କରୋନା ବଦଳାଇ ଦେଲା ଜୀବିକା: ପାନ ବିକୁଛନ୍ତି ଯାତ୍ରା କମେଡିଆନ୍‌

ଭଣ୍ଡାରିପୋଖରୀ, ୨୦ା୮(ଦେବେନ୍ଦ୍ର ଆନ୍ଦିଆ)- କରୋନା ଛଡ଼ାଇ ନେଇଛି ଜୀବନ ଜୀବିକା। କାଲି ଯିଏ ମଞ୍ଚରେ ହସାଇ ଦର୍ଶକଙ୍କୁ ବେଦମ କରୁଥିଲେ, ସେ ଆଜି ରାଜପଥ ପାର୍ଶ୍ୱରେ ଚା’ ପାନ ବିକ୍ରି କରି ପରିବାର ଚଳାଉଛନ୍ତି। ଏମିତି ଜଣେ ପ୍ରତିଷ୍ଠିତ ଯାତ୍ରା ହାସ୍ୟଭିନେତା ହେଉଛନ୍ତି ପ୍ରଭାକର ସାହୁ(୫୨)। ପରିବାର କହିଲେ ପତି, ପତ୍ନୀ, ଦୁଇଝିଅ, ଗୋଟିଏ ପୁଅ। ବଡ଼ ଝିଅ ବିଭା ଦେଇଛନ୍ତି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ଼ ଗ୍ରାମରେ ତାଙ୍କ ଘର। କରୋନା ପାଇଁ ଯାତ୍ରା ବନ୍ଦ ରହିଥିବାରୁ ମାର୍ଚ୍ଚ ମାସରୁ ଘରେ ବସିଛନ୍ତି। ଯାହା ପଇସା ଥିଲା ଘର ଖଣ୍ଡିଏ କରି ଦେଇଛନ୍ତି। ଆଉ ରୋଜଗାର ନାହିଁ। କେତେଦିନ ବସିବି, କେମିତି ଚଳିବି ଭାବି ଭଣ୍ଡାରିପୋଖରୀ ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱ ପାଳଦାବାଙ୍କଠାରେ ଗହ୍ମା ପୂର୍ଣ୍ଣିମାଠାରୁ ଏକ ଚା’ ପାନ ଦୋକାନ ଖୋଲିଛନ୍ତି। ସେଥିରୁ ଯାହା ରୋଜଗାର ହେଉଛି ପରିବାର ଚଳୁଛି। କେତେ ରୋଜଗାର ପଚାରିବାରୁ ପ୍ରତ୍ୟେକ ଦିନ ୧୦୦ ରୁ ୧୫୦ ଟଙ୍କା ରୋଜଗାର ହେଉଛି। ସେଥିରେ ଆମ ପରିବାର ଚଳୁଛି। କ’ଣ କରିବା ଏ କରୋନା ସବୁ ଛଡ଼ାଇନେଲା ବୋଲି କୋହଭରା କଣ୍ଠରେ କହିଥିଲେ।
ପ୍ରଭାକର ୧୯୭୫ରେ ଯାତ୍ରା ଜଗତରେ ଯୋଗ ଦେଇଥିଲେ। ଷଷ୍ଠ ଶ୍ରେଣୀ ଯାଏ ପଢ଼ିଛନ୍ତି। ସେତେବେଳେ ଘରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଯାତ୍ରା ପାର୍ଟିରେ ଯୋଗ ଦେଇଥିଲେ। ପ୍ରଥମେ ଶିଶୁ କଳାକାର, ଡୁଏଟ୍‌, ଭାଓଲୀନ ଓ ଅର୍ଗାନ୍‌ ବଜାଇଲେ। ହାସ୍ୟ ଅଭିନେତା ଭାବେ ୧୨ ବର୍ଷ ହେଲା ବେଶ ପରିଚିତ। ସ୍ବପ୍ନ ମହଲ ଯାତ୍ରା ପାର୍ଟିରେ ବର୍ଷେ ହେଲା ଅଭିନୟ କରୁଥିଲେ। କରୋନା ପାଇଁ ପାର୍ଟି ଛାଡ଼ିଲେ। ପାର୍ଟି ଚାଲିଲେ ରାଜଧାନୀ ଅପେରା ଯିବା ପାଇଁ କଥା ହୋଇଛନ୍ତି।
ଦୁଃଖର କଥା ଜମିବାଡ଼ି କହିଲେ ଆଠଗୁଣ୍ଠ। ଯାତ୍ରାରୁ ଯାହା ରୋଜଗାର କରିଥିଲି ଘର ଦୁଇ ବଖରା କରିଦେଲି। ବ୍ଲକ ଯାଇ ନେହୁରା ହେଲି ରାଶନକାର୍ଡ଼ ଖଣ୍ଡେ କରିଦିଅ, କିନ୍ତୁ କେହି ଶୁଣିଲେନି। କହିଲେ ତୁମର କୋଠାଘର ତମେ ପାଇବ ନାହିଁ। କ’ଣ କରିବି ନିରୁପାୟ ହୋଇ ଚା, ପାନ ଦୋକାନ କରି ବସିଛି। ପୁଣି ଯାତ୍ରା ଚାଲିଲେ ରଙ୍ଗମଞ୍ଚକୁ ଚାଲଯିବି ବୋଲି କହିଛନ୍ତି। ସରକାର ତାଙ୍କ ଭଳି କଳାକାରମାନଙ୍କୁ ସହାୟତା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri