ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ଭାଦ୍ର ପରିକ୍ରମା ସତ୍‌ସଙ୍ଗ

ଭୁବନେଶ୍ବର,୧୧।୯: ସାମ୍ବାଦିକ ଏବଂ ସାହିତି୍ୟକ ହେଉଛନ୍ତି ସ୍ରଷ୍ଟା। ସେମାନେ ଏଭଳି ଆଲେଖ୍ୟ ପରିବେଷଣ କରିବା ଉଚିତ, ଯାହା ମାନବ ସମାଜର ହିତ ସାଧନ କରିବାରେ ସକ୍ଷମ ହେବ। ଏପରିକି ଲେଖା ମାଧ୍ୟମରେ ସକାରାତ୍ମକ ପରିବର୍ତ୍ତନ ଅଣାଯାଇପରିବ ବୋଲି ସତ୍‌ସଙ୍ଗୀ ସାମ୍ବାଦିକ ସାମ୍ମୁଖ୍ୟ ପକ୍ଷରୁ ଭୁବନେଶ୍ବର ସତ୍‌ସଙ୍ଗ ବିହାରରେ ଅନୁଷ୍ଠିତ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ପବିତ୍ର ଭାଦ୍ର ପରିକ୍ରମା ସତ୍‌ସଙ୍ଗରେ ଆଲୋଚକମାନେ ଉପରୋକ୍ତ ମତ ପ୍ରକାଶ କରିଛନ୍ତି।

ଶ୍ରୀଶ୍ରୀଠାକୁରଙ୍କ ଅନୁଗାମୀ ସାମ୍ବାଦିକ ଭାଇଭଉଣୀଙ୍କ ଉଦ୍ୟମରେ ଅନୁଷ୍ଠିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ବେଙ୍ଗାଲୁରୁରୁ ଆଗତ ୱିପ୍ରୋର ଟାଲେଣ୍ଟ ସ୍କିଲିଂ ପ୍ରଭାଗର ଗ୍ଲୋବାଲ ହେଡ୍‌ ସୂର୍ଯ୍ୟପ୍ରକାଶ ମହାପାତ୍ର କହିଲେ, ବର୍ତ୍ତମାନ ସମାଜରେ ପରିବର୍ତ୍ତନ ଦରକାର। ଏହି ଦିଗରେ ସାମ୍ବାଦିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନେ ସତ୍‌ମାର୍ଗୀ ହେବା ସହ ଆଦର୍ଶଯୁକ୍ତ ହେଲେ ପ୍ରକୃତ ଭୂମିକା ନିଭାଇ ପାରିବେ। ବରିଷ୍ଠ ସାମ୍ବାଦିକ ଧୃତିକାମ ମହାନ୍ତି ପ୍ରାରମ୍ଭିକ ଅଭିଭାଷଣରେ ପରମ୍‌ ପୂଜ୍ୟପାଦ ଶ୍ରୀଶ୍ରୀ ଆଚାର୍ଯ୍ୟ ଦେବଙ୍କ ଆଶୀର୍ବାଦ କ୍ରମେ ସତ୍‌ସଙ୍ଗୀ ସାମ୍ବାଦିକ ଭାଇଭଉଣୀମାନେ ବିଭିନ୍ନ ଲୋକ କଲ୍ୟାଣ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ସହ ଠାକୁରଙ୍କ ଭାବଧାରାର ପ୍ରଚାର ପ୍ରସାରରେ ନିୟୋଜିତ ଅଛନ୍ତି ବୋଲି ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଯୋଗଦେଇ ସତ୍‌ସଙ୍ଗୀ ସାମ୍ବାଦିକ ଭାଇଭଉଣୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

ଚକ୍ରଧାରୀ ନାୟକ, ସିଦ୍ଧାର୍ଥ ରଞ୍ଜନ ଧଳ, ପ୍ରଜ୍ଞାନ ମହାଭୋଇ, ଅମିତାଭ ସାମନ୍ତରାୟ, ଅନନ୍ତ ଚରଣ ସ୍ବାଇଁ ପ୍ରମୁଖ ସଙ୍ଗୀତାଞ୍ଜଳିରେ ଅଂଶ ଗ୍ରହଣ କରିଥିଲେ। ସତ୍‌ସଙ୍ଗର କର୍ମୀ ତଥା ବରିଷ୍ଠ ସାମ୍ବାଦିକ ବୀରଭଦ୍ର ବିଶ୍ବାଳ ସଦ୍‌ଗ୍ରନ୍ଥ ପାଠ କରିଥିବା ବେଳେ କୃତିକାମ ମହାନ୍ତି ସମାପନୀ କୀର୍ତ୍ତନ ପରିବେଷଣ କରିଥିଲେ।

କାର୍ଯ୍ୟକ୍ରମରେ ପ୍ରସନ୍ନ କୁମାର ମିଶ୍ର, ଅଭୟ କୁମାର ପରି, ଧନେଶ୍ବର ମହାରଣା, ସୁଧୀର କୁମାର ଜେନା, ବିପିନ ବିହାରୀ ମିଶ୍ର, ଅଲେଖ କୁମାର ଚକ୍ର ଓ ଉମାକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସତ୍‌ସଙ୍ଗୀ ସାମ୍ବାଦିକ ସାମ୍ମୁଖ୍ୟ ପକ୍ଷରୁ ଭାଗବତ ତ୍ରିପାଠୀ, ଦୋଳଗୋବିନ୍ଦ ପଣ୍ଡା, ଶ୍ରୀକାନ୍ତ ସାହୁ, ଏସ୍‌. ଏ. କଲିମ, ପ୍ରକାଶ ଚନ୍ଦ୍ର ସେଠୀ, ରୁଦ୍ରନାରାୟଣ ଜେନା, ଦୁଷ୍ମନ୍ତ କୁମାର ଜେନା ଓ ବେଦ୍ଧାୟନ ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?