ରାଷ୍ଟ୍ରପତି ଦୌଡରୁ ଓହରିଲେ ପ୍ରେମଦାସା

କଲମ୍ବୋ,୧୯।୭: ବୁଧବାର ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ହେଲେ ନିର୍ବାଚନ ପୂର୍ବରୁ ବିରୋଧି ଦଳ ନେତା ସାଜିତ ପ୍ରେମଦାସା ରାଷ୍ଟ୍ରପତି ଦୌଡରୁ ଓହରିଛନ୍ତି।ସେ ନିଜର ପ୍ରାର୍ଥିିପତ୍ର ପ୍ରତ୍ୟାହାର କରିଥିବା ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ଦେଶର ପ୍ରଗତି ପାଇଁ ବିରୋଧି ଦଳରେ ରହି କାମ କରିବେ ବୋଲି ପ୍ରେମଦାସା କହିଛନ୍ତି । ବର୍ତ୍ତମାନ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ୩ ଜଣ ଏମ୍‌ପି ରହିଛନ୍ତି। ପ୍ରେମଦାସାଙ୍କୁ ବାଦ୍‌ ଦେଲେ ରାଷ୍ଟ୍ରପତି ନିର୍ବାଚନରେ କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ ସମେତ ଅନୁରା କୁମାର ଦିସାନାୟକଏବଂ ଦୁଲାସ ଅହ୍ଲାପେରୁମା ଏବେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ।

Share