ରାକ୍ଷୀ ବାନ୍ଧିଥିବା ବ୍ୟକ୍ତିଙ୍କୁ ବିବାହ କରିଥିଲେ ଶ୍ରୀଦେବୀ, ଲଭ୍‌ଷ୍ଟୋରି ଥିଲା କିଛି ଏମିତି…

ମୁମ୍ବାଇ:ବଲିଉଡର ଭେଟେରାନ ଲେଡି ସୁପରଷ୍ଟାର ଭାବେ ଜଣାଶୁଣା ଶ୍ରୀଦେବୀଙ୍କ ପ୍ରେମ କାହାଣୀ କୌଣସି ଏକ ଫିଲ୍ମ କାହାଣୀ ଠାରୁ କମ୍‌ ନୁହେଁ। ଜୁନ୍‌ ୨ ୧୯୯୬ରେ, ସେ ବୋନି କପୁରଙ୍କୁ ବିବାହ କରିଥିଲେ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବିବାହ ପୂର୍ବରୁ ବୋନିଙ୍କୁ ଶ୍ରୀଦେବୀ ରାକ୍ଷୀ ବାନ୍ଧିଥିଲେ। ଏହା ବ୍ୟତୀତ ବିବାହ ପୂର୍ବରୁ ଦୁଇ ଫିଲ୍ମ ଷ୍ଟାର୍‌ଙ୍କ ସହ ତାଙ୍କର ଆଫେଆର୍‌ ଥିଲା।

ଯେତେବେଳେ ଶ୍ରୀଙ୍କ ଆଫେଆର ବିଷୟରେ ଆଲୋଚନା ହୁଏ ପ୍ରଥମେ ମିଥୁନ ଚର୍କବର୍ତ୍ତୀଙ୍କ ନାଁ ନିଆଯାଏ। ସେତେବେଳେ ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଥିଲା ଯେ, ଉଭୟେ ମନ୍ଦିରରେ ବିବାହ କରିଥିଲେ। ସେମାନଙ୍କ ସମ୍ପର୍କର ସବୁଠାରୁ ବଡ ସମସ୍ୟା ହେଲା ମିଥୁନ ଦା ସେହି ସମୟରେ ବିବାହିତ ଥିଲେ। ବିବାହିତ ଥାଇ ମଧ୍ୟ ମିଥୁନ ଦା ଶ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଉଭୟ ଦୀର୍ଘଦିନ ଧରି ପରସ୍ପରକୁ ଡେଟିଂ କରୁଥିଲେ। ଯାହାକୁ ମିଥୁନଙ୍କ ସ୍ତ୍ରୀ ୟୋଗିତା ବାଲି ଜାଣିବାକୁ ପାଇଥିଲେ। କୁହାଯାଏ କି, କିଶୋର କୁମାରଙ୍କୁ ଛାଡପତ୍ର ଦେଇ ମିଥୁନଙ୍କୁ ବିବାହ କରିଥିବା ୟୋଗିତା ଏଥିପାଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ୟୋଗିତାଙ୍କ ଆତ୍ମହତ୍ୟା ଉଦ୍ୟମରେ ମିଥୁନ ଭୟଭୀତ ହୋଇପଡିଥିଲେ। ସେ ଶ୍ରୀଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଲେ। ପରେ ରବି କପୁର(ଜିତେନ୍ଦ୍ର)ଙ୍କ ସହ ଶ୍ରୀଙ୍କ ଆଫେଆର ଥିବା ଚର୍ଚ୍ଚା ହୋଇଥିଲା।

ଶ୍ରୀଙ୍କ ଜୀବନରେ ବୋନିଙ୍କ ଏଣ୍ଟ୍ରି କୌଣସି ଫିଲ୍ମ କାହାଣୀଠାରୁ କମ୍‌ ନୁହେଁ। ବୋନି ପୂର୍ବରୁ ବିବାହିତ ଥିଲେ। ତାଙ୍କ ପତ୍ନୀ ମୋନା ଶୌରୀ ଶ୍ରୀଙ୍କର ଜଣେ ଭଲ ବନ୍ଧୁ ଥିଲେ। ତେବେ ମିଥୁନଙ୍କ ସହ ଆଫେଆର ଥିବା ସମୟରେ ମିଥୁନଙ୍କୁ ନିଜ ପ୍ରେମରେ ବିଶ୍ୱାସ ଦେବା ପାଇଁ ଶ୍ରୀ ବୋନିଙ୍କୁ ରାକ୍ଷୀ ବାନ୍ଧି ଥିଲେ। ପରେ ଯେତେବେଳେ ମିଥୁନଙ୍କ ସହ ଶ୍ରୀଙ୍କ ସମ୍ପର୍କ ଭାଙ୍ଗିଥିଲା, ସେ ବୋନିଙ୍କ ନିକଟତର ହୋଇଥିଲେ। ଏହାପରେ ସେ ପ୍ରେଗ୍‌ନେଣ୍ଟ ଥିବା ଖବର ପ୍ରଚାର ହୋଇଗଲା। ଯେଉଁଥିପାଇଁ ବୋନି ମୋନାଙ୍କୁ ଛାଡପତ୍ର ଦେଇ ଶ୍ରୀଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri