୁଲ୍‌ ହୋଇଥିଲା ଡିଏମ୍‌କେ ଏବଂ ଏହାର ପ୍ରଥମ ପରିବାର ତା’ର ପୁନରାବୃତ୍ତି କରିବାକୁ ଚାହୁଁନାହାନ୍ତି। ମୁଖ୍ୟମନ୍ତ୍ରୀ ହେବା ଲାଗି ଷ୍ଟାଲିନ୍‌ଙ୍କୁ ବହୁବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ୪୪ ବର୍ଷୀୟ ଉଦୟନିଧିଙ୍କ ଚଳଚ୍ଚିତ୍ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ଏବଂ ଜୁନ୍‌ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହୋଇଯିବ ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି।

Share