Odisha Elections 2024
Posted inଜାତୀୟ

ଏଏପି ଇଣ୍ଡିଆ ମେଣ୍ଟ ସହ ଅଛି: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୯।୯: ୨୦୧୫ ଡ୍ରଗ୍ସ ମାମଲାରେ ପଞ୍ଜାବ ପୋଲିସ କଂଗ୍ରେସ ବିଧାୟକ ସୁଖପାଲ ସିଂ ଖେରାଙ୍କୁ ଗିରଫ କରିଛି। ଏହି ଗିରଫ ପରେ ପଞ୍ଜାବର ଆମ ଆଦମୀ ପାର୍ଟି ସରକାର ଏବଂ କଂଗ୍ରେସ ମଧ୍ୟରେ ବିବାଦ ଖବର ସାମ୍ନାକୁ ଆସିଛି। ଉଭୟ ଦଳ ବିରୋଧୀ ମେଣ୍ଟ ଇଣ୍ଡିଆର ଏକ ଅଂଶ। ଏଥି ସହିତ, ବର୍ତ୍ତମାନ ଏହି ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ କହିଛନ୍ତି, ତାଙ୍କ ଦଳ ଇଣ୍ଡିଆ ମେଣ୍ଟ ପାଇଁ ପ୍ରତିବଦ୍ଧ। ସେ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀଙ୍କ ଚେହେରା ବିଷୟରେ ମଧ୍ୟ କହିଛନ୍ତି।

ଦିଲ୍ଲୀର ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ କଂଗ୍ରେସ ବିଧାୟକଙ୍କ ଗିରଫଦାରୀ ସମ୍ପର୍କରେ ପଚରାଯାଇଥିଲା। ଏହା ଉପରେ ସେ କହିଛନ୍ତି, ମୁଁ ଜାଣିଛି ଗତକାଲି ପଞ୍ଜାବ ପୋଲିସ କିଛି କଂଗ୍ରେସ ନେତାଙ୍କୁ ଗିରଫ କରିଛି। ମୋ ପାଖରେ କୌଣସି ସୂଚନା ନାହିଁ। କେବଳ ପଞ୍ଜାବ ପୋଲିସ ଏ ବିଷୟରେ କହିପାରିବ। କେଜ୍‌ରିଓ୍ବାଲ କହିଛନ୍ତି, ଆମେ ପଞ୍ଜାବରେ ଡ୍ରଗ୍ସ ବିରୋଧରେ ଲଢିଛୁ। ମୁଁ କୌଣସି ବ୍ୟକ୍ତିଗତ ବିଷୟ କିମ୍ବା ବ୍ୟକ୍ତି ଉପରେ ମନ୍ତବ୍ୟ ଦେବାକୁ ଚାହେଁ ନାହିଁ । କିନ୍ତୁ ନିଶା ସେବନକୁ ଶେଷ କରିବା ପାଇଁ ଆମେ ସଂପୂର୍ଣ୍ଣ ପ୍ରତିବଦ୍ଧ।

ପଞ୍ଜାବରେ କଂଗ୍ରେସ ବିଧାୟକ ଗିରଫ ହେବା ପରେ ଚର୍ଚ୍ଚା ଚାଲିଥିଲା କି ଏଏପି ଏବଂ କଂଗ୍ରେସ ମଧ୍ୟରେ ଇଣ୍ଡିଆ ମେଣ୍ଟରେ ବିବାଦ ସୃଷ୍ଟି ହୋଇପାରେ। ପୂର୍ବରୁ ପଞ୍ଜାବର ଆମ ଆଦମୀ ପାର୍ଟି ସରକାର ଏବଂ କଂଗ୍ରେସ ସହ ମଧ୍ୟ ସଂଘର୍ଷ ହୋଇସାରିଛି। କେଜ୍‌ରିଓ୍ବାଲ ବିବାଦର କଥାକୁ ଅଣଦେଖା କରି କହିଛନ୍ତି, ଆମ ଆଦମୀ ପାର୍ଟି ଇଣ୍ଡିଆ ମେଣ୍ଟ ସହିତ ଅଛି। ଆମେ ଇଣ୍ଡିଆ ମେଣ୍ଟକୁ ସମର୍ଥନ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ଭୋଟ ପାଇଁ ତାମିଲଙ୍କୁ ବଦନାମ କରନ୍ତୁ ନାହିଁ: ଷ୍ଟାଲିନ୍‌

