ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ପୁରୁଣା ଭୁବନେଶ୍ୱର,୨୯ା୩(ଡି.ଏନ୍‌.ଏ.): ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ବୁଧବାର ଅନୁଷ୍ଠିତ ହେବ। ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସବୁ ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗଳବାର ରଥଖଳାରେ ଥିବା ରୁକୁଣା ରଥ ପ୍ରତିଷ୍ଠା କାର୍ଯ୍ୟ ମଧ୍ୟ ବିଧି ମୁତାବକ ସମ୍ପନ୍ନ ହୋଇଛି। ସନ୍ଧ୍ୟା ଧୂପ, ଠାକୁରାଣୀ ସନ୍ଧ୍ୟା ଧୂପ, ଭୁବନେଶ୍ୱରୀ ଠାକୁରାଣୀଙ୍କ ନବପତ୍ରିକା ପୂଜା ସରିବା ପରେ ରାତି ୧୦ଟା ୩୦ରୁ ୧୧ଟା ମଧ୍ୟରେ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଥିଲା। ପତ୍ରି ସେବକ ଘଣ୍ଟ, କାହଳୀ, ମଶାଲ ସହିତ ମୁକ୍ତେଶ୍ୱର ମନ୍ଦିରକୁ ଯାତ୍ରା କରିଥିଲେ। ସେଠାରେ ମନ୍ଦିର ପରିସରରେ ଥିବା ମରୀଚିି କୁଣ୍ଡରୁ ଦୁଇ କଳସ ପାଣି ରଥ ପ୍ରତିଷ୍ଠା ପାଇଁ ପତ୍ରୀ ସେବକ ରଥଖଳାକୁ ଆଣିଥିଲେ। ରଥଖଳା ପରିସରରେ ଥିବା ବେଦିରେ ମନ୍ଦିର କୂଳ ପୁରୋହିତ ମନୋରଞ୍ଜନ ଦାସ ଏବଂ ପୁରୀ ମହାରାଜାଙ୍କ ନିର୍ଦ୍ଦେଶରେ ଆସିଥିବା ପୁରୀ ରାଜଗୁରୁ କର୍ତ୍ତା ହୋଇ ରଥ ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ କରିଥିଲେ। ବିଳମ୍ବିତ ରାତିରେ ଏହି କାର୍ଯ୍ୟ ଶେଷ ହେବା ପରେ ପୂଜାପଣ୍ଡା ସେବକ ଦକ୍ଷିଣ ଘରୁ ପଞ୍ଚବକ୍ରଙ୍କୁ ଘଣ୍ଟ ମଶାଲ ଓ କାହାଳୀ ଶୋଭାଯାତ୍ରାରେ ବିଜେ କରିଥିଲେ। ପଞ୍ଚବକ୍ରଙ୍କୁ ପାଳିଆ ସେବାୟତ ରଥରେ ବିରାଜମାନ କରିସାରିବା ପରେ ପତ୍ରି ସେବକ ଠା’ କରିଥିଲେ। ପଞ୍ଚବକ୍ରଙ୍କୁ ଭୋଗ ନୈବେଦ୍ୟ କରିସାରିବା ପରେ ଆଳତି କରାଯାଇଥିଲା। ପରେ ପଞ୍ଚବକ୍ର ମନ୍ଦିରର ଦକ୍ଷିଣ ଘରକୁ ପ୍ରବେଶ କରିଥିଲେ। ସୂଚନାଥାଉ କି, ରଥ ଠିକ୍‌ ନିର୍ମାଣ ହୋଇଛି କି ନାହିଁ ଏହି ପଞ୍ଚବକ୍ରଙ୍କୁ ଆଗମନ ହୋଇଥାଏ ବୋଲି କିମ୍ବଦନ୍ତୀ ରହିଛି। ରଥ ପ୍ରତିଷ୍ଠା ପାଣିରେ ନିସନ୍ତାନ ମହିଳାମାନେ ସ୍ନାନ କରି ଭକ୍ତି ପୂର୍ବକ ଠାକୁରଙ୍କୁ ପୂଜାର୍ଚ୍ଚନା କଲେ ସନ୍ତାନବତୀ ହୋଇଥିବା କଥା କିମ୍ବଦନ୍ତୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri