ପରାଜୟ ପରେ ବି ପ୍ରତିଶ୍ରୁତି ରଖିଲେ ଶ୍ରୀନିବାସ

ମାଲକାନଗିରି,୭ା୪(ଡି.ଏନ୍‌.ଏ.): ମାଲକାନଗିରି ସଦର କୁମୁଟିଗୁଡ଼ାସ୍ଥିତ ଶାନ୍ତି କୁମାରୀ ବାଘଙ୍କ ଘରେ ବର୍ଷେ ହେଲା ବିଦ୍ୟୁତ୍‌ ସଂଯୋଗ ନାହିଁ। ନିର୍ବାଚନ ପ୍ରଚାରବେଳେ ବିଦ୍ୟୁତ୍‌ ସଂଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ ପ୍ରାର୍ଥୀ। ନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ ଏବେ ବିଦ୍ୟୁତ୍‌ ସଂଯୋଗ ପହଞ୍ଚିବାରେ ସାହାଯ୍ୟ କରି ଶାନ୍ତିଙ୍କ ଘରକୁ ଆଲୋକିତ କରିଛନ୍ତି। ସେ ହେଲେ ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଶ୍ରୀନିବାସ ରାଓ।
ସୂଚନାଯୋଗ୍ୟ, କୁମୁଟିଗୁଡା ସାହିର ଶାନ୍ତି ଅର୍ଥ ଅଭାବ ଯୋଗୁ ବିଦ୍ୟୁତ୍‌ ବିଲ୍‌ ପୈଠ କରିପାରି ନ ଥିଲେ। ଫଳରେ ବିଭାଗ ପକ୍ଷରୁ ତାଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ଏହାପରେ ବର୍ଷେ ହେଲା ଶାନ୍ତିଙ୍କ ପରିବାର ଅନ୍ଧାରରେ ଥିଲେ। ପୌର ନିର୍ବାଚନ ପୂର୍ବରୁ କଂଗ୍ରେସ ପୌରାଧ୍ୟକ୍ଷ ପ୍ରାର୍ଥୀ ଶ୍ରୀନିବାସ ଶାନ୍ତିଙ୍କ ସମସ୍ୟା ଜାଣିବାକୁ ପାଇଥିଲେ। ସେ ଶାନ୍ତିଙ୍କୁ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନରେ ଶ୍ରୀନିବାସ ଜିତିପାରି ନ ଥିଲେ ମଧ୍ୟ ଶାନ୍ତିଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ ଫେରିବାରେ ସାହାଯ୍ୟ କରିଛନ୍ତି। ବର୍ଷେ ପରେ ଘରେ ଆଲୁଅ ଦେଖି ଶାନ୍ତିଙ୍କ ପରିବାରରେ ଖୁସି ଫେରିଛି। ଶ୍ରୀନିବାସଙ୍କ କାର୍ଯ୍ୟକୁ ଶାନ୍ତିଙ୍କ ପରିବାର ଏବଂ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ମନମୋହୁଛି ମାଲ୍ୟବନ୍ତ ମହୋତ୍ସବ: ଆଜି ଆସିବେ ଓଡ଼ିଆ ସୁପରଷ୍ଟାର ବାବୁଶାନ

କାଲିମେଳା, ୪।୧୨(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲାର ସବୁଠାରୁ ବଡ଼ ସାଂସ୍କୃତିକ ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଏବେ ପୂରା ଜିଲା ସମେତ ବ୍ଲକ ସ୍ତରରେ ମହାଆଡମ୍ବର...

ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା: ଆତ୍ମସମର୍ପଣ କଲେ ୩୭ ମାଓବାଦୀ

ମାଲକାନଗିରି,୨୨ା୧୧(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲା ସୀମାନ୍ତ ତେଲଙ୍ଗାନାରେ ୩୭ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପୋଲିସ ପାଇଁ ଏହା ବଡ ସଫଳତା ହୋଇଥିବା ମାଓବାଦୀ ସଂଗଠନକୁ ଶକ୍ତ...

ଜଳପ୍ରପାତରେ ନିଖୋଜ: ୩ ଦିନ ପରେ ମିଳିଲା ଆଉ ଜଣେ ଛାତ୍ରଙ୍କ ମୃତଦେହ

ଗୋବିନ୍ଦପାଲି,୨୧।୧୧(କାର୍ତ୍ତିକ ରଥ): ମାଲକାନଗିରି ଜିଲା ଗୋବିନ୍ଦପାଲି ନିକଟ ଗୁମ୍ମାଝରଣ ଜଳପ୍ରପାତରେ ବୁଡି ୨ ଛାତ୍ର ନିଖୋଜ ଘଟଣାରେ ବୁଧବାର ଜଣେ ଛାତ୍ରଙ୍କ ମୃତଦେହ ମିଳିଥିବା ବେଳେ...

ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ଆସିଲା ହାର୍ଟଆଟାକ୍‌: ନିଜେ ଚାଲିଗଲେ, ହେଲେ…

ପଟାଙ୍ଗି,୨୦।୧୧(ଶରତ କୁମାର ଧଳ): ମଲାକାନଗିରି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ହାର୍ଟଆଟାକ୍‌ ଆସିଥିଲା। ସେ ନିଜେ ଚାଲିଗଲେ, ହେଲେ ବଞ୍ଚାଇଦେଲେ...

ଆମକୁ ୧୮ ହଜାର ଦରମା ଦିଅ

ମାଲକାନଗିରି, ୧୬।୧୧(ଦୁର୍ଯୋ୍ୟଧନ ପାତ୍ର): ମାଲକାନଗିରି ସଦର ବ୍ଲକ ସିନ୍ଧ୍ରିମାଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ପିଅନ ମହାସଂଘ, ମାଲକାନଗିରି ଜିଲା ଶାଖାର...

ପ୍ରେମିକାଙ୍କୁ iphone ଦେବା ପାଇଁ କରୁଥିଲେ ଏମିତି କାମ, ପୋଲିସ ହାବୁଡ଼ରେ ପଡ଼ିଗଲେ…

ଏମ୍‌ଭି୭୯(ଭିକି ବାରିକ )୧୫।୧୧: ଗାର୍ଲଫ୍ରେଣ୍ଡଙ୍କୁ Birthdayରେ ଆଇଫୋନ ଗିଫ୍ଟ ଦେବା ପାଇଁ ଟଙ୍କା ଜୋଗାଡ଼ କରିବା ପାଇଁ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଯୁବକ ମାଲକାନଗିରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri