ରାଜାମୌଳିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଫାଷ୍ଟ୍ ଲୁକ୍ ରିଲିଜ

ମୁମ୍ବାଇ: ବାହୁବଳୀ ନିର୍ଦ୍ଦେଶକ ଏସ୍‌ଏସ୍ ରାଜମୌଳିଙ୍କ ଆଉ ଏକ ବଡ ଫିଲ୍ମ ‘ଆର୍‌ଆର୍‌ଆର୍‌’ ବା (ରୌଦ୍ରମ ରନମ ରୁଢିରମ) । ଦର୍ଶକ ଏହି ଫିଲ୍ମରେ ବାହୁବଳୀ ଭଳି ମନୋରଞ୍ଜନକୁ ଅପେକ୍ଷା ରଖିଛନ୍ତି । ଏନ୍‌ଟିଆର୍‌, ଏସ୍‌ଏସ୍ ରାଜାମୌଳି ଓ ରାମ ଚରଣ ତେଜାଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଏକ ବିଶେଷ ଭିଡିଓ ୨୨ ଅକ୍ଟୋବରରେ ଜାରି କରାଯାଇଛି । ଏଥିରେ ଏନ୍‌ଟିଆର୍‌ଙ୍କ କ୍ୟାରେକ୍ଟରର ପରିଚୟ ଦିଆଯାଇଛି । ଲକ୍‌ଡାଉନ ପାଇଁ ପୂର୍ବରୁ ଏହାର ଭିଡିଓ ଜାରି କରାଯାଇ ପାରି ନ ଥିଲା ହେଲେ ଏବେ ଏହାକୁ ଜାରି କରାଯାଇଛି । ଏଥିରେ ଜୁନିୟର ଏନ୍‌ଟିଆର୍ ଭୀମ ଭୂମିକାରେ ନଜର ଆସିବେ । ‘ଆର୍‌ଆର୍‌ଆର୍‌’ର ଅଫିସିଆଲ୍ ଟୁଇଟର ହ୍ୟାଣ୍ଡେଲରେ ଏହାର ପ୍ରଥମ ଲୁକ୍ ଜାରି କରାଯାଇଛି । ଯାହା ଖୁବ୍ ଦମଦାର ହୋଇଛି ବୋଲି କୁହାଯାଉଛି । ଜୁନିୟର ଏନ୍‌ଟିଆରଙ୍କ ଫାଷ୍ଟ ଲୁକ୍ ଦେଖିବା ପାଇଁ ଦୀର୍ଘ ୫ ମାସ ହେବ ତାଙ୍କ ପ୍ରଶଂସକ ଅପେକ୍ଷା କରି ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାମ ଚରଣ, ଅଜୟ ଦେବଗନ, ଆଲିଆ ଭଟ୍ଟ, ଓଲିଭିୟା ମୋରିସ ଆଦିଙ୍କ ଅଭିନୟ ଦେଖିବାକୁ ମିଳିବ । ଫିଲ୍ମ ‘ଆର୍‌ଆର୍‌ଆର୍‌’ ତେଲଗୁ, ତାମିଲ, ମାଲାୟାଲମ ଓ କନ୍ନଡ ଭାଷାରେ ମଧ୍ୟ ରିଲିଜ କରାଯିବ । ଏହା ଏକ ପିରିୟଡ ଡ୍ରାମା ଫିଲ୍ମ ।

Share