ନୂଆ ରୂପ ପାଇବ ଶ୍ରୀଲୋକନାଥ ମନ୍ଦିର

ପୁରୀ ଅଫିସ,୨୦।୯:୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ସୋମବାର ପୁରୀ ଆସି ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିର ଉନ୍ନତିମୂଳକ କାର୍ଯ୍ୟ ରୂପରେଖର ସମୀକ୍ଷା କରିଛନ୍ତି। ଶ୍ରୀଲୋକନାଥ ମନ୍ଦିରର ସେବାୟତମାନେ ଦୀର୍ଘଦିନ ଧରି ମନ୍ଦିରର ନବକଳେବର ପାଇଁ ଦାବି କରୁଥିବାବେଳେ ସୋମବାର ୫-ଟି ସଚିବ ପାଣ୍ଡିଆନ୍‌ ଜିଲାପାଳ ସମର୍ଥ ବର୍ମା ଏବଂ ଉପଜିଲାପାଳ ଭବତାରଣ ସାହୁଙ୍କ ଉପସ୍ଥିତିରେ ପ୍ରସ୍ତାବିତ ପ୍ରକଳ୍ପ ଅନୁଧ୍ୟାନ କରିଥିଲେ। ୫-ଟି ସଚିବ ଶ୍ରୀଲୋକନାଥଙ୍କୁ ଦର୍ଶନ କରିବା ସହ ମନ୍ଦିର ବେଢାରେ ସେବାୟତଙ୍କ ସହିତ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲାପାଳଙ୍କ ତତ୍ତ୍ବାବଧାନରେ ତାଙ୍କୁ ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟର ନକ୍ସା ଦେଖାଯାଇଥିଲା। ଭକ୍ତଙ୍କ ଦର୍ଶନ ପାଇଁ ବେଢ଼ା ସମ୍ପ୍ରସାରଣ କରାଯିବ, ସିଂହଦ୍ୱାର ଦେଇ ଦର୍ଶନ ହେବ ଏବଂ ବ୍ୟବସ୍ଥିତ ଢଙ୍ଗରେ ଶ୍ରୀଲୋକନାଥ ମନ୍ଦିର ପରିଚାଳିତ ହେବ ବୋଲି ୫-ଟି ସଚିବ କହିଥିଲେ। ପ୍ରକଳ୍ପରେ ସାମିଲ ଥିବା ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଯୋଜନା ଅନୁଯାୟୀ, ଶୃଙ୍ଖଳିତ ଦର୍ଶନ ପାଇଁ ସ୍ଥାୟୀ ଧାଡ଼ି ଦର୍ଶନ ବ୍ୟବସ୍ଥା, ପିଣ୍ଡି, ସ୍ବତନ୍ତ୍ର ବ୍ଲକ୍‌, ଶୌଚାଳୟ,ଗୋଶାଳା, ଭେଣ୍ଡିଙ୍ଗ ଜୋନ୍‌ ଇତ୍ୟାଦି ନିର୍ମାଣ ସହ ବିଦ୍ୟୁତୀକରଣ କରାଯିବ। ମନ୍ଦିର ଭିତର ଓ ବାହାର ବେଢ଼ା ସମେତ ପାର୍ବତୀ ସାଗରକୁ ମଧ୍ୟ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି। ସେବାୟତମାନେ ଏହି ପ୍ରକଳ୍ପ କାର୍ଯ୍ୟକୁ ସ୍ବାଗତ କରିବା ସହ ଶ୍ରୀଲୋକନାଥଙ୍କୁ ଅଧିକ ଭକ୍ତ ଆସିବେ ବୋଲି ମତବ୍ୟକ୍ତ କରିଛନ୍ତି। ଶ୍ରୀଲୋକନାଥ ମନ୍ଦିରର ଉନ୍ନତୀକରଣ ପାଇଁ ସେବାୟତ ବର୍ଗ ଓ ଜନସାଧାରଣ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ। ଫଳରେ ବିଗତ ଦିନରେ ଜିଲାପାଳ ସମର୍ଥ ବର୍ମା ଏବଂ ଉପଜିଲାପାଳ ଭବତାରଣ ସାହୁ ପର୍ଯ୍ୟାୟକ୍ରମେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଏକ ନକ୍ସା ପ୍ରସ୍ତୁତ କରିଥିଲେ। ଲୋକନାଥ ମନ୍ଦିରର ବିକାଶ ପାଇଁ କ’ଣ ସବୁ ନିର୍ମାଣ ହେବା ଦରକାର ସେ ସଂକ୍ରାନ୍ତରେ ପ୍ରସ୍ତାବିତ ନକ୍ସାକୁ ନେଇ ସୋମବାର ୫-ଟି ସଚିବଙ୍କ ସହିତ ଅଧିକାରୀମାନେ ଆଲୋଚନା କରିଥିଲେ। ୫-ଟି ସଚିବ ଏହି ପ୍ରସ୍ତାବିତ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରି ମୋହର ମାରିବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ସେବାୟତ ନିଯୋଗ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା କହିଛନ୍ତି, ଗତ ୩ ଦଶନ୍ଧି ମଧ୍ୟରେ ଶ୍ରୀଲୋକନାଥ ମନ୍ଦିରର ଉନ୍ନତି କାର୍ଯ୍ୟ ହୋଇନାହିଁ। ଏହି ଶୈବପୀଠ ଅବହେଳିତ ହୋଇଆସୁଥିଲା। ସମ୍ପ୍ରତି ସରକାର ଏହାର ଉନ୍ନତି ନିମନ୍ତେ ପ୍ରଚେଷ୍ଟା କରିବା ସ୍ବାଗତଯୋଗ୍ୟ। ଜିଲା ପ୍ରଶାସନକୁ ମନ୍ଦିରର ବିକାଶ ନେଇ ଯେଉଁ ସବୁ ପ୍ରସ୍ତାବ ସେବାୟତମାନଙ୍କ ପକ୍ଷରୁ ଦିଆଯାଇଥିଲା, ସେହି ସମସ୍ତ ସୁବିଧା ପ୍ରସ୍ତାବିତ ପ୍ରକଳ୍ପରେ ସାମିଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri