ନବକଳେବରରେ ଶ୍ରୀପତିତପାବନ ବାନା

କାକଟପୁର ମଙ୍ଗଳା ମନ୍ଦିର ବିଧି: ପ୍ରଥମେ ମା’ ମଙ୍ଗଳାଙ୍କର ମହାସ୍ନାନ କରାଯାଇଥାଏ। – ମହାସ୍ନାନ ପରେ ମା’ଙ୍କର ବଡ଼ ସିଂହାର ବେଶ କରାଯାଇଥାଏ। – ଏହାପରେ ମା’ ମଙ୍ଗଳାଙ୍କ ସେବକ ଶ୍ରୀମନ୍ଦିରର ଲେଙ୍କା ସେବକ ନେଇଥିବା ଶ୍ରୀସୁଦର୍ଶନ ମହାରାଜାଙ୍କୁ ଗ୍ରହଣ କରିଥାନ୍ତି। ମା’ ମଙ୍ଗଳାଙ୍କର ସିଂହାସନ ବାମ ପାର୍ଶ୍ୱରେ ଶ୍ରୀସୁଦର୍ଶନଙ୍କୁ ବିଜେ କରାଇ ନବକଳେବରର ସମସ୍ତ କାମ ସୁସମ୍ପାଦନ ନିମନ୍ତେ ନିଜକୁ ଶରଣାଗତ କରାଇଥାନ୍ତି। -ଶ୍ରୀମନ୍ଦିରରୁ ଯାଇଥିବା ମହାପ୍ରଭୁଙ୍କ ଶ୍ରୀମହାପ୍ରସାଦ ହରିବୋଲ ହୁଳହୁଳି ମଧ୍ୟରେ ମା’ଙ୍କୁ ସମର୍ପିତ ହୋଇଥାଏ। ସମର୍ପଣ ହେବାର ବିଧି ହେଉଛି ମହାପ୍ରଭୁଙ୍କର ଆଜ୍ଞା ମା’ଙ୍କୁ ଦିଆଗଲା। – ଏହାପରେ ଆସେ ଶରଣାଗତ ବିଧି। ଏହି ବିଧିରେ ବନଯାଗ ଯାତ୍ରୀମାନେ ମା’ମଙ୍ଗଳାଙ୍କ ମହାସ୍ନାନ ପାଦୁକ ସେବନ କରିଥାନ୍ତି। – ଶରଣାଗତ ହେବା ପରେ ବିଧି ମୁତାବକ ଶ୍ରୀମନ୍ଦିରରୁ ଯାଇଥିବା ଶ୍ରୀପତିତପାବନ ପତାକା ମା’ଙ୍କ ମନ୍ଦିରର ଶିଖର ଦେଶରେ ବନ୍ଧା ଯାଇଥାଏ। ଏହି ସମୟରେ ପୂର୍ବରୁ ଲାଗିଥିବା ପତାକା ଓଲାଗି ହୁଏ ନାହିଁ। ଅର୍ଥାତ୍‌ ପୁରୁଣା ପତାକା ସହିତ ଶ୍ରୀପତିତପାବନ ପତାକା ଏକାଠି ବନ୍ଧା ହୋଇ ରହେ। ଏହିଠାରେ ଜଗତର ମଙ୍ଗଳମୟ ଓ ମଙ୍ଗଳମୟୀ ଚେତନା ଏକାକାର ହୋଇଥାନ୍ତି। ମହାପ୍ରଭୁଙ୍କ ପ୍ରତିନିଧି କାକଟପୁର ମନ୍ଦିରର ସିଂହାସନରେ ଥିବାବେଳେ ତାଙ୍କ ପ୍ରତୀକ ଶ୍ରୀପତିତପାବନ ପତାକା ମନ୍ଦିର ଚୂଡ଼ାରେ ରହିଥାଏ। – ଶେଷରେ ସମସ୍ତେ ସେଠାରେ ସମର୍ପିତ ଭାବନାରେ ସାଷ୍ଟାଙ୍ଗ ପ୍ରଣାମ କରିବା ପରେ ମା’ଙ୍କ ସେବକ ଶ୍ରୀସୁଦର୍ଶନ ମହାରାଜାଙ୍କୁ ଲେଙ୍କା ସେବକଙ୍କୁ ହସ୍ତାନ୍ତର କରିଥାନ୍ତି। ଲେଙ୍କା ସେବକ ଶ୍ରୀସୁଦର୍ଶନଙ୍କୁ ଗ୍ରହଣ କରି ଶୋଭାଯାତ୍ରା ଆଗରେ ରହି ମଙ୍ଗଳାଙ୍କ ମନ୍ଦିରଠାରୁ ଶବରପଲ୍ଲୀକୁ ( ଦେଉଳି ମଠ) ଆସନ୍ତି। ଏହା ସାଧାରଣ ଭାବରେ ମା’ ମଙ୍ଗଳାଙ୍କର ମାଜଣା ରୂପରେ ପ୍ରସିଦ୍ଧ ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri