Posted inଖେଳ

୨୫୦ ରେକର୍ଡ କ୍ଲବ୍‌ରେ ଶ୍ରୀନାଥ

ପୂର୍ବତନ ଭାରତୀୟ ପେସ୍‌ ବୋଲର ଜାଭାଗଲ ଶ୍ରୀନାଥଙ୍କ କୃତିତ୍ୱ ଦେଶକୁ ଗର୍ବିତ କରିଛି। ବୋଲିଂ ଅନୁଶାସନରେ ଯେଭଳି ନାଁ କମେଇଥିଲେ କ୍ରିକେଟ ଅଫିସିଆଲ ଭାବେ ମଧ୍ୟ ସେ ଅନୁରୂପ ସଫଳତା ପାଇଛନ୍ତି। ଏକଦିବସୀୟ ଅନ୍ତର୍ଜାତୀୟରେ ମ୍ୟାଚ୍‌ ରେଫରି ଭାବେ ସେ ୨୫୦ଟି ମ୍ୟାଚ୍‌ ପରିଚାଳନା କରି ଏହି ରେକର୍ଡ କ୍ଲବ୍‌ରେ ସ୍ଥାନ ପାଇଛନ୍ତି। ଏସିଆ କପ୍‌ ଚାମ୍ପିୟନଶିପ୍‌ରେ ଭାରତ-ନେପାଳ ଦିନିକିଆ ମ୍ୟାଚ୍‌ ପରିଚାଳନା କରି ଶ୍ରୀନାଥ ଏହି ଅପୂର୍ବ ସଫଳତା ପାଇଥିଲେ। ୫୪ବର୍ଷୀୟ ଶ୍ରୀନାଥ ୬୭ଟି ଟେଷ୍ଟ ମ୍ୟାଚ୍‌ ଖେଳି ୨୩୬ ଉଇକେଟ୍‌ ଏବଂ ୨୨୯ଟି ଦିନିକିଆ ଖେଳି ୩୧୫ ଉଇକେଟ ହାସଲ କରିଥିଲେ। କ୍ରିକେଟର ଭାବେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ୨୦୦୩ ମସିହାରେ ଶେଷ ହୋଇଥିଲା। ୨୦୦୬ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ମ୍ୟାଚ୍‌ ରେଫରି ମନୋନୀତ ହୋଇଥିଲେ। ଏହା ପୂର୍ବରୁ ରେଫରି ରଞ୍ଜନ ମଦୁଗଲ, ଖ୍ରୀସ୍‌ ବ୍ରଡ୍‌ ଓ ଜେଫ୍‌ କ୍ରୋ ୨୫୦ ଦିନିକିଆ ମ୍ୟାଚ୍‌ କ୍ଲବ୍‌ରେ ପ୍ରବେଶ କରିଥିଲେ। ଶ୍ରୀନାଥ ଏହି ସଫଳତା ପାଇବାରେ ବିଶ୍ୱର ଚତୁର୍ଥ ବ୍ୟକ୍ତି। ଏହା ସହିତ ଏଭଳି ମାଇଲଖୁଣ୍ଟ ଅର୍ଜନ କରିବାରେ ସେ ଭାରତରେ ପ୍ରଥମ। ଏଥିପାଇଁ ତାଙ୍କୁ ୧୭ବର୍ଷ ସମୟ ଲାଗିଲା। ଶ୍ରୀନାଥ ତାଙ୍କ ପ୍ରତିକ୍ରିୟାରେ ଏହି ସଫଳତାକୁ ଅନନ୍ୟ ବୋଲି ପ୍ରକାଶ କରିଛନ୍ତି। କ୍ରିକେଟର ଭାବେ ସେ ଖେଳିଥିବା ୨୨୯ଟି ଦିନିକିଆ ମ୍ୟାଚ୍‌ ଅପେକ୍ଷା ତାଙ୍କ ମ୍ୟାଚ୍‌ ସଂଖ୍ୟା ୩୧ଟି ଅଧିକ ରହିଛି। ୨୦୦୬ ମସିହାରେ କଲମ୍ବୋରେ ଶ୍ରୀଲଙ୍କା-ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚ୍‌ରେ ଶ୍ରୀନାଥଙ୍କର ଅନ୍ତର୍ଜାତୀୟ ରେଫରି ଜୀବନ ଆରମ୍ଭ ହୋଇଥିଲା। ୨୦୦୬ ମସିହାରେ ଆଇସିସି ଏଲିଟ୍‌ ପ୍ୟାନେଲରେ ସାମିଲ ହୋଇଥିଲେ। ୨୦୦୬ ମସିହାରେ ପ୍ରଥମ ଦିନିକିଆ ମ୍ୟାଚ୍‌ ପରିଚାଳନା କରିଥିଲେ। ୨୦୦୭ ଆଇସିସି ପୁରୁଷ ବିଶ୍ୱ କପ୍‌ରେ ରେଫରି ଦାୟିତ୍ୱ ତୁଲାଇଥିଲେ। ସେହିପରି ୨୦୦୯ ଓ ୨୦୧୩ ଆଇସିସି ଚାମ୍ପିୟନ୍ସ ଟ୍ରଫି, ୨୦୧୨, ୨୦୧୪, ୨୦୧୬ ଓ ୨୦୨୧ ଟି୨୦ ବିଶ୍ୱ କପ୍‌, ୬୫ଟି ଅନ୍ତର୍ଜାତୀୟ ଟେଷ୍ଟ, ୧୧୮ଟି ଅନ୍ତର୍ଜାତୀୟ ପୁରୁଷ ଟି୨୦ ଏବଂ ୧୬ଟି ଅନ୍ତର୍ଜାତୀୟ ମହିଳା ଟି୨୦ ମ୍ୟାଚ୍‌ରେ ରେଫରି ଦାୟିତ୍ୱ ନିର୍ବାହ କରିଛନ୍ତି।

ସ୍ବାଗତ ସମ୍ପଦ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri