Categories: ଜାତୀୟ

ସିସୋଡିଆଙ୍କ ଗିରଫଦାରୀ ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଷ୍ଟାଲିନ୍‌

ନୂଆଦିଲ୍ଲୀ,୮।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍‌ ସମର୍ଥନ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ସିସୋଡିଆକୁ ବିନା ସର୍ତ୍ତରେ ଜେଲରୁ ମୁକ୍ତ କରିବାକୁ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ ଲେଖିଛନ୍ତି, ମନୀଷ ସିସୋଡିଆଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯାଇଛି। ସେ ଆହୁରି ମଧ୍ୟ ଲେଖିଛନ୍ତି, ଅପରାଧିକ ନ୍ୟାୟ ବ୍ୟବସ୍ଥାର ସମସ୍ତ ନୀତି ପବନରେ ଫିଙ୍ଗି ଦିଆଯାଇଛି ଏବଂ କେନ୍ଦ୍ରରେ ଶାସକ ଦଳର ବ୍ୟକ୍ତିଗତ ସନ୍ତୁଷ୍ଟତା ପାଇଁ ଆଇନର ପ୍ରକ୍ରିୟା ଅପବ୍ୟବହାର କରାଯାଉଛି। ତେବେ ସଠିକ୍‌ ପଦକ୍ଷେପ ନେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।
ମନୀଷ ସିସୋଡିଆଙ୍କୁ ପୁଣିଥରେ କୋର୍ଟ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ପଠାଇଛନ୍ତି। ସେ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ତିହାର ଜେଲରେ ରହିବେ। ସୋମବାର ଏହି ମାମଲାକୁ ନେଇ ଜେଲ୍‌ରେ ସିସୋଡିଆଙ୍କୁ ପ୍ରଥମ ଥର ପାଇଁ ଇଡି ଜେରା କରିଥିଲା।

Share