Categories: ଜାତୀୟ

ସରପଞ୍ଚଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୯।୩: ଶ୍ରୀନଗର ସହରର ସୀମାନ୍ତରେ ଥିବା ଖାନମୋହରେ ଆତଙ୍କବାଦୀମାନେ ଜଣେ ସରପଞ୍ଚଙ୍କୁ ହତ୍ୟା କରିଛନ୍ତି। ମୃତ ଜଣଙ୍କ ହେଲେ ସମୀର ଭଟ୍ଟ। ଆତଙ୍କବାଦୀଙ୍କ ଗୁଳିମାଡରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ସମୀର ଶରୀରର ଅନେକ ସ୍ଥାନରେ ଗୁଳି ବାଜିଥିଲା। ଲଶ୍କର-ଇ-ତୋଇବାର ସହି ଜଡିତ ସଂଗଠନ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଛି। ପୂର୍ବରୁ ସମୀରଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା ଏବଂ ଶ୍ରୀନଗରର ଏକ ହୋଟେଲରେ ରଖାଯାଇଥିଲା, କିନ୍ତୁ ବୁଧବାର କାହାକୁ କିଛି ନ ଜଣାଇ ସେ ସେଠାରୁ ଚାଲିଯାଇଥିଲେ।ଆତଙ୍କବାଦୀମାନେ ଶ୍ରୀନଗର ସହରର ସୀମାନ୍ତରେ ଖାନମୋହରେ ସମୀର ଭଟଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

Share