Categories: ଜାତୀୟ

ବଳାତ୍କାର ମାମଲାରେ ଏସ୍‌ପି, ବିଏସ୍‌ପି ନେତା ଗିରଫ

ଲଳିତପୁର, ୧୬।୧୦: ଉତ୍ତରପ୍ରଦେଶରେ ନାବାଳିକା ବଳାତ୍କାର ମାମଲାରେ ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ଜିଲା ସଭାପତିଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି। ଗତ ୧୨ ତାରିଖରେ ସଦର କୋଟଓ୍ବାଲି ଥାନାରେ ୨୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତଙ୍କ ମଧ୍ୟରେ ପୀଡିତାଙ୍କ ବାପା, ଦାଦା ଓ ଅନ୍ୟ ୩ ଜଣ ଅଜଣା ବ୍ୟକ୍ତି ରହିଛନ୍ତି। ଗତ ୫ ବର୍ଷ ହେଲା ନାବାଳିକାଙ୍କୁ ସହରର ବିଭିନ୍ନ ସ୍ଥାନରେ ବଳାତ୍କାର କରାଯାଉଥିଲା। ପୀଡ଼ିତା ଅଭିଯୋଗରେ ୩ ଅଜଣା ବ୍ୟକ୍ତିଙ୍କ ସମେତ ୨୫ ଜଣଙ୍କ ନାଁ ଉଲ୍ଲେଖ କରିଥିଲେ। ଶୁକ୍ରବାର ମିର୍ଜାପୁର ଜିଲାର ଏକ ହୋଟେଲ ଉପରେ ଚଢ଼ାଉ କରାଯାଇ ଏସ୍‌ପି ନେତା ତିଲକ ଯାଦବ, ବିଏସ୍‌ପିର ଦୀପକ ଅହିରଭାର ଏବଂ ମହେନ୍ଦ୍ର ଦୁବେଙ୍କ ସହ ଜଣେ ଇଞ୍ଜିନିୟରଙ୍କୁ ଗିରଫ କରାଯାଇଛି।

Share