ନୟାଗଡ଼ରେ ଶ୍ରୀମନ୍ଦିରର ଆଜ୍ଞାମାଳ ପହଞ୍ଚିଲା

ନୟାଗଡ଼ ଅଫିସ/ପୁରୀ ଅଫିସ,୨୭ା୧୨:ବିଶ୍ୱପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରା ଉଦ୍ଦେଶ୍ୟରେ ରଥକାଠ ନିମନ୍ତେ ପୁରୀର ଶ୍ରୀମନ୍ଦିରରୁ ପ୍ରତିନିଧିମଣ୍ଡଳୀ ପ୍ରଭୁଙ୍କ ଅଙ୍ଗବସ୍ତ୍ର, ପାଟପତନୀ, ଧଣ୍ଡାମାଳ, ନଡ଼ିଆ, ବାନା, ଆଜ୍ଞାମାଳ ସାଙ୍ଗରେ ଧରି ସୋମବାର ସନ୍ଧ୍ୟାରେ ନୟାଗଡ଼ ଡିଏଫ୍‌ଓ ଅଫିସରେ ପହଞ୍ଚତ୍ଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ତତ୍ତ୍ୱାଧାରକ ସୁଦର୍ଶନ ମେକାପ, ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ପ୍ରମୁଖ ୩ ଜଣିଆ ଦଳ ଆସିଛନ୍ତି। ନୟାଗଡ଼ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ ସେମାନଙ୍କୁ ସ୍ବାଗତ କରିଛନ୍ତି। ୨୦୨୩ ବର୍ଷ ୩ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ୧୧୮ ଖଣ୍ଡ ବଳକା ରହିଛି। ଅବଶିଷ୍ଟ ୭୪୭ ଖଣ୍ଡ କାଠ ନୟାଗଡ଼ ଓ ବୌଦ୍ଧ ବନଖଣ୍ଡରୁ ଯିବ। ଏଥିରୁ ୪୦୬ଖଣ୍ଡ କଟକର ସ’ ମିଲ୍‌ ଓ ୩୪୧ ଖଣ୍ଡ ରଥଖଳାକୁ ଯିବ। ତେବେ ଦୁଇ ବନଖଣ୍ଡରୁ ୧୨ ଫୁଟ ଲମ୍ବ ୩ ଫୁଟ ଓସାରର ଅସନ ୧୮୪ ଖଣ୍ଡ, ୧୨ ଫୁଟ ଲମ୍ବ ୩ ଫୁଟ ଓସାରର ଧଉରା ୧୯୪ ଖଣ୍ଡ, ୨୦ ଫୁଟ ଲମ୍ବ ୩ ଫୁଟ ଓସାରର ଅସନ ୮୨ ଖଣ୍ଡ, ଧଉରା କାଠ ୨୦ ଫୁଟ ଲମ୍ବ ୩ ଫୁଟ ଓସାରର ୯୪ ଖଣ୍ଡ, ୨୦ ଫୁଟ ଲମ୍ବ ୪ ଫୁଟ ଓସାରର ୧୨ ଖଣ୍ଡ ଧଉରା, ୨୦ ଫୁଟ ଲମ୍ବ ୬ ଫୁଟ ଓସାରର ୬ ଖଣ୍ଡ ଧଉରା, ୪୦ ଫୁଟ ଲମ୍ବ ୩ ଫୁଟ ଓସାରର ୪୩ ଖଣ୍ଡ ଅସନ, ୪୦ ଫୁଟ ଲମ୍ବ ୩ ଫୁଟ ଓସାରର ୪୩ ଖଣ୍ଡ ଧଉରା, ୪୦ ଫୁଟ ଲମ୍ବ ୩ ଫୁଟ ୬ ଇଞ୍ଚ ଓସାରର ଧଉରା କାଠ ୨୧, ୪୦ ଫୁଟ ଲମ୍ବ ୪ ଫୁଟର ଓସାରର ୬ ଖଣ୍ଡ ଧଉରା, ୧୪ ଫୁଟ ଲମ୍ବ ୬ ଫୁଟ ଓସାର ୭୨ ଖଣ୍ଡ ଫାସି, ସିମୁଳି କାଠ ୧୪ ଫୁଟ ଲମ୍ବ ୬ ଫୁଟ ଓସାରର ୩ ଖଣ୍ଡ ଦିଆଯିବ। ଏ ନେଇ ମଙ୍ଗଳବାର ପୂର୍ବାହ୍ନରେ ଦଶପଲ୍ଲା ପୁରାତନ ଗଡ଼ଜାତ ରାଜ୍ୟର ଗଣିଆ ନିକଟବର୍ତ୍ତୀ ମହାନଦୀ ଅବବାହିକାର ବଡ଼ମୂଳସ୍ଥ ଗ୍ରାମଦେବୀ ମା’ ବଡ଼ରାଉଳଙ୍କ ପୀଠରେ ବିଧି ଅନୁଯାୟୀ ପୂଜାର୍ଚ୍ଚନା କରାଯିବାକୁ ନୀତି ନିର୍ଘଣ୍ଟ ହୋଇଛି। ସୋମବାରଠାରୁ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ଶ୍ରୀପଞ୍ଚମୀ ତିଥି ପୂର୍ବରୁ ପ୍ରଥମ ପର୍ଯ୍ୟାୟ କାଠ ନୟାଗଡ଼ରୁ ଯିବ। ଶେଷ ପର୍ଯ୍ୟାୟ ଅକ୍ଷୟତୃତୀୟା ତିଥିରେ ସମସ୍ତ ଆବଶ୍ୟକ କାଠ ପୁରୀରେ ପହଞ୍ଚତ୍ବ। ଏ ସମ୍ପର୍କରେ ଡିଏଫ୍‌ଓ ଷଡ଼ଙ୍ଗୀ କୁହନ୍ତି, ନୟାଗଡ଼ ବନଖଣ୍ଡରୁ କେତେକାଠ ଯିବ ନିଷ୍ପତ୍ତି ହୋଇନି। ତେବେ ଏ ନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ। ପ୍ରକାଶଥାଉ କି, ପୁରୀର ଗଜପତି ମୁକୁନ୍ଦ ଦେବଙ୍କ ଅମଳ ଅର୍ଥାତ୍‌ ଦଶପଲ୍ଲା ଗଡ଼ଜାତ ରାଜ୍ୟ ୭ତମ ରାଜା ଚକ୍ରଧର ଭଞ୍ଜଦେଓଙ୍କ ସମୟରୁ ଦୀର୍ଘ ୩୫୨ ବର୍ଷ ହେଲା ରଥକାଠ ଯୋଗାଣ ପରମ୍ପରା ରହିଆସିଛି। ପୂର୍ବେ ମହାନଦୀରେ ଭେଳା କରି ରଥକାଠ ନିଆଯାଉଥିବା ବେଳେ ସ୍ବାଧୀନତା ପରେ ଟ୍ରକ୍‌ ସହାୟତାରେ ବଡ଼ ବଡ଼ ରଥକାଠ ପରିବହନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?