ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ପୁଣି ବନ୍ଦ

ପୁରୁଣା ଭୁବନେଶ୍ୱର,୨୬।୨(ଡି.ଏନ୍‌.ଏ.): ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ଶନିବାର ଥିବାବେଳେ ପୂର୍ବ ବର୍ଷ ଭଳି ବନ୍ଦ ହୋଇଛି। ମଲ୍ଲିଆ ସେବାୟତ ପାଳି କରିବାକୁ ନ ଆସିବାରୁ ଅସ୍ବାଭାବିକ ପରିସ୍ଥିତି ଉପୁଜିଛି। ପ୍ରାତଃରୁ କପିଳେଶ୍ୱର ମନ୍ଦିର କବାଟ ତାଲା ପଡ଼ି ରହିଥିବା ବେଳେ ରିପୋର୍ଟ ଲେଖା ହେବା ବେଳକୁ କୌଣସି ନୀତିକାନ୍ତି ହୋଇପାରି ନାହିଁ। ଫଳରେ କପିଳେଶ୍ୱର ଦେବ ଉପବାସରେ ରହିଥିଲେ।
ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ୯ବର୍ଷ ହେବ ବନ୍ଦ ରହିଥିବା ବେଳେ ସୁଚାରୁଭାବେ ପୁଣି ଯାତ୍ରା ସମ୍ପାଦନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ୫ବର୍ଷ ବିତିଯାଇଥିଲେ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଚଳିତ ବର୍ଷ ଏହି ଯାତ୍ରା ସମ୍ପାଦନ କରିବା ଲାଗି ପ୍ରଶାସନ ଅଣ୍ଟା ଭିଡ଼ିଥିଲା। ଏନେଇ ପ୍ରଶାସନ ପକ୍ଷରୁ ସର୍କିଟ ହାଉସଠାରେ ମଲ୍ଲିଆ ଓ ଖୁଣ୍ଟିଆ ସେବାୟତଙ୍କ ଉପସ୍ଥିତିରେ ବୈଠକ ହୋଇଥିଲା। ଚଳିତବର୍ଷ ପରମ୍ପରା ଅନୁଯାୟୀ ନୀତି ସ୍ବାଭାବିକ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିସହ ଦୁଇ ସେବାୟତ ପ୍ରମୁଖ ମଧ୍ୟ ରାଜି ହୋଇଥିଲେ। ତେବେ ଶନିବାର ପ୍ରତ୍ୟୁଷରୁ ଉପଜିଲାପାଳ, ଦେବୋତ୍ତର ସହକାରୀ ଆୟୁକ୍ତ, ସ୍ଥାନୀୟ ପୋଲିସ ଓ ଖୁଣ୍ଟିଆ ସେବାୟତ କପିଳେଶ୍ୱର ମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିଥିଲେ। ଦ୍ୱାରଫିଟା ଦାୟିତ୍ୱରେ ଥିବା ମଲ୍ଲିଆ ସେବାୟତ ମ୍ୟାନେଜରଙ୍କ ନିକଟରେ ଚାବି ରହିଥିଲା। ତେବେ ଉକ୍ତ ଦିନର ପାଳିଆ ମଲ୍ଲିଆ ସେବାୟତ ଅନୁପସ୍ଥିତ ରହିବାରୁ ମନ୍ଦିରର ଦ୍ୱାର ଫିଟା ହୋଇ ନ ଥିଲା। ଏପରିକି ଠାକୁରଙ୍କ ଅନ୍ୟାନ୍ୟ ନୀତିକାନ୍ତି ନ ହେବାରୁ ଦିନତମାମ ଠାକୁର ଉପବାସରେ ରହିଥିଲେ। ଫଳରେ ପ୍ରଶାସନିକ ଅଧିକାରୀମାନେ ଫେରିଯାଇଥିଲେ। ସନ୍ଧ୍ୟାରେ ଜିଲାପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି କେ.ସୁଦର୍ଶନ ଚକ୍ରବର୍ତ୍ତୀ ସର୍କିଟ ହାଉସକୁ ଉଭୟ ସେବାୟତ ପ୍ରମୁଖଙ୍କୁ ଡକାଇଥିଲେ। ଖୁଣ୍ଟିଆ ସେବାୟତ ଆସିଥିବା ବେଳେ ମଲ୍ଲିଆ ସେବାୟତ ଅନୁପସ୍ଥିତ ଥିଲେ। ଫଳରେ ହାଣ୍ଡିଭଙ୍ଗା ଯାତ୍ରା ଶେଷ ଆଶା ମଉଳିଯାଇଥିଲା। ଏ ସମ୍ପର୍କରେ ଉପଜିଲାପାଳ ଦେବବ୍ରତ ସାହୁ କୁହନ୍ତି, କପିଳେଶ୍ୱର ମନ୍ଦିର ଦ୍ୱାରଫିଟା ଦାୟିତ୍ୱରେ ଥିବା ମଲ୍ଲିଆ ସେବାୟତ ମ୍ୟାନେଜରଙ୍କ ନିକଟରେ ଚାବି ରହିଥିଲା। ଉକ୍ତ ଦିନର ପାଳିଆ ମଲ୍ଲିଆ ସେବାୟତ ଅନୁପସ୍ଥିତ ରହିବାରୁ ନୀତିକାନ୍ତି ହୋଇପାରିଲା ନାହିଁ। ଖିଲାପକାରୀଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି। ଏଥିସହ ଦେବୋତ୍ତର ବିଭାଗକୁ ଘଟଣାକ୍ରମ ରିପୋର୍ଟ ମଗାଯାଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରାତଃରୁ ମଙ୍ଗଳ ଆଳତି, ଅବକାଶ ନୀତି କରାଯାଇ ଦ୍ୱିପ୍ରହର ଧୂପ ପରେ ଯାତ୍ରା ପୂଜା ନୀତି ହୋଇଥିଲା। ହାଣ୍ଡିଭଙ୍ଗା ଯାତ୍ରା ନ ହେବାରୁ ରିପୋର୍ଟ ଲେଖା ହେବା ବେଳକୁ ବୀରକିଶୋରୀ ବଲ୍ଲଭଠାରୁ ନୀତି ବନ୍ଦ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri