SSC GD Constable 2023: ପ୍ରକାଶ ପାଇଲା ବିଜ୍ଞପ୍ତି, ୭୫,୭୬୮ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ଏସଏସସି ଜେନେରାଲ ଡ୍ୟୁଟି ପାଇଁ ଆସିଛି ବମ୍ପର ନିଯୁକ୍ତି ସୁଯୋଗ। ୭୫,୦୦୦ ରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ୨୪ ନଭେମ୍ବରରୁ ଏସଏସସି ଜିଡି କନଷ୍ଟେବଲ୍ ନିଯୁକ୍ତି ୨୦୨୩ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ଏସଏସସିର ଅଫିସିଆଲ୍ ୱେବସାଇଟରେ ଯାଇ ଆବେଦନ କରିପାରିବେ। ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨୮ ନଭେମ୍ବର ୨୦୨୩।

ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ଆୟୋଗ ୭୫,୭୬୮ ଟି ପଦବୀ ପୂରଣ ହେବ। ସେଥିମଧ୍ୟରୁ ୬୭,୩୬୪ ଟି ପଦ ପୁରୁଷଙ୍କ ପାଇଁ ଏବଂ ୮୧୭୯ ଟି ପଦବୀ ମହିଳାଙ୍କ ପାଇଁ ଅଟେ। ସୀମା ସୁରକ୍ଷା ବଳ (ବିଏସ୍ଏଫ୍), ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଏସ୍ଏଫ୍), ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ୍), ଇଣ୍ଡୋ-ତିବ୍ଦତରେ କନଷ୍ଟେବଳ (ଜେନେରାଲ୍ ଡ୍ୟୁଟି) ପଦବୀରେ ନିଯୁକ୍ତି ପାଇଁ ଏସଏସସି ଜିଡି କନଷ୍ଟେବଲ୍ ନିଯୁକ୍ତ ପ୍ରକ୍ରିୟା ଦ୍ୱାରା ଏହି ନିଯୁକ୍ତି କରାଯିବ। ସେହିପରି ଇଣ୍ଡୋ-ତିବ୍ଦତ ସୀମା ପୋଲିସ (ଆଇଟିବିପି), ଶାସ୍ତ୍ରୀ ସୀମା ବାଲ (ଏସସିବି), ସଚିବାଳୟ ସୁରକ୍ଷା ବଳ (ଏସଏସଏଫ), ଆସାମ ରାଇଫଲରେ ରାଇଫଲମାନ (ଜେନେରାଲ ଡ୍ୟୁଟି) ଏବଂ ଏନସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ରେ ପଦବୀରେ ମଧ୍ୟ ନିଯୁକ୍ତି ହେବ।

ଏସଏସସି ଜେନେରାଲ ଡ୍ୟୁଟି ନିଯୁକ୍ତି ୨୦୨୩ ପାଇଁ, ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୩ ବର୍ଷ ହେବା ଉଚିତ୍।

ଏହି ନିଯୁକ୍ତି ପାଇଁ ସମସ୍ତ ବର୍ଗର ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ। ଆବେଦନ ଫି ଅନଲାଇନ ମୋଡରେ ଅର୍ଥାତ୍ ଡେବିଟ୍, କ୍ରେଡିଟ୍ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଦେବାକୁ ପଡିବ।

କନଷ୍ଟେବଳ ନିଯୁକ୍ତି ପାଇଁ ଏସଏସସି ଲିଖିତ ପରୀକ୍ଷା କରିବ। ଏହି ପରୀକ୍ଷା ସିବିଟି ମୋଡରେ ହେବ। ଏଥିରେ ଗୋଟିଏ ପେପର ରହିବ ଯେଉଁଥିରେ ସମସ୍ତ ପ୍ରଶ୍ନ ଅବଜେକ୍ଟିଭ୍ ହେବ। ପ୍ରଶ୍ନପତ୍ରର ଚାରୋଟି ଭାଗ ରହିବ। ପ୍ରଶ୍ନ ସଂଖ୍ୟା ୮୦ ହେବ ଏବଂ ପ୍ରତ୍ୟେକ ପ୍ରଶ୍ନ ଗୋଟିଏ ମାର୍କ ପାଇଁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନୋଟ୍‌ ଛାପା କାରଖାନାରେ କିପରି ପାଇବେ ଚାକିରି, ଜାଣନ୍ତୁ କେତେ ମିଳିବ ଦରମା, ଏମିତି କରନ୍ତୁ ଆବେଦନ…

ନୂଆଦିଲ୍ଲୀ,୨୦ା୧୨: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକମାନଙ୍କ ପାଇଁ ନୋଟ୍‌ ଛାପା କାରଖାନାରେ କାମ କରିବାର ସ୍ବପ୍ନ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ମଧ୍ୟ...

ଘୁଞ୍ଚିଲା OTET ପେପର-୨ ପରୀକ୍ଷା ସମୟ; ଜାଣନ୍ତୁ ନୂଆ ସମୟସୂଚୀ

ନୂଆଦିଲ୍ଲୀ,୧୫ା୧୨: ଆସନ୍ତା ଡିସେମ୍ବର ୧୭ ତାରିଖରେ ହେବାକୁ ଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)ର ସମୟରେ ପରିବର୍ତ୍ତନ କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ...

ରାଜ୍ୟ ସରକାରଙ୍କ ବଡ଼ ଭେଟି: ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୬୭% ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର,୧୫।୧୨: ଓଡ଼ିଶାର ଆୟୁଷ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ...

କ୍ୟାବିନେଟରେ ମଞ୍ଜୁରୀ ପାଇଥିବା ବିକଶିତ ଭାରତ ଶିକ୍ଷା ଅଧୀକ୍ଷଣ ବିଲ୍ କଣ ଜାଣନ୍ତୁ

ନୂଆଦିଲ୍ଲୀ,୧୩।୧୨: ଭାରତୀୟ ଉଚ୍ଚଶିକ୍ଷାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। କେନ୍ଦ୍ର କ୍ୟାବିନେଟ୍ ଏକ ଐତିହାସିକ ବିଲ୍ ମଞ୍ଜୁର କରିଛି ଯାହା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ...

ନିଯୁକ୍ତି ନିୟମିତ ପାଇଁ OTET ବାଧ୍ୟତାମୂଳକ ନୁହେଁ: ଓଡ଼ିଶା ହାଇକୋର୍ଟ

କଟକ,୧୨।୧୨: ଚାକିରିକୁ ନିୟମିତ ମାନ୍ୟତା ଦେବା ପାଇଁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଯୋଗ୍ୟତା ବାଧ୍ୟତାମୂଳକ ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ...

ଖୁବ୍‌ଶୀଘ୍ର ପୂରଣ ହେବ ୧୪୧୪ ଆର୍‌ଆଇ, ଏଆର୍‌ଆଇ, ଅମିନ ପଦ

ଭୁବନେଶ୍ୱର,୧୨।୧୨(ରବିନାରାୟଣ ଜେନା): ରାଜ୍ୟ ସରକାର ଖାଲିଥିବା ପଦ ପୂରଣକୁ ଗୁରୁତ୍ଵ ଦେଉଥିବାବେଳେ ରାଜସ୍ବ ବିଭାଗ ପକ୍ଷରୁ ତିନୋଟି ବର୍ଗର ୧୪୧୪ ପଦ ପୂରଣ ଲାଗି ଓଡ଼ିଶା...

ରେଳବାଇ ଗ୍ରୁପ ଡିରେ ବଡ଼ ନିଯୁକ୍ତି ଅପଡେଟ, ଦଶମ ପାସ୍‌ କରିଥିଲେ ମିଳିବ ସୁଯୋଗ, ଦରମା ରହିଛି…

ନୂଆଦିଲ୍‌ଲୀ,୧୧।୧୨: ସୋସିଆଲ ମିଡିଆରେ ୬୨,୪୬୦ ପଦବୀ ପାଇଁ ରେଳବାଇ ଗ୍ରୁପ ଡି ନିଯୁକ୍ତି ସମ୍ପର୍କିତ ଏକ ବିଜ୍ଞପ୍ତି ଭାଇରାଲ ହେଉଛି, କିନ୍ତୁ ରେଳବାଇ ନିଯୁକ୍ତି ବୋର୍ଡ...

୫ଟି ଷ୍ଟ୍ରେସ୍‌ ଫ୍ରି ଚାକିରି, ଚାପ କମ୍‌ ଦରମା ଅଧିକ

ସମ୍ପ୍ରତି, କର୍ପୋରେଟ ଜଗତରେ “Quiet Quitting” ଧାରା ଭାଇରାଲ ହୋଇଥିଲା। ଏଥିରେ କର୍ମଚାରୀମାନେ କେବଳ ସେମାନଙ୍କ ଚାକିରି ବର୍ଣ୍ଣନାରେ ର୍ନିଦ୍ଦିଷ୍ଟ କାର୍ଯ୍ୟଗୁଡ଼ିକ କରୁଥିଲେ ଏବଂ ଅତିରିକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri