ପାରିବାରିକ କଳହର ଉଗ୍ରରୂପ: ଶଳାଙ୍କୁ ବସ୍‌ଷ୍ଟାଣ୍ଡରେ ଛୁରାମାଡ଼ କଲେ ଭିଣୋଇ

ଆସିକା,୨୩ା୫(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ବସ୍‌ଷ୍ଟାଣ୍ଡଠାରେ ଶନିବାର ପୂର୍ବାହ୍ନରେ ଭିଣୋଇଙ୍କ ଛୁରାମାଡ଼ରେ ଶଳା ଗୁରୁତର ହୋଇଛନ୍ତି। ଆହତ ଶଳା ହେଉଛନ୍ତି କଂସ ଡାକୁଆ (୨୫) ଏବଂ ତାଙ୍କ ଘର ବଡ଼ଗଡ଼ ଥାନା ଅନ୍ତର୍ଗତ ବଖରକଟା ଗ୍ରାମ ବୋଲି ଜଣାପଡ଼ିଛି। ଆକ୍ରମଣକାରୀ ଭିଣୋଇ କୁନା ଡାକୁଆ (୩୫) ଓ ତାଙ୍କ ଘର ଶେରଗଡ଼ ଥାନା ଅନ୍ତର୍ଗତ ଖମାର ଗ୍ରାମରେ। କୌଣସି ଏକ ପାରିବାରିକ କଳହକୁ କେନ୍ଦ୍ର କରି ଶଳା ଓ ଭିଣୋଇଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ହାତାହାତି ହୋଇଥିଲା। ଭିଣୋଇ କୁନା ଏଥିରେ ଉତ୍‌କ୍ଷିପ୍ତ ହୋଇ ପକେଟ୍‌ରେ ଧରିଥିବା ଏକ ଛୁରି ବାହର କରି ଶଳା କଂସଙ୍କୁ ଆକ୍ରମଣ କରିଥିଲେ। ଖବର ପାଇ ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଜି ହାତଗୋଡ଼ ଆଦି ଏକାଧିକ ସ୍ଥାନରେ ଛୁରାମାଡ଼ରେ ଆହତ କଂସ ଚିକିତ୍ସା ଲାଗି ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ। ଏଠାରେ ପ୍ରାଥମିକ ଚିକିତ୍ସା ପରେ କଂସଙ୍କୁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି। ଅଭିଯୁକ୍ତ ଭିଣୋଇଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି।

Dharitri – Odisha’s No.1 Odia Daily

Share