Categories: ଜାତୀୟ

ଭୁଲ ଟୁଇଟ୍‌କୁ ନେଇ ଉତ୍ତେଜନା: ଜମ୍ମୁ-କଶ୍ମୀରକୁ ଚାଇନାର ଅଂଶ ବୋଲି ଦର୍ଶାଯାଇଛି

ନୂଆଦିଲ୍ଲୀ, ୧୯।୧୦: ଟୁଇଟରରେ ଏକ ଭୁଲ ଟୁଇଟ୍‌ ନେଇ ଦେଶରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ନୀତୀନ ଏ. ଗୋଖଲେ ଟୁଇଟର ହ୍ୟାଣ୍ଡେଲରୁ ଅପଲୋଡ଼ କରାଯାଇଛି ଯେ, ଜମ୍ମୁ-କଶ୍ମୀରକୁ ଚାଇନାର ଅଂଶ ବୋଲି ଦର୍ଶାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟୁଇଟର୍‌ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଳାଗି ଦାବି କରାଯାଇଛି। ଏହାକୁ ନେଇ ସୋସିଆଲ୍‌ ମିଡ଼ିଆରେ ଟୁଇଟର ବିରୋଧରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଟୁଇଟର ଦେଶ ମାନଚିତ୍ର ବଦଳାଇବା ଆରମ୍ଭ କରିଥିବା କେତେକ ୟୁଜର ମତପୋଷଣ କରିଛନ୍ତି। ଟୁଇଟର ଭଳି ବଡ଼ ସୋସିଆଲ ମିଡ଼ିଆ କମ୍ପାନୀ କ୍ଷେତ୍ରରେ ଏଭଳି କାର୍ଯ୍ୟ କରିବା ଅକ୍ଷମଣୀୟ ବୋଲି କିଛି ୟୁଜର ମନ୍ତବ୍ୟ ଦେଇଛନ୍ତି।

Share