ଚେନ୍ନାଇ,୨୨ା୫(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଓଡ଼ିଶାକୁ ପ୍ରଚାରରେ ଆସିବାବେଳେ ପ୍ରତିଥର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇ ରାଜ୍ୟର ଶାସକ ବିଜୁ...

ବିମାନ ଧକ୍କାରେ ୪୦ ବିଦେଶୀ ପକ୍ଷୀଙ୍କ ମୃତ୍ୟୁ

ମୁମ୍ବାଇ, ୨୨।୫: ଏମିରେଟ୍‌ସ ଏୟାରଲାଇନ୍ସର ଏକ ବିମାନ ସହ ଧକ୍କା ହୋଇ ୪୦ରୁ ଅଧିକ ବିଦେଶୀ ପକ୍ଷୀଙ୍କ ମୃତ୍ୟୁ ହୋଇଯାଇଛି। ସୋମବାର ବିଳମ୍ବିତ ରାତିରେ ମୁମ୍ବାଇର...

୪୦୦ ଆସନ କେବଳ ଏକ ସ୍ଲୋଗାନ, ଏତିକି ଆସନ ଜିତିବା ଭାଜପା ପାଇଁ ଅସମ୍ଭବ; ପ୍ରଶାନ୍ତ କିଶୋରଙ୍କ ବଡ଼ ଆକଳନ…

ନୂଆଦିଲ୍ଲୀ,୨୧।୫: ଚଳିତ ନିର୍ବାଚନରେ ଭାଜପା ‘ଅବ୍‌କି ବାର୍‌ ୪୦୦ ପାର୍‌’ର ନାରା ଦେଉଛି। ଅର୍ଥାତ କହିବାକୁ ଗଲେ ଦଳ ୪୦୦ରୁ ଅଧିକ ଆସନରେ ବିଜେତା ହେବା...

ପୋଲିଂ ବୁଥକୁ ଯିବାବେଳେ ଢୋଲ ଓ ଥାଳି ବାଡେଇବାକୁ ମହିଳାଙ୍କୁ କହିଲେ ମୋଦି

ନୂଆଦିଲ୍ଲୀ,୨୧।୫: ନିଜର କଲ୍ୟାଣକାରୀ ସ୍କିମ ବିଷୟରେ କହି ମଙ୍ଗଳବାର ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତର ପ୍ରଦେଶର ବାରାଣସୀରେ ଭାଜପା...

ସିସୋଡିଆଙ୍କୁ ବଡ଼ ଝଟ୍‌କା; ଇଡି-ସିବିଆଇ ମାମଲାରେ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୨୧।୫: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଆମ୍‌ ଆଦମୀ ପାର୍ଟୀ ନେତା ମନୀଷ ସିସୋଡିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ଉଭୟ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ମତଦାନ କେନ୍ଦ୍ରରୁ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ମୁମ୍ବାଇ ୱର୍ଲି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ମତଦାନ ବୁଥ ଟଏଲେଟରୁ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ପୋଲିସ ଜବତ...

ରାହୁଲଙ୍କୁ ଝଟ୍‌କା: ଅମିତ ଶାହାଙ୍କ ଉପରେ ଟିପ୍ପଣି ମାମଲାରେ ସମନ ଜାରି

ନୂଆଦିଲ୍ଲୀ,୨୧।୫: ଅମିତ ଶାହାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଏମପି-ଏମଏଲଏ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। ଏନେଇ ଭାଜପା କର୍ମୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri