Categories: ଜାତୀୟ

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ: ଜଣେ ପୋଲିସ ଶହୀଦ

ଶ୍ରୀନଗର,୨୯।୧୦: ଜମ୍ମୁ-କାଶ୍ମୀରର ଶ୍ରୀନଗର ଇଦଗାଠାରେ ଆତଙ୍କବାଦୀ ଆକମ୍ରଣ ହୋଇଛି। ଆତଙ୍କବାଦୀ ଜଣେ ପୋଲିସ କର୍ମଚାରୀଙ୍କୁ ଗୁଳି କରିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଶହୀଦ ହୋଇଥିବା ପୋଲିସ ଅଧିକାରୀ ଅଲି ମହମ୍ମଦ ୱାନୀଙ୍କ ପୁଅ ମସୁର ଅଲି ୱାନି ବୋଲି ଜଣାପଡିଛି। ମାସୁର ଶ୍ରୀନଗରର ୟେଚିପୋରା ଇଦଗାର ବାସିନ୍ଦା ଥିଲେ। ପୋଲିସ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଶ୍ରୀନଗରର ଇଦ୍‌ଗା ଠାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।

Share