Categories: ଜାତୀୟ

ମହାକାଶକୁ ଯିବ ଶ୍ରୀମଦ୍‌ ଭଗବଦ୍‌ ଗୀତା, ମୋଦିଙ୍କ ଫଟୋ

ନୂଆଦିଲ୍ଲୀ,୧୫।୨: ଫେବୃୟାରୀ ୨୮ରେ ଶ୍ରୀହରିକୋଟାର ମହାକାଶ କେନ୍ଦ୍ରରୁ ଏକ ଉପଗ୍ରହ ମହାକାଶକୁ ପ୍ରେରଣ କରାଯିବ। ଏହାର ନାମ ସତୀଶ ଧାଓ୍ବନ ସାଟେଲାଇଟ୍‌ ( ଏସ୍‌ଡି ସାଟ୍‌) ରଖାଯାଇଛି। ପିଏସ୍‌ଏଲ୍‌ଭି-ସି-୫୧ ରକେଟ ଦ୍ୱାରା ମହାକାଶକୁ ପଠାଯାଉଥିବା ଏହି ନିଆରା ଉପଗ୍ରହରେ ଶ୍ରୀମଦ୍‌ ଭଗବଦ୍‌ ଗୀତା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଏବଂ ୨୫ ହଜାର ଲୋକଙ୍କ ନାମ ରହିବ। ନାମ ମଧ୍ୟରେ ହଜାରେ ଲୋକ ବିଦେଶର ବୋଲି ଏହି ମହାକାଶ କାର୍ଯ୍ୟକ୍ରମର ଆୟୋଜକ ସ୍ପେସ୍‌ କିଡଜ୍‌ ଇଣ୍ଡିଆ ଦ୍ୱାରା କରାଯାଉଛି। ଏଭଳି ଏକ ନିଆରା କାର୍ଯ୍ୟକ୍ରମ ନେଇ ଟିମ୍‌ର ସମସ୍ତ ସଦସ୍ୟ ବେଶ୍‌ ଉତ୍ସାହିତ ଥିବା ସ୍ପେସ୍‌ କିଡଜ୍‌ ଇଣ୍ଡିଆର ସଂସ୍ଥାପକ ତଥା ସିଇଓ ଡ.ଶ୍ରୀମାଥେ କିସାନ ସୂଚନା ଦେଇଛନ୍ତି। ଏହି ଉପଗ୍ରହର ୩ଟି ପେଲୋଡ୍‌ ରହିଥିବା ସେ ପ୍ରକାଶ କରିଛନ୍ତି।

Share