Categories: ଜାତୀୟ

ଶ୍ରୀକୃଷ୍ଣ ଜନ୍ମଭୂମି ପ୍ରସଙ୍ଗ ମାମଲା: ଶାହି ଇଦ୍‌ଗାହ ସର୍ଭେ ନିର୍ଦ୍ଦେଶ…

ମଥୁରା,୨୪।୧୨ : ମଥୁରାର ଏକ ସ୍ଥାନୀୟ ଅଦାଲତ ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ଶାହି ଇଦ୍‌ଗାହ ବିବାଦ ମାମଲାରେ ବାରାଣସୀର ଜ୍ଞାନବାପି ମାମଲାରେ ଇଦ୍‌ଗାହ ଉପରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି ପାଇଁ କୋର୍ଟ ଆସନ୍ତା ଜାନୁଆରୀ ୨୦ ତାରିଖ ଧାର୍ଯ୍ୟ କରିଛନ୍ତି। ସମ୍ପୃକ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ଅମିନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅଭିଯୋଗକାରୀଙ୍କ ଆଇନଜୀବୀ ଶୈଳେଶ ଦୁବେ କହିଛନ୍ତି ଯେ ଡିସେମ୍ବର ୮ ରେ ଦିଲ୍ଲୀ ସ୍ଥିତ ହିନ୍ଦୁ ସେନାର ଜାତୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ଏବଂ ଉପାଧ୍ୟକ୍ଷ ସୁରଜିତ ସିଂ ଯାଦବ ସିଭିଲ ଜଜ ସିନିୟର ଡିଭିଜନ (ତୃତୀୟ) ବିଚାରପତି ସୋନିକା ବର୍ମାଙ୍କ କୋର୍ଟରେ ଦାବି କରିଛନ୍ତି ଯେ ୧୩.୩୭ ଏକର ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନରେ ଇଦ୍‌ଗାହ ଔରଙ୍ଗଜେବଙ୍କ ଦ୍ୱାରା ନିର୍ମିତ କରାଯାଇଥିଲା। ସେ ମନ୍ଦିର ଭିତ୍ତିଭୂମିକୁ ଭାଙ୍ଗି ଏହା ନିର୍ମାଣ କରିଥିଲେ। ସେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଠାରୁ ଆରମ୍ଭ କରି ମନ୍ଦିର ନିର୍ମାଣ ପର୍ଯ୍ୟନ୍ତ ସମସ୍ତ ଇତିହାସ କୋର୍ଟରେ ଉପସ୍ଥାପନ କରାଯାଇଥିଲା।

ଏହା ସହିତ ସେ୧୯୮୬ ମସିହାରେ ଶ୍ରୀକୃଷ୍ଣ ଜନ୍ମସ୍ଥାନସେବା ସଂଗଠନ ବନାମ ଶାହି ଇଦ୍‌ଗା ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ବାତିଲ କରିବାକୁ ଆବେଦନରେ ଦାବି କରାଯାଇଛି।
ଦୁବେ କହିଛନ୍ତି ଯେ ଶୁଣାଣି ପାଇଁ ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ କରିବାବେଳେ ଅମିନଙ୍କୁ ଏକ ସର୍ଭେ ଏବଂ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share