ଆବାସ ଯୋଜନା ଅଭିଯୋଗ ପାଇଁ ହିତାଧିକାରୀଙ୍କ ଭିଡ଼

ଏରସମା,୨୫ା୧(ସ୍ବ.ପ୍ର.): ଏରସମା ବ୍ଲକ ପରିସରରେ ମଙ୍ଗଳବାର ଜିଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବହୁ ଅଭିଯୋଗକାରୀଙ୍କ ଭିଡ଼ ଜମିଥିଲା। ଶିବିରରେ ଅଧିକାଂଶ ଅଭିଯୋଗ ଆବାସ ଯୋଜନା ସମ୍ପର୍କିତ ଥିଲା। ଏ ବିଷୟରେ ଅଭିଯୋଗ କରିବା ପାଇଁ ହିତାଧିକାରୀମାନେ ଦୀର୍ଘ ସମୟ ଧରି ଲାଇନ୍‌ରେ ଠିଆ ହୋଇଥିଲେ। ଏନେଇ ଠେଲାପେଲା ହେବାରୁ ସମସ୍ତଙ୍କୁ ଫର୍ମ ଯୋଗାଇବା ସମ୍ଭବ ହୋଇ ପାରି ନ ଥିଲା। କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ା ଏହାଦ୍ୱାରା ଦାୟିତ୍ୱରେ ଥିବା କର୍ମଚାରୀ ହିତାଧିକାରୀଙ୍କ ନାମ ପଞ୍ଜୀକରଣ କରିପାରି ନ ଥିଲେ ା ଏଥିଯୋଗୁ ଅଭିଯୋଗକାରୀଙ୍କ ନିର୍ଦ୍ଦିଷ୍ଟ ସଂଖ୍ୟା ନିରୂପଣ କରାଯାଇ ପାରିନାହିଁ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ା
ଗତ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ମନୋନୀତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରତି ପଞ୍ଚାୟତରେ ଲଗାଯାଇଥିଲା। ଅଭିଯୋଗ ଥିତ୍ଲେ ୨୪ ତାରିଖ ସୁଦ୍ଧା ଦାଖଲ କରିବାକୁ ହିତାଧିକାରୀମାନଙ୍କୁ କୁହାଯାଇଥିଲା। ତାଲିକାରୁ ବାଦ୍‌ ପଡ଼ିଥିବା ହିତାଧିକାରୀମାନେ ଅଭିଯୋଗ କରିବା ପାଇଁ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଭିଡ଼ ଜମାଇଥିଲେ। ଶିବିରରେ ଆମ୍ବିକି ପଞ୍ଚାୟତର କିଆଦା (ନଗରୀ) ଗ୍ରାମର ନିବାସ ଫନ୍ଦାକାର,ତପନ ବେରା,ଝାଡେଶ୍ୱର ଗିରୀ,ନିକୁଞ୍ଜ ଗିରି କମଲ ପ୍ରଧାନ ପ୍ରମୁଖ ଅଭିଯୋଗ କରିଥିଲେ ଯେ, ମହାବାତ୍ୟା ସମୟରେ ଏହି ଗ୍ରାମର ୨୬୫ ଜଣ ପ୍ରାଣ ହରାଇଥିଲେ। ସେତେବେଳେ ଏକ ଘରୋଇ କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯାଇଥିବା ଗୃହ ନିମ୍ନମାନର ଥିଲା। ଏସବୁ ଗୃହକୁ ଇତିମଧ୍ୟରେ ୨୨ ବର୍ଷ ବିତିଯାଇଥିବାରୁ ସେଗୁଡ଼ିକ ଅସୁରକ୍ଷିତ ହୋଇପଡ଼ିଛି। ଜିଲା ପ୍ରଶାସନ ଏନେଇ ଦୃଷ୍ଟି ଦେବାକୁ ସେମାନେ ଦାବି କରିଥିଲେ। ସେହିପରି ଗଡବିଶୁନିପୁର ପଞ୍ଚାୟତ ଅନ୍ତର୍ଗତ ନଳଭେଡି ଗ୍ରାମର ମେନକା ମଣ୍ଡଳ(୩୧) ଜଣେ ଭିନ୍ନକ୍ଷମ ହୋଇଥିବାବେଳେ ୧୨ ବର୍ଷ ହେବା ମା’ବାପାଙ୍କୁ ହରାଇ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ଆବାସ ଯୋଜନାରୁ ବଞ୍ଚତ୍ତ କରାଯାଇଛି ବୋଲି ସମ୍ପର୍କୀୟ ଭାଇ କାମଦେବ ପ୍ରଧାନ ଅଭିଯୋଗ କରିଛନ୍ତି ା ଶିବିରରେ ଜିଲାପାଳଙ୍କ ପାରୁଲ ପଟୱାରିଙ୍କ ସହ ବିଡିଓ କୈଳାସ ଚନ୍ଦ୍ର ବେହେରା, ତହସିଲଦାର ନବପ୍ରସାଦ ନାୟକ, ତିର୍ତ୍ତୋଲ ଏସ୍‌ଡିପିଓ ପ୍ରଶାନ୍ତ କୁମାର ମାଝି, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri