ହାଇଦ୍ରାବାଦ,୪ା୧୨: ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲୋକପ୍ରିୟତା ଯୋଗୁ ବରୋଦା ଓ ଗୁଜରାଟ ମଧ୍ୟରେ ଜିମଖାନା ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି ମ୍ୟାଚ୍କୁ ଅଧିକ ସୁରକ୍ଷିତ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମକୁ ସ୍ଥାନାନ୍ତର କରାଯାଇଥିଲା।
ହାର୍ଦ୍ଦିକଙ୍କ ଉପସ୍ଥିତି ଯୋଗୁ ଆଶାଠାରୁ ଅଧିକ ଦର୍ଶକ ମ୍ୟାଚ୍ ଦେଖିବା ପାଇଁ ଇଚ୍ଛା ପ୍ରକଟ କରିଥିଲେ। ଦଳୀୟ ହୋଟେଲ, ନେଟ୍ ପ୍ରାକ୍ଟିସ ଓ ଟିକେଟ କାଉଣ୍ଟରରେ ଏକ ସାଧାରଣ ଘରୋଇ ମ୍ୟାଚ୍ଠାରୁ ଆମ ଆଶାଠାରୁ ଖୁବ ଅଧିକ ଦର୍ଶକ ଯୋଗ ଦେଇଥିଲେ। ଏଥିଯୋଗୁ ସୁରକ୍ଷାଜନିତ ସମସ୍ୟା ସୃଷ୍ଟି ହୋଇଥିଲା।
‘ଆମ ଆଶାଠାରୁ ଖୁବ ଅଧିକ ପ୍ରଶଂସକ ଏହି ମ୍ୟାଚ୍ ଦେଖିବା ଲାଗି ଇଚ୍ଛା ପ୍ରକଟ କରିଥିଲେ। ମ୍ୟାଚ୍ ସୁପରିଚାଳନା ଓ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜୀବ ଗାନ୍ଧୀ ଷ୍ଟାଡିୟମକୁ ମ୍ୟାଚ୍ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲୁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ମ୍ୟାଚ୍ରେ ବରୋଦା ୮ ଉଇକେଟରେ ଗୁଜରାଟକୁ ହରାଇଥିଲା।
Dharitri – Odisha’s No.1 Odia Daily


