୨୬ ଦିନ ପୂର୍ବରୁ ଶେଷ ହେଲା ବିଧାନସଭା, ଶାସକ ଦଳ ଏକତରଫା ଭାବେ ବନ୍ଦ କରିଦେଇଥିବା କହିଲେ ବିରୋଧୀ

ଭୁବନେଶ୍ୱର,୨୪।୧୧(ଅନିଲ ଦାସ): ବିଧାନସଭାର ଶୀତକାଳୀନ ଅଧିବେଶନ ଶୁକ୍ରବାର ୨୬ ଦିନ ପୂର୍ବରୁ ଶେଷ ହୋଇଛି। ନଭେମ୍ବର ୨୧ରୁ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୩୦ ଯାଏ ଚାଲିଥାନ୍ତା। ହେଲେ ମାତ୍ର ୪ ଦିନ ପରେ ଅନିର୍ଦ୍ଦିଷ୍ଟ କାଳ ଲାଗି ମୁଲତବୀ ଘୋଷଣା କରାଯାଇଛି। ଗୃହରେ ବିଶେଷ କିଛି କାର୍ଯ୍ୟ ନ ଥିବା ଦର୍ଶାଇ ଶୀତ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ଶାସକ ଦଳ ପ୍ରସ୍ତାବ ଦେଇଥିଲା। ଏହାକୁ ବାଚସ୍ପତି ଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ବିରୋଧୀ ଦଳଙ୍କ ସହ ବିଚାରବିମର୍ଶ ନ କରି ଶାସକ ଦଳ ଏକତରଫା ଭାବେ ଗୃହକୁ ବନ୍ଦ କରିଦେଇଛି ବୋଲି ବିରୋଧୀ ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଅଧିବେଶନର ୪ଟି କାର୍ଯ୍ୟ ଦିବସ ମଧ୍ୟରେ ୩ଟି ସରକାରୀ ଓ ଗୋଟିଏ ବେସରକାରୀ କାର୍ଯ୍ୟ ଦିବସ ଥିଲା। ବିଧାନସଭା କାର୍ଯ୍ୟସୂଚୀ ଅନୁଯାୟୀ, ଅଧିବେଶନ ଡିସେମ୍ବର ୩୦ ଯାଏ ଚାଲିବାକୁ ଥିଲା । ଏଥିରେ ୩୦ କାର୍ଯ୍ୟ ଦିବସ ରହିଥିବା ବେଳେ ଏହାକୁ ଆଗୁଆ ବନ୍ଦକରି ଦିଆଯାଇଛି। ଏହି ଅଧିବେଶନରେ ୪ଟି ତାରକା, ୪୧୯ ଅଣତାରକା ପ୍ରଶ୍ନୋତ୍ତର ଗୃହରେ ଆଲୋଚନା ହୋଇଥିଲା। ସେହିପରି ଏହି ଅଧିବେଶନରେ ୧୭ଟି ବାର୍ଷିକ ରିପୋର୍ଟ, ୫୪ ପେପର, ଗୋଟିଏ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଏବଂ ଗୋଟିଏ ବିଲ୍‌ ଗୃହରେ ଉପସ୍ଥାପନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବାର୍‌ ଆସୋସିଏଶନ ସଭାପତିଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ ବିଧାୟକ

ଭଞ୍ଜନଗର,୬ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ପୂର୍ବତନ ସଭାପତି ବଂଶୀଧର ପ୍ରଧାନ(୭୭) ଶୁକ୍ରବାର ରାତିରେ ପରଲୋକ ଗମନ କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ…

ଭୟଙ୍କର ଦୁର୍ଘଟଣା, ଜଣଙ୍କ ଜୀବନ ବଞ୍ଚାଇବାକୁ ଯାଇ ଗୋଟିଏ ଗାଁର ୫ ଯୁବକ ମୃତ

ଅହମଦାବାଦ,୬।୬: ମୋର୍ବି-ହାଲଭାଡ ରାଜପଥର ଚରଦ୍ବା ଗ୍ରାମ ଉପକଣ୍ଠରେ ଗତକାଲି ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ରଣଛୋଡଗଡ଼ ଗ୍ରାମର ପାଞ୍ଚ ଜଣ ଯୁବକଙ୍କ ମୃତ୍ୟୁ…

CJP Protest: ଭାରତରେ ଲ୍ୟାଣ୍ଡ କରୁକରୁ ପ୍ରଥମ ପ୍ରତିକ୍ରିୟା ଦେଲେ କକ୍ରୋଚ୍‌ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ , ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୬।୬: ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ପାଇଁ ଭାରତରେ ପହଞ୍ଚିବା ପରେ ତାଙ୍କର ପ୍ରଥମ ପ୍ରତିକ୍ରିୟା ପ୍ରକାଶ…

ଘର ଆଗରେ ମା’-ଝିଅଙ୍କୁ ଅସଦାଚରଣ, ଥାନାରେ ଏତଲା ଦେବା ପରେ…

ଦିଗପହଣ୍ଡି,୬ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ ଅଧୀନ ଏକ ଗାଁରେ ଜଣେ ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ ଗ୍ରାମର ଏ.ଶଙ୍କର ପାତ୍ର…

‘ଏବେଠାରୁ ସଚେତନ ନ ରହିଲେ ଭବିଷ୍ୟତ ପିଢ଼ି ପାଇଁ ସ୍ଥିତି ହେବ ଭୟଙ୍କର’

ମହାକାଳପଡ଼ା,୬ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବେଣାକନ୍ଧାସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟ ଇକୋ କ୍ଲବ୍‌ ଜାତୀୟ ସବୁଜ ବାହିନୀ ପକ୍ଷରୁ ୫୪ ତମ ବିଶ୍ୱ…

ଜଗା ଦର୍ଶନ ସାରି ଫେରୁଥିଲେ, ଘରକୁ ଧକ୍କା ଦେଲା ବୋଲେରୋ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୬ା୬(ସବିତା ମିଶ୍ର): ଜଗା ଦର୍ଶନ ସାରି ଫେରିବା ବେଳେ ରାସ୍ତାକଡ଼ରେ ଥିବା ଏକ ଘରକୁ ଧକ୍କା ଦେଇଛି ଏକ ବୋଲେରୋ। ଫଳରେ ଏଥିରେ ୮ ଜଣ ଆହତ…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ପୁଳାପୁଳା ସମ୍ପତ୍ତି ଠାବ

ବାଲିଗୁଡା,୬।୬:(ସଞ୍ଜୟ କୁମାର ପାଣିଗ୍ରାହୀ): ଭିଜିଲାନ୍ସ ଜାଲରେ ବାଲିଗୁଡା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଭିଜିଲାନ୍ସ…

ହଠାତ୍‌ ଘରେ ପଶିଲେ ଦୁର୍ବୃତ୍ତ: ବେକରେ ଭୁଜାଲି ଲଗାଇ ଲୁଟିନେଲେ ଅଳଙ୍କାର ସହ ନଗଦ ଟଙ୍କା

ଆଳି, ୬।୬(ବନମାଳୀ ସେନାପତି): ବନ୍ଧୁକ ମୁନରେ ଲୁଟିନେଲେ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା l ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮.୩୦ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri