ନୟାଗଡ଼ରେ ଶ୍ରୀମନ୍ଦିରର ଆଜ୍ଞାମାଳ ପହଞ୍ଚିଲା

ନୟାଗଡ଼ ଅଫିସ/ପୁରୀ ଅଫିସ,୨୭ା୧୨:ବିଶ୍ୱପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରା ଉଦ୍ଦେଶ୍ୟରେ ରଥକାଠ ନିମନ୍ତେ ପୁରୀର ଶ୍ରୀମନ୍ଦିରରୁ ପ୍ରତିନିଧିମଣ୍ଡଳୀ ପ୍ରଭୁଙ୍କ ଅଙ୍ଗବସ୍ତ୍ର, ପାଟପତନୀ, ଧଣ୍ଡାମାଳ, ନଡ଼ିଆ, ବାନା, ଆଜ୍ଞାମାଳ ସାଙ୍ଗରେ ଧରି ସୋମବାର ସନ୍ଧ୍ୟାରେ ନୟାଗଡ଼ ଡିଏଫ୍‌ଓ ଅଫିସରେ ପହଞ୍ଚତ୍ଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ତତ୍ତ୍ୱାଧାରକ ସୁଦର୍ଶନ ମେକାପ, ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ପ୍ରମୁଖ ୩ ଜଣିଆ ଦଳ ଆସିଛନ୍ତି। ନୟାଗଡ଼ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ ସେମାନଙ୍କୁ ସ୍ବାଗତ କରିଛନ୍ତି। ୨୦୨୩ ବର୍ଷ ୩ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ୧୧୮ ଖଣ୍ଡ ବଳକା ରହିଛି। ଅବଶିଷ୍ଟ ୭୪୭ ଖଣ୍ଡ କାଠ ନୟାଗଡ଼ ଓ ବୌଦ୍ଧ ବନଖଣ୍ଡରୁ ଯିବ। ଏଥିରୁ ୪୦୬ଖଣ୍ଡ କଟକର ସ’ ମିଲ୍‌ ଓ ୩୪୧ ଖଣ୍ଡ ରଥଖଳାକୁ ଯିବ। ତେବେ ଦୁଇ ବନଖଣ୍ଡରୁ ୧୨ ଫୁଟ ଲମ୍ବ ୩ ଫୁଟ ଓସାରର ଅସନ ୧୮୪ ଖଣ୍ଡ, ୧୨ ଫୁଟ ଲମ୍ବ ୩ ଫୁଟ ଓସାରର ଧଉରା ୧୯୪ ଖଣ୍ଡ, ୨୦ ଫୁଟ ଲମ୍ବ ୩ ଫୁଟ ଓସାରର ଅସନ ୮୨ ଖଣ୍ଡ, ଧଉରା କାଠ ୨୦ ଫୁଟ ଲମ୍ବ ୩ ଫୁଟ ଓସାରର ୯୪ ଖଣ୍ଡ, ୨୦ ଫୁଟ ଲମ୍ବ ୪ ଫୁଟ ଓସାରର ୧୨ ଖଣ୍ଡ ଧଉରା, ୨୦ ଫୁଟ ଲମ୍ବ ୬ ଫୁଟ ଓସାରର ୬ ଖଣ୍ଡ ଧଉରା, ୪୦ ଫୁଟ ଲମ୍ବ ୩ ଫୁଟ ଓସାରର ୪୩ ଖଣ୍ଡ ଅସନ, ୪୦ ଫୁଟ ଲମ୍ବ ୩ ଫୁଟ ଓସାରର ୪୩ ଖଣ୍ଡ ଧଉରା, ୪୦ ଫୁଟ ଲମ୍ବ ୩ ଫୁଟ ୬ ଇଞ୍ଚ ଓସାରର ଧଉରା କାଠ ୨୧, ୪୦ ଫୁଟ ଲମ୍ବ ୪ ଫୁଟର ଓସାରର ୬ ଖଣ୍ଡ ଧଉରା, ୧୪ ଫୁଟ ଲମ୍ବ ୬ ଫୁଟ ଓସାର ୭୨ ଖଣ୍ଡ ଫାସି, ସିମୁଳି କାଠ ୧୪ ଫୁଟ ଲମ୍ବ ୬ ଫୁଟ ଓସାରର ୩ ଖଣ୍ଡ ଦିଆଯିବ। ଏ ନେଇ ମଙ୍ଗଳବାର ପୂର୍ବାହ୍ନରେ ଦଶପଲ୍ଲା ପୁରାତନ ଗଡ଼ଜାତ ରାଜ୍ୟର ଗଣିଆ ନିକଟବର୍ତ୍ତୀ ମହାନଦୀ ଅବବାହିକାର ବଡ଼ମୂଳସ୍ଥ ଗ୍ରାମଦେବୀ ମା’ ବଡ଼ରାଉଳଙ୍କ ପୀଠରେ ବିଧି ଅନୁଯାୟୀ ପୂଜାର୍ଚ୍ଚନା କରାଯିବାକୁ ନୀତି ନିର୍ଘଣ୍ଟ ହୋଇଛି। ସୋମବାରଠାରୁ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ଶ୍ରୀପଞ୍ଚମୀ ତିଥି ପୂର୍ବରୁ ପ୍ରଥମ ପର୍ଯ୍ୟାୟ କାଠ ନୟାଗଡ଼ରୁ ଯିବ। ଶେଷ ପର୍ଯ୍ୟାୟ ଅକ୍ଷୟତୃତୀୟା ତିଥିରେ ସମସ୍ତ ଆବଶ୍ୟକ କାଠ ପୁରୀରେ ପହଞ୍ଚତ୍ବ। ଏ ସମ୍ପର୍କରେ ଡିଏଫ୍‌ଓ ଷଡ଼ଙ୍ଗୀ କୁହନ୍ତି, ନୟାଗଡ଼ ବନଖଣ୍ଡରୁ କେତେକାଠ ଯିବ ନିଷ୍ପତ୍ତି ହୋଇନି। ତେବେ ଏ ନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ। ପ୍ରକାଶଥାଉ କି, ପୁରୀର ଗଜପତି ମୁକୁନ୍ଦ ଦେବଙ୍କ ଅମଳ ଅର୍ଥାତ୍‌ ଦଶପଲ୍ଲା ଗଡ଼ଜାତ ରାଜ୍ୟ ୭ତମ ରାଜା ଚକ୍ରଧର ଭଞ୍ଜଦେଓଙ୍କ ସମୟରୁ ଦୀର୍ଘ ୩୫୨ ବର୍ଷ ହେଲା ରଥକାଠ ଯୋଗାଣ ପରମ୍ପରା ରହିଆସିଛି। ପୂର୍ବେ ମହାନଦୀରେ ଭେଳା କରି ରଥକାଠ ନିଆଯାଉଥିବା ବେଳେ ସ୍ବାଧୀନତା ପରେ ଟ୍ରକ୍‌ ସହାୟତାରେ ବଡ଼ ବଡ଼ ରଥକାଠ ପରିବହନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri