ବିବାହ ପୂର୍ବରୁ ଗର୍ଭବତୀ ଥିଲେ ଏହି ୫ ଅଭିନେତ୍ରୀ; ଶ୍ରୀଦେବୀଙ୍କଠାରୁ ଆରମ୍ଭ କରି…

ଭାରତୀୟ ସମାଜରେ ବିବାହ ପରେ ମା’ ହେବା ଏକ ବିଶେଷ ଅନୁଭବ ନେଇ ଆସିଥାଏ। ବିବାହ ପୂର୍ବରୁ ଗର୍ଭଧାରଣକୁ ଭଲ ବୋଲି ବିବେଚନା କରାଯାଏ ନାହିଁ। ହେଲେ ଏହି ସାମାଜିକ କଟକଣାଗୁଡ଼ିକୁ ଖାତିର ନ କରି କିଛି ବଲିଉଡ ଅଭିନେତ୍ରୀ ବିବାହ ପୂର୍ବରୁ ଗର୍ଭବତୀ ହୋଇ ସମସ୍ତଙ୍କୁ ଚମକାଇଛନ୍ତି। ଆସନ୍ତୁ ଜାଣିବା:

କଲ୍କି କୋଚଲିନ୍‌:
କଲ୍କି କୋଚଲିନ୍‌ ଏବଂ ତାଙ୍କ ପ୍ରେମିକ ହର୍ସବର୍ଗ ଫେବୃଆରୀ ୨୦୨୦ରେ ପ୍ରଥମ ଝିଅ(ସାଫୋ)କୁ ସ୍ବାଗତ କରିଥିଲେ। ବିବାହ ପୂର୍ବରୁ କଲ୍କି ଗର୍ଭବତୀ ହୋଇଥିଲେ। ସେ ଏଥିପାଇଁ ଚର୍ଚ୍ଚାରେ ମଧ୍ୟ ରହିଥିଲେ।

ନତାଶା ଷ୍ଟାନକୋଭିକ:
ମଡେଲରୁ ଅଭିନେତ୍ରୀ ପାଲଟିଥିବା ନତାଶା ବିବାହ ପୂର୍ବରୁ ଗର୍ଭବତୀ ହୋଇ ଚର୍ଚ୍ଚାକୁ ଆସିଥିଲେ। ସେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ନିର୍ବନ୍ଧ କରିଥିଲେ। ଏହାର କିଛି ମାସ ପରେ ସେ ଜାନୁଆରୀ ୨୦୨୦ ରେ ଗର୍ଭବତୀ ଥିବା ଘୋଷଣା କରିଥିଲେ।

ଶ୍ରୀଦେବୀ:
ଭେଟେରାନ ଅଭିନେତ୍ରୀ ଶ୍ରୀଦେବୀ ବଲିଉଡର କିଛି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଯିଏ ବିବାହ ପୂର୍ବରୁ ମଧ୍ୟ ଗର୍ଭବତୀ ଥିବା ଖୁଲାସା କରିଥିଲେ। ସେ ବୋନି କପୁରଙ୍କୁ ବିବାହ କରିବା ସମୟରେ ପ୍ରାୟ ୭ ମାସର ଗର୍ଭବତୀ ଥିଲେ।

ନେହା ଧୂପିଆ:
ବିବାହର ଛଅ ମାସ ମଧ୍ୟରେ ନେହା ଧୁପିଆ ଏକ ମା’ ହୋଇଥିଲେ। ସେ ମେ ୨୦୧୮ ରେ ଦିଲ୍ଲୀର ଏକ ଗୁରୁଦ୍ୱାରରେ ଅଙ୍ଗଦ ବେଦୀଙ୍କୁ ବିବାହ କରିଥିଲେ। ନଭେମ୍ବରରେ ତାଙ୍କର ଝିଅ ମେହେର ଜନ୍ମ ହୋଇଥିଲେ।

ଗାବ୍ରିଏଲା ଡେମେଟ୍ରିଏଡସ:
ଅର୍ଜୁନ ରାମପାଲ ସୋସିଆଲ ମିଡିଆରେ ତାଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡଙ୍କ ଗର୍ଭବତୀ ଥିବା ନେଇ ଘୋଷଣା କରିଥିଲେ। ମଡେଲ-ଅଭିନେତ୍ରୀ ଗାବ୍ରିଏଲା ୨୦୧୯ ରେ ସେମାନଙ୍କର ଶିଶୁପୁତ୍ର ଏରିକକୁ ଜନ୍ମ ଦେଇଥିଲେ। ଏହି ଦମ୍ପତି ଏପର୍ଯ୍ୟନ୍ତ ସେମାନଙ୍କ ବିବାହ ବିଷୟରେ କୌଣସି ସୂଚନା ଦେଇନାହାନ୍ତି।

Share