Posted inଜାତୀୟ

ପଞ୍ଜାବ କଂଗ୍ରେସରେ ଘଡ଼ିକେ ଘୋଡ଼ା

ଚଣ୍ଡିଗଡ଼/ନୂଆଦିଲ୍ଲୀ,୨୯।୯: କ୍ରିକେଟରରୁ ରାଜନେତା ସାଜିଥିବା ନବଜୋତ୍‌ ସିଂ ସିଦ୍ଧୁ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ପରେ ପଞ୍ଜାବ ରାଜନୀତିରେ ଅନିଶ୍ଚିତତା ଦେଖାଦେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ସମ୍ପର୍କରେ ପ୍ରଶ୍ନ କରାଯିବାରୁ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି ସିଦ୍ଧୁଙ୍କ ଇସ୍ତଫା ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂ ଦିଲ୍ଲୀରେ ପହଞ୍ଚତ୍ବା ପରେ ସେ ଭାଜପାରେ ଯୋଗଦେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ପଞ୍ଜାବ କଂଗ୍ରେସରେ ଘଡ଼ିକେ ଘୋଡ଼ା ଛୁଟୁଛି। ନବ ନିଯୁକ୍ତ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନିଙ୍କ କ୍ୟାବିନେଟ ସଦସ୍ୟମାନଙ୍କୁ ବିଭାଗ ବଣ୍ଟନର କିଛି ସମୟ ପରେ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି (ପିପିସିସି) ସଭାପତି ପଦରୁ ନଭଜୋତ୍‌ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି। ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଦେଇଛନ୍ତି, ଯାହାକି ଗ୍ରହଣ ହୋଇଛି। ଏହି ଘଟଣାକ୍ରମ ସହ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ କଂଗ୍ରେସରେ ନୂଆ ସଙ୍କଟ ଦେଖାଦେଇଛି।
କ୍ରିକେଟରରୁ ରାଜନେତା ସାଜିଥିବା ନଭଜୋତ୍‌ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସ ସଭାପତି ପଦ କାହିଁକି ଛାଡ଼ିଲେ ସେନେଇ ସ୍ପଷ୍ଟ ଭାବେ ଉଲ୍ଲେଖ କରିନାହାନ୍ତି। ନିଜ ଇସ୍ତଫାପତ୍ରରେ ସିଦ୍ଧୁ ଲେଖିଛନ୍ତି, ମଣିଷ ସାଲିସ କରିବାରେ ଲାଗିଲେ ଚାରିତ୍ରିକ ସ୍ଖଳନ ଆରମ୍ଭ ହୋଇଥାଏ। ପଞ୍ଜାବର ଭବିଷ୍ୟତ, କାର୍ଯ୍ୟସୂଚୀ
ଓ ମଙ୍ଗଳକୁ ନେଇ ସେ ସାଲିସ କରିପାରିବେ ନାହିଁ।
ସେ ପିସିସି ମୁଖ୍ୟ ପଦରୁ ଇସ୍ତଫା ଦେଉଛନ୍ତି, କିନ୍ତୁ କଂଗ୍ରେସରେ ରହିବେ ବୋଲି ସିଦ୍ଧୁ ଟୁଇଟ୍‌ କରିଛନ୍ତି। ସୂତ୍ରରୁ ଜଣାପଡ଼ିଛି ଯେ, ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରନ୍ଧାଓ୍ବାଙ୍କୁ ଗୃହ ବିଭାଗ ମିଳିଥିବାରୁ ସିଦ୍ଧୁ ଅସନ୍ତୁଷ୍ଟ ଥିଲେ। ଏହି ବିଭାଗ ପାରମ୍ପରିକ ଭାବେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରହିଥାଏ ବୋଲି ସିଦ୍ଧୁ ଯୁକ୍ତି କରିଛନ୍ତି। ଏହା ପୂର୍ବରୁ ଏହି ମୁଖ୍ୟମନ୍ତ୍ରୀ ପଦ ଲାଗି ରନ୍ଧାଓ୍ବାଙ୍କ ନାମ ପ୍ରସ୍ତାବ ଦିଆଯାଇଥିବାବେଳେ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାଓ୍ବତ୍‌ଙ୍କ ସହ ବୈଠକ କରୁଥିବା ହୋଟେଲରୁ ସିଦ୍ଧୁ ଚାଲିଯାଇଥିଲେ। ସେ ପିପିସିସି ସଭାପତି ପଦରୁ ଇସ୍ତଫା ଦେବା ପାଇଁ ଦିଲ୍ଲୀ ଅଭିମୁଖେ ଅଗ୍ରସର ହୋଇଥିଲେ। ଫଳରେ କଂଗ୍ରେସକୁ ସାଲିସ କରିବାକୁ ପଡ଼ିଥିଲା। ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଦଳ ସ୍ପଷ୍ଟ କରିବା ପରେ ସିଦ୍ଧୁ ବାଟରୁ ଫେରିଥିଲେ। ସେହିପରି ଚନ୍ନିଙ୍କ କ୍ୟାବିନେଟ୍‌ରେ ରାଣା ଗୁର୍‌ଜିତ୍‌ ସିଙ୍କୁ ସାମିଲ କରାଯିବା ନେଇ ମଧ୍ୟ ସିଦ୍ଧୁ ଅସନ୍ତୁଷ୍ଟ ଥିଲେ। ରବିବାର ନୂଆ କ୍ୟାବିନେଟ ସଦସ୍ୟମାନେ ଶପଥ ନେଉଥିବାବେଳେ ସିଦ୍ଧୁ କାହାକୁ କିଛି ନ କହି ସେଠାରୁ ଚାଲିଯାଇଥିଲେ। ସେବେଠୁ ସେ ନିଜ ପଟିଆଲା ବାସଭବନରେ ଥିଲେ। ସିଦ୍ଧୁଙ୍କୁ ବୁଝାଇବା ପାଇଁ କଂଗ୍ରେସ ତାଙ୍କ ସହଯୋଗୀ ପର୍ଗତ ସିଂଙ୍କୁ ପଠାଇଥିଲା। ସୋମବାର ଦିନସାରା ତାଙ୍କୁ ବୁଝାଶୁଝା ଚାଲିଥିବାବେଳେ ମଙ୍ଗଳବାର ବିଭାଗ ବଣ୍ଟନ କରାଯିବା ପରେ ସେ ଇସ୍ତଫା ଦେଇଛନ୍ତି। ଏହା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କଂଗ୍ରେସ ଉଦ୍ଦେଶ୍ୟରେ ଟୁଇଟ୍‌ କରିଛନ୍ତି, ସିଦ୍ଧୁ ଏପରି କରିବେ ବୋଲି ତୁମକୁ ପୂର୍ବରୁ କହିଥିଲି। ସିଦ୍ଧୁ ଜଣେ ସ୍ଥିର ମଣିଷ ନୁହନ୍ତି। ସେ ସୀମାନ୍ତ ରାଜ୍ୟ ପଞ୍ଜାବର ନେତୃତ୍ୱ ପାଇଁ ଉପଯୁକ୍ତ ନୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri