ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ପୁରୁଣା ଭୁବନେଶ୍ୱର,୧୬ା୪(ସୁବାସ ଚନ୍ଦ୍ର ପ୍ରଧାନ):ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହେବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର ରାତିରେ ରଥଖଳାରେ ଥିବା ରୁକୁଣା ରଥ ପ୍ରତିଷ୍ଠା କାର୍ଯ୍ୟ ମଧ୍ୟ ବିଧି ମୁତାବକ ସମ୍ପନ୍ନ ହୋଇଛି। ସନ୍ଧ୍ୟା ଧୂପ, ଠାକୁରାଣୀ ସନ୍ଧ୍ୟା ଧୂପ, ଭୁବନେଶ୍ୱରୀ ଠାକୁରାଣୀଙ୍କ ନବ ପତ୍ରିକା ପୂଜା ସରିବା ପରେ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଥିଲା। ଶ୍ରୀଲିଙ୍ଗରାଜଙ୍କ ପତ୍ରି ସେବାୟତ ଘଣ୍ଟ, ଘଣ୍ଟା, ମସାଲ ଓ କାହାଳି ସହିତ ମୁକ୍ତେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡରୁ ଦୁଇ କଳସ ପାଣି ବିଧିମୁତାବକ ରଥ ପ୍ରତିଷ୍ଠା ପାଇଁ ରଥଖଳାକୁ ଅଣାଯାଇଥିଲା। ରଥଖଳା ପରିସରରେ ଥିବା ବେଦିରେ ପୁରୀ ମହାରାଜାଙ୍କ ନିର୍ଦ୍ଦେଶରେ ଆସିଥିବା ପୁରୀ ରାଜଗୁରୁ ଏବଂ ମନ୍ଦିର ପୁରୋହିତ ମନୋରଞ୍ଜନ ଦାଶଙ୍କ ସହ କ୍ଷେତ୍ରବାସୀ ବ୍ରାହ୍ମଣ ନିଯୋଗର ୧୮ଜଣ ସେବାୟତ ରଥ ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ କରିଥିଲେ। ବିଳମ୍ବିତ ରାତିରେ ଏହି କାର୍ଯ୍ୟ ସମ୍ପନ୍ନ ହେବା ପରେ ଶ୍ରୀଲିଙ୍ଗରାଜ ମନ୍ଦିର ଦକ୍ଷିଣରୁ ପଞ୍ଚବକ୍ରଙ୍କୁ ପୂଜାପଣ୍ଡା ସେବାୟତ ଆଧ୍ୟାମତ୍ିକ ଶୋଭାଯାତ୍ରାରେ ରଥରେ ବିଜେ କରାଇଥିଲେ। ପରେ ପଞ୍ଚବକ୍ରଙ୍କୁ ଭୋଗ ନୈବେଦ୍ୟ ଏବଂ ଆଳତି କରାଯାଇଥିଲା। ଏହାପରେ ପଞ୍ଚବକ୍ର ମନ୍ଦିର ଦକ୍ଷିଣ ଘରକୁ ପ୍ରବେଶ କରିଥିଲେ।
ରଥ, ପଥ ପ୍ରସ୍ତୁତ
ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ, ଜଳ ସମ୍ପଦ ବିଭାଗ, ବିଏମ୍‌ସି, ବିଦ୍ୟୁତ୍‌ ବିଭାଗ ପରି ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ରଥଯାତ୍ରାରେ ସହଯୋଗ ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ମଧ୍ୟ ମନ୍ଦିର ପ୍ରଶାସନ ପକ୍ଷରୁ ଆମନ୍ତ୍ରଣ କରାଯାଇଛି। ମନ୍ଦିର ସିଂହଦ୍ୱାରାକୁ ଫୁଲରେ ସଜାଯାଇଥିବା ବେଳେ ଆଲୋକୀକରଣ ମଧ୍ୟ କରାଯାଇଛି। ମଙ୍ଗଳବାର ଦୈନିକ ନୀତି ସମାପନ ପରେ ଅପରାହ୍ନ ୩ଟା ୩୦ରେ ରଥ ଟଣାଯିବ ବୋଲି ସ୍ଥିର ହୋଇଛି। ରଥଯାତ୍ରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସ୍ବତନ୍ତ୍ର ପୋଲିସ ଫୋର୍ସ ନିୟୋଜନ କରାଯାଇଛି ବୋଲି ଶ୍ରୀଲିଙ୍ଗରାଜ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି।
ଲିଙ୍ଗରାଜ ମହୋତ୍ସବ: ଯୋଗଦେବେ ୭ଶହରୁ ଊର୍ଦ୍ଧ୍ୱ କଳାକାର
ରୁକୁଣା ରଥଯାତ୍ରା ଅବସରରେ ସବୁ ବର୍ଷ ପରି ଚଳିତବର୍ଷ ମଧ୍ୟ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ରଥଯାତ୍ରାଠାରୁ ବାହୁଡ଼ା ପର୍ଯ୍ୟନ୍ତ ଭଜନ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଚଳିତ ବର୍ଷ ଏହି ମହୋତ୍ସବରେ ୭ଶହରୁ ଊର୍ଦ୍ଧ୍ୱ କଳାକାର ଯୋଗଦେବା ପାଇଁ ସ୍ଥିର ହୋଇଛି। ଅସ୍ଥାୟୀ ଭଜନ ମଣ୍ଡପରେ କାର୍ଯ୍ୟକ୍ରମ ୬ ଦିନ ବ୍ୟାପୀ ଚାଲିବ ବୋଲି ସୋମବାର ପ୍ରକାଶନୀ ପକ୍ଷରୁ ଅନୁଷ୍ଠାନ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସଭାପତି ସୁରେଶ କୁମାର ରାଉତରାୟ ସୂଚନା ଦେଇଛନ୍ତି। ଉଚ୍ଛବ ଦାସଙ୍କର ବିଶ୍ୱ ପ୍ରସିଦ୍ଧ ଘୋଡ଼ାନାଚ, ଗଜପତି ମାହାରି ଗ୍ରୁପ୍‌ର ପଲ୍ଲୀ ନୃତ୍ୟ, ଆଠଗଡ଼ର ଫୋକ ଡ୍ୟାନ୍ସ, ଭିଲାଇ ଓ ବିଶାଖାପାଟଣାର ଭାରତ ନାଟ୍ୟମ୍‌, ହାଇଦ୍ରାବାଦର ଓଡ଼ିଶୀ ଓ ଫ୍ୟୁଜନ୍‌, କୋଲକାତାର କଥକ ଡ୍ୟାନ୍ସ, ବର୍ଦ୍ଧମାନର ଓଡ଼ିଶୀ ସୋଲ ଆଦି କାର୍ଯ୍ୟକ୍ରମ ପରିବେଷଣ ହେବ ବୋଲି ସମ୍ପାଦକ ସନତ ମିଶ୍ର କହିଛନ୍ତି। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଶିବାନନ୍ଦ ରାୟ, ଗୁରୁ ରାଜେନ୍ଦ୍ର ପଣ୍ଡା, ଗୁରୁ ପ୍ରତିଭା ପଣ୍ଡା, ଲିଙ୍ଗରାଜ ସାହୁ, ବିଶ୍ୱନାଥ ମହାପାତ୍ର, ସୁଧୀର ରଞ୍ଜନ ଜେନା, ତପନ ମହାସୁଆର, ବାବଲ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ପ୍ରମୋଦ କୁମାର ଦାସ, ପ୍ରତାପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରାରେ ୧୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି। ୨ଜଣ ଅତିରିକ୍ତ ଡିସିପିଙ୍କ କାନ୍ଧରେ ଏହି ସୁରକ୍ଷା ଦାୟିତ୍ୱ ରହିଛି। ଲିଙ୍ଗରାଜ ମନ୍ଦିର ନିକଟରେ ସୋମବାର କମିଶନରେଟ୍‌ ପୋଲିସ ପକ୍ଷରୁ ଆୟୋଜିତ ସମନ୍ବୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା। ସେହିପରି ୬ଜଣ ଏସିପି, ୧୫ଜଣ ଇନ୍ସପେକ୍ଟର, ୫୦ଜଣ ଏସ୍‌ଆଇ, ୭ଜଣ ଏଏସ୍‌ଆଇ, ୨୨ଜଣ ଏପିଆର କନେଷ୍ଟବଳ, ୨ଜଣ ଟ୍ରାଫିକ୍‌ ହାବିଲଦାର, ୫୧ ଜଣ ଟ୍ରାଫିକ୍‌ କନେଷ୍ଟବଳ, ୫ଜଣ ଓଆର୍‌ ହାବିଲଦାର, ୬ଜଣ ଓଆର୍‌ କନ୍‌ଷ୍ଟେବଳ, ୩୧ ଜଣ ମହିଳା ଓଆର୍‌ କନ୍‌ଷ୍ଟେବଳ ଓ ୭୭ ଜଣ ହୋମଗାର୍ଡ ମଧ୍ୟ ନିଯୋଜିତ କରାଯାଇଛି। ଏହି ବୈଠକରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ସମେତ ୪ ଅତିରିକ୍ତ ଡିସିପି, ଜୋନ୍‌ ୨,୩ ଓ ୪ ଏସିପିଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ, ଲିଙ୍ଗରାଜ ମନ୍ଦିର ପୂଜକ, କର୍ମକର୍ତ୍ତା ଏବଂ ସେବାୟତ ନିଯୋଗର ସଦସ୍ୟମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri