କରୋନା ବଦଳାଇ ଦେଲା ଜୀବିକା: ପାନ ବିକୁଛନ୍ତି ଯାତ୍ରା କମେଡିଆନ୍‌

ଭଣ୍ଡାରିପୋଖରୀ, ୨୦ା୮(ଦେବେନ୍ଦ୍ର ଆନ୍ଦିଆ)- କରୋନା ଛଡ଼ାଇ ନେଇଛି ଜୀବନ ଜୀବିକା। କାଲି ଯିଏ ମଞ୍ଚରେ ହସାଇ ଦର୍ଶକଙ୍କୁ ବେଦମ କରୁଥିଲେ, ସେ ଆଜି ରାଜପଥ ପାର୍ଶ୍ୱରେ ଚା’ ପାନ ବିକ୍ରି କରି ପରିବାର ଚଳାଉଛନ୍ତି। ଏମିତି ଜଣେ ପ୍ରତିଷ୍ଠିତ ଯାତ୍ରା ହାସ୍ୟଭିନେତା ହେଉଛନ୍ତି ପ୍ରଭାକର ସାହୁ(୫୨)। ପରିବାର କହିଲେ ପତି, ପତ୍ନୀ, ଦୁଇଝିଅ, ଗୋଟିଏ ପୁଅ। ବଡ଼ ଝିଅ ବିଭା ଦେଇଛନ୍ତି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ଼ ଗ୍ରାମରେ ତାଙ୍କ ଘର। କରୋନା ପାଇଁ ଯାତ୍ରା ବନ୍ଦ ରହିଥିବାରୁ ମାର୍ଚ୍ଚ ମାସରୁ ଘରେ ବସିଛନ୍ତି। ଯାହା ପଇସା ଥିଲା ଘର ଖଣ୍ଡିଏ କରି ଦେଇଛନ୍ତି। ଆଉ ରୋଜଗାର ନାହିଁ। କେତେଦିନ ବସିବି, କେମିତି ଚଳିବି ଭାବି ଭଣ୍ଡାରିପୋଖରୀ ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱ ପାଳଦାବାଙ୍କଠାରେ ଗହ୍ମା ପୂର୍ଣ୍ଣିମାଠାରୁ ଏକ ଚା’ ପାନ ଦୋକାନ ଖୋଲିଛନ୍ତି। ସେଥିରୁ ଯାହା ରୋଜଗାର ହେଉଛି ପରିବାର ଚଳୁଛି। କେତେ ରୋଜଗାର ପଚାରିବାରୁ ପ୍ରତ୍ୟେକ ଦିନ ୧୦୦ ରୁ ୧୫୦ ଟଙ୍କା ରୋଜଗାର ହେଉଛି। ସେଥିରେ ଆମ ପରିବାର ଚଳୁଛି। କ’ଣ କରିବା ଏ କରୋନା ସବୁ ଛଡ଼ାଇନେଲା ବୋଲି କୋହଭରା କଣ୍ଠରେ କହିଥିଲେ।
ପ୍ରଭାକର ୧୯୭୫ରେ ଯାତ୍ରା ଜଗତରେ ଯୋଗ ଦେଇଥିଲେ। ଷଷ୍ଠ ଶ୍ରେଣୀ ଯାଏ ପଢ଼ିଛନ୍ତି। ସେତେବେଳେ ଘରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଯାତ୍ରା ପାର୍ଟିରେ ଯୋଗ ଦେଇଥିଲେ। ପ୍ରଥମେ ଶିଶୁ କଳାକାର, ଡୁଏଟ୍‌, ଭାଓଲୀନ ଓ ଅର୍ଗାନ୍‌ ବଜାଇଲେ। ହାସ୍ୟ ଅଭିନେତା ଭାବେ ୧୨ ବର୍ଷ ହେଲା ବେଶ ପରିଚିତ। ସ୍ବପ୍ନ ମହଲ ଯାତ୍ରା ପାର୍ଟିରେ ବର୍ଷେ ହେଲା ଅଭିନୟ କରୁଥିଲେ। କରୋନା ପାଇଁ ପାର୍ଟି ଛାଡ଼ିଲେ। ପାର୍ଟି ଚାଲିଲେ ରାଜଧାନୀ ଅପେରା ଯିବା ପାଇଁ କଥା ହୋଇଛନ୍ତି।
ଦୁଃଖର କଥା ଜମିବାଡ଼ି କହିଲେ ଆଠଗୁଣ୍ଠ। ଯାତ୍ରାରୁ ଯାହା ରୋଜଗାର କରିଥିଲି ଘର ଦୁଇ ବଖରା କରିଦେଲି। ବ୍ଲକ ଯାଇ ନେହୁରା ହେଲି ରାଶନକାର୍ଡ଼ ଖଣ୍ଡେ କରିଦିଅ, କିନ୍ତୁ କେହି ଶୁଣିଲେନି। କହିଲେ ତୁମର କୋଠାଘର ତମେ ପାଇବ ନାହିଁ। କ’ଣ କରିବି ନିରୁପାୟ ହୋଇ ଚା, ପାନ ଦୋକାନ କରି ବସିଛି। ପୁଣି ଯାତ୍ରା ଚାଲିଲେ ରଙ୍ଗମଞ୍ଚକୁ ଚାଲଯିବି ବୋଲି କହିଛନ୍ତି। ସରକାର ତାଙ୍କ ଭଳି କଳାକାରମାନଙ୍କୁ ସହାୟତା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri