କରାଚୀ,୭ା୨- ଆସନ୍ତା ୧୫ ତାରିଖରେ କଲମ୍ବୋରେ ଭାରତ ବିପକ୍ଷ ଟି୨୦ ମ୍ୟାଚ୍କୁ ବର୍ଜନ କରିବା ନିଷ୍ପତ୍ତି ଉପରେ ପାକିସ୍ତାନ ପୁନଃ ବିଚାର କରିପାରେ। ଭାରତ-ପାକିସ୍ତାନ ବହୁ ପ୍ରତିକ୍ଷିତ ମ୍ୟାଚ୍ ଖେଳା ନ ଗଲେ ହେବାକୁ ଥିବା କ୍ଷତିକୁ ଦର୍ଶାଇ ଶ୍ରୀଲଙ୍କା ପକ୍ଷରୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପୁନଃ ବିଚାର କରିବାକୁ ଅନୁରୋଧ କରାଯାଇଥିଲା। ଏହି ସମ୍ପର୍କରେ ପିସିବି ସରକାରଙ୍କ ସହ ଆଲୋଚନା କରିବ ବୋଲି ଆଶା କରାଯାଉଛି।
ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ସର୍ବଦା ସରକାରୀ ଓ କ୍ରିକେଟସ୍ତରରେ ଭଲ ସମ୍ପର୍କ ରହି ଆସିଛି। ଏଣୁ ଶ୍ରୀଲଙ୍କା ବୋର୍ଡ ପକ୍ଷରୁ କରାଯାଇଥିବା ମେଲକୁ ଅଣଦେଖା କରାଯାଇପାରିବ ନାହିଁ।
ଶ୍ରୀଲଙ୍କା କ୍ରିକେଟ ମୁଖ୍ୟ ଶାମି ସିଲଭା ସିଧାସଳଖ ପିସିବି ମୁଖ୍ୟ ମହସିନ ନକଭିଙ୍କୁ ଯୋଗାଯୋଗ କରିଛନ୍ତି। ଏଥିଯୋଗୁ ଭାରତ ବିପକ୍ଷ ମ୍ୟାଚ୍ ସମ୍ପର୍କରେ ସରକାରଙ୍କ ସହ ପୁନଃ ବିଚାର ଲାଗି ଆଲୋଚନା କରିବେ ବୋଲି ନକ୍ଭି ଆଶ୍ୱାସନା ଦେଇଛନ୍ତି। ନକ୍ଭି ଏବେ ପାକିସ୍ତାନରେ ନାହାନ୍ତି। ସେ ଦେଶକୁ ଫେରିବା ପରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବେ। ତା’ ପରେ ସୋମବାର ସୁଦ୍ଧା ନିଷ୍ପତ୍ତି ହୋଇପାରେ ବୋଲି ପିସିବି ସୂତ୍ରରୁ ଜଣାପଡ଼ିଛି।